Posted inଜାତୀୟ

ଡେଟିଂ ଆପ୍‌ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍‌ପିଙ୍କ ଫଟୋ

କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶ୍‌ରତ୍‌ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ କରିପାରିବି ନାହିଁ ବୋଲି ନୁଶ୍‌ରତ ଟୁଇଟ୍‌ କରି କହିଛନ୍ତି। ଭାସବତୀ ନାମକ ଏକ ଟୁଇଟର ଆକାଉଣ୍ଟଧାରୀ ଫ୍ୟାନ୍ସିୟୁ-ଭିଡିଓ ଚାଟ ଆପରେ ନୁଶରତ୍‌ଙ୍କ ଫଟୋ ରଖି ତାଙ୍କୁ ଟ୍ୟାଗ୍‌ କରିଥିଲେ। ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ନୁଶରତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଟୁଇଟ୍‌ରେ ନୁଶରତ୍‌ କୋଲକାତା ପୋଲିସ ଏବଂ ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ଟ୍ୟାଗ କରିଛନ୍ତି। ପୋଲିସ ଟୁଇଟ୍‌ କରି କହିଛି ଯେ ଆଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଙ୍ଗଳା ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଥିବା ନୁଶରତ୍‌ ୨୦୧୯ରେ ପ୍ରଥମ ଥର ପାଇଁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ପଶ୍ଚିମବଙ୍ଗର ବାସିରହାଟ ଲୋକ ସଭା ଆସନରୁ ନିର୍ବଚନ ଲଢି ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମା ଭଳି ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ: ଜବତ ଅସ୍ତ୍ରଶସ୍ତ୍ର ଉଡାଇ ପାରିଥାଆନ୍ତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି

ଶ୍ରୀନଗର,୧।୨: ଜମ୍ମୁର ଗନରୋଟା ଅଞ୍ଚଳରେ ଜୈଶ-ଇ-ମହମ୍ମଦର ମୃତ ୩ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି। ଏଥିପାଇଁ ସେମାନେ ନଗରୋଟା ହାଇଓ୍ବେର ସ୍ଥାନେ...

ସ୍ବର୍ବେଦ ମହାମନ୍ଦିରରେ ମୋଦି

କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ...

୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଚେନ୍ନାଇ,୧୪ା୫: କୋଭିଡ୍‌-୧୯ ପାଇଁ ଦୀର୍ଘଦିନ ହେଲା ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ସରକାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ଆସନ୍ତା ୧୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ...

ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ

ନୂଆଦିଲ୍ଲୀ,୬।୧୨: ମୋଦି ସରକାରଙ୍କ ସମୟରେ ବିବାଦରେ ଥିବା ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର...

ଆୟକର ଛାଡ଼ ସୁବିଧା ନେବେନି ସିଇସି

ନୂଆଦିଲ୍ଲୀ,୨୧।୫(ପି.ଟି.): ତ୍ୟାଗର ନିଦର୍ଶନ ସ୍ବରୂପ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ଏବଂ ନିର୍ବାଚନ କମିଶନର (ଇସି) ଅନୁପ ଚନ୍ଦ୍ର ପାଣ୍ଡେ ସେମାନଙ୍କୁ ମିଳୁଥିବା ଆୟକର...

ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ

ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର...

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କରୋନା

ନୂଆଦିଲ୍ଲୀ,୧୬।୧୦-ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଶୁକ୍ରବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ...

ଧର୍ମାନ୍ତରୀକରଣ ମାମଲା: ୮୬ ଅଭିଯୁକ୍ତଙ୍କ ମଧ୍ୟରେ ୭୯ ମୁସଲମାନ

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧର୍ମାନ୍ତରୀକରଣ ଅଧ୍ୟାଦେଶ ଅନ୍ତର୍ଗତ ୧୬ଟି ମାମଲାରେ ୮୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର...

Advertisement
Archives

Model This Week