ଭୋଟରଙ୍କୁ ପ୍ରଭାବିତ କରିବାକୁ ଭେଳିକି

ବରଗଡ଼ ଅଫିସ୍‌,୩୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଶନିବାର ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍‌ଘାଟନକୁ ଭାଜପା ସମାଲୋଚନା କରିଛି। ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ଦଳର ଏହା ଏକ ଚାଲ୍‌ ବୋଲି ଭାଜପା ଅଭିଯୋଗ କରିଛି ।
ବରଗଡ଼ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଶନିବାର ଭାଜପା ପକ୍ଷରୁ ଆହୂତ ଖବରଦାତା ସମ୍ମିଳନୀରେ ବରଡ଼ ଏମ୍‌ପି ସୁରେଶ ପୂଜାରୀ କହିଥିଲେ, ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆଉ ଅଳ୍ପଦିନ ମଧ୍ୟରେ ଉପନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ଗତ କିଛିଦିନ ହେଲା ଶାସକ ଦଳର ନେତା, ବିଧାୟକ, ମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଡେରା ପକାଇବା ସହ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଶନିବାର ୪୮୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନୀ, ଭିତ୍ତିପ୍ରସ୍ତର ସ୍ଥାପନ ଏହାର ଦୃଷ୍ଟାନ୍ତ ବୋଲି ସେ କହିଥିଲେ ।
ଏମ୍‌ପି ପୂଜାରୀ ଆହୁରି କହିଥିଲେ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ଉପେକ୍ଷିତ ହୋଇ ରହିଆସିଛି। ସେହି ଅଞ୍ଚଳରେ ଜଳସେଚନ, କୃଷି, ଫସଲବୀମା ଆଦି ସମସ୍ୟା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେସବୁ ସମସ୍ୟାର ସମାଧାନ କରି ପାରିନାହାନ୍ତି। ଅନ୍ୟପଟେ ସଂସଦୀୟ ବ୍ୟବସ୍ଥାରେ ଏଭଳି ଉଦ୍‌ଘାଟନୀ, ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ ଏମ୍‌ପିଙ୍କୁ ଡକାଯିବା କଥା। ମାତ୍ର ସେ ନେଇ ତାଙ୍କୁ କିଛି ବି ସୂଚନା ଦିଆଯାଇନାହିଁ। ଗଣତନ୍ତ୍ରକୁ ଶାସକ ଦଳ ଗତିରୋଧ କରୁଛି ବୋଲି ପୂଜାରୀ ଅଭିଯୋଗ କରିଛନ୍ତି। ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ଶାସକ ଦଳ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍‌ଘାଟନ କରିଥିଲା। ମାତ୍ର ତାହା ସେଭଳି ରହିଛି। ପଦ୍ମପୁରରେ ମଧ୍ୟ ସେଭଳି ହେବ ଏବଂ ପଦ୍ମପୁରବାସୀ ଏଭଳି ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନରେ ଆଦୌ ପ୍ରଭାବିତ ହେବେ ନାହିଁ ବୋଲି ଏମ୍‌ପି ପୂଜାରୀ କହିଥିଲେ। ଦଳର ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ମଧ୍ୟ ଶାସକ ଦଳର ତରବରିଆ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଏକ ଭେଳିକି ବୋଲି କହିଥିଲେ। ଦଳୀୟ ନେତା ରବି ନାରାୟଣ ଦାଶ, ପ୍ରୀତମ ସିଂ, ଅଶୋକ ପଣ୍ଡା, କୁଶ କୁମ୍ଭାର ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri