ବିପର୍ଯ୍ୟୟକୁ ସାମ୍ନାକରିବ ତାଳ, ହେନ୍ତାଳ

ମହାକାଳପଡ଼ା,୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଅନିୟମିତତା ଦେଖାଯାଉଛି। ବର୍ଷାଦିନରେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସାନମତା ସୃଷ୍ଟି ହେଉଛି। ଏହାର କାରଣ ଓ ନିରାକରଣ ପାଇଁ ବିଶ୍ୱର ପରିବେଶବିତ୍‌ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଗରମ ଲାଗି ଆଣ୍ଟଲାଟିକ୍‌ର ପ୍ରବଳ ମାତ୍ରାରେ ବରଫ ତରଳିବା ଯୋଗୁ ସମୁଦ୍ର ଜଳ ପତ୍ତନ ବଢୁଛି। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇ ୩ ଶହ କି.ମି. ପର୍ଯ୍ୟନ୍ତ ପବନ ବହିବାର ଦେଖାଦେଇଛି। ୧୮୮୫, ୧୯୨୧, ୧୯୪୫, ୧୯୭୧, ୧୯୮୨, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌ , ୨୦୧୪ ହୁଡ୍‌ ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ହେଉଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରଚୁର ପରିମାଣରେ ହେନ୍ତାଳ ଜଙ୍ଗଲ ଓ ତାଳଗଛ ବଣ ଆବଶ୍ୟକ। ଏହି ଗଛ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଚେରି ଭାବେ ଉଭାହେବ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପରିବେଶବିତ୍‌ମାନେ କହିଛନ୍ତି।
ମହାକାଳପଡ଼ା ବ୍ଲକ୍‌ର ବତିଘର, ଜମ୍ବୁ , ସୁନିତି, ଶାସନ ପେଟାଠାରେ ବିପୁଳ ପରିମାଣରେ ଲୁଣା ଜଙ୍ଗଲ, ହେନ୍ତାଳ ବଣ, ଝାଉଁବଣଗୁଡ଼ିକ ବନ ବିଭାଗ ପକ୍ଷରୁ ରୋପଣ କରାଯାଇଛି। ଆଗକୁ ବହୁ ପରିମାଣରେ ନୂଆ ଚାରା ରୋପଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ଗ୍ରାମାଞ୍ଚଳରେ ପଡ଼ିଆ, ନଦୀବନ୍ଧ, ବାଡ଼ି ବଗିଚାରେ ବିପୁଳ ପରିମାଣରେ ତାଳଗଛ ସୃଷ୍ଟିକରିବା ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗେଇଆସିବା ପାଇଁ ପରିବେଶପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଆଗାମୀଦିନରେ ସାମୁଦ୍ରିକ ବାତ୍ୟାକୁ ସାମ୍ନାକରିବା ପାଇଁ ପ୍ରଚୁର ପରିମାଣରେ ହେନ୍ତାଳ ବଣ, ଝାଉଁବଣ, ଲୁଣା ଜଙ୍ଗଲ, ତାଳଗଛ ଓ ଅନ୍ୟ ଲୁଣା ଜାତୀୟ ଗଛ ଉପକୂଳ ସୁରକ୍ଷା ପାଚେରି କବଚ ହେବ ବୋଲି ପରିବେଶବିତ୍‌ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ବିପୁଳ ପରିମାଣରେ ତାଳଗଛ ରୋପଣ ପାଇଁ ପ୍ରୟାସ ଆରମ୍ଭ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। କାରଣ ତାଳବଣ ଯୋଗୁ ବଜ୍ରପାତକୁ ପ୍ରତିହତ କରାଯାଇପାରିବ ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ପ୍ରଶାସନ ଓ ବନ ପକ୍ଷରୁ ତାଳ, ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୩ ବର୍ଷ ମଧ୍ୟରେ ବ୍ଲକ୍‌ର ଶଙ୍ଖପଦା, କୋଚିଳା ଗ୍ରାମ ନିକଟ ଗୁପ୍ତଗିରି ନଦୀ ପାର୍ଶ୍ୱରେ ବିପୁଳ ପରିମାଣରେ ତାଳ ଚାରା ଗଛ ରୋପଣ ଅଞ୍ଚଳର ଜଣାଶୁଣା ପରିବେଶବିତ୍‌ ସମରେନ୍ଦ୍ର ମାହାଳି କରିଛନ୍ତି। ଏହି ଗଛ ତନ୍ତୁ ଜାତୀୟ ହୋଇଥିବାରୁ ଭୟଙ୍କର ପବନ ବେଗକୁ ରୋକିବାରେ ସଫଳ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?