ସାଙ୍ଗଠନିକ ଏକତା ବଜାୟ ରଖିବାକୁ….

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବଡ଼ଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଗଣେଶ୍ବର ସାହୁଙ୍କ ସଭାପତିତ୍ୱପରେ ସମ୍ପାଦକ ସୁଧାକର ସାହୁ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ମଧୁବୈଶ୍ୟ ସମାଜର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା। ଏହାସହ ସାଙ୍ଗଠନିକ ଏକତା ବଜାୟ ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ମଧୁବୈଶ୍ୟ ସମାଜ ପକ୍ଷରୁ ବରିଷ୍ଠ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସାଙ୍ଗଠନିକ ସମାଜର ଉପସଭାପତି ହରେକୃଷ୍ଣ ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ସାହୁ, ସହସମ୍ପାଦକ ଦୀପକ ସାହୁ, ବରିଷ୍ଠ ଉପଦେଷ୍ଟା କୋରା ସାହୁ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଚନ୍ଦନ ସାହୁ, ବଳରାମ ସାସମଲ, ସନ୍ତୋଷ ସାହୁ, ନିଳାଞ୍ଚଳ ସାହୁ, ବିଶିକେଶନ ସାହୁଙ୍କ ସମେତ ଯୁବକ ସଂଘର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

୧୮ ଦିନରେ ଭଞ୍ଜନଗର ଯାତ୍ରା: ଅସମ୍ଭାଳ ଭିଡ, ଖୋର୍ଦ୍ଧା ପାଇକ ପୁଅଙ୍କ ଦୁଃସାହସିକ କଳା ପ୍ରଦର୍ଶନ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଗୁରୁବାର ୧୮ ଦିନରେ ପହଞ୍ଚିଛି। ଆଜି କବି ସମ୍ରାଟ ରଙ୍ଗମଞ୍ଚରେ ଖୋର୍ଦ୍ଧାର ପାଇକ ପୁଅ ମାନେ ଚିତାକର୍ଷକ…

ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ଚୟନ, ନୂତନ ସଭାପତି ଭାବେ ନିର୍ବାଚିତ ହେଲେ…

ଦିଗପହଣ୍ଡି, ୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ସ୍ବାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ: ଲଘୁ ବନଜାତ ଦ୍ରବ୍ୟ ପ୍ରଚାରପ୍ରସାର ପାଇଁ ବଡ଼ ପଦକ୍ଷେପ ନେଲେ ବିଧାୟକ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri