Posted inଜାତୀୟ

ଟିଏମ୍‌ସି-ଭାଜପା ଅଡିଓ ଟେପ୍‌ ଓ୍ବାର୍‌

କୋଲକାତା,୨୮।୩: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେଉଥିବାବେଳେ ଅଡିଓ ଟେପ୍‌ ମାଧ୍ୟମରେ ଦୁଇ ଦଳ ପରସ୍ପରକୁ ଦୋଷାରୋପ କରିବା ଆରମ୍ଭ କରିଛନ୍ତି। ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଟକ୍କର ଜୋର୍‌ଦାର ହୋଇଛି। ମମତା ସେଠାରେ ଭାଜପାର ଜଣେ ନେତାଙ୍କୁ ଡାକି ସହାୟତା ପାଇଁ କହିଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଭାଜପା ନେତା ପ୍ରଳୟ ପାଲ୍‌ କହିଥିଲେ, ମମତା ତାଙ୍କୁ ନିର୍ବାଚନରେ ଜିତିବା ଲାଗି ସହାୟତା କରିବାକୁ ଫୋନ୍‌ ଯୋଗେ କହିଥିଲେ। ସେମାନଙ୍କ କଥାବାର୍ତ୍ତାର ଅଡିଓ ଟେପ୍‌ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ତେବେ କଲ୍‌ ରେକର୍ଡିଂର ସ୍ବର ଯାଞ୍ଚ ହୋଇ ନ ଥିବା ଟିଏମ୍‌ସି କହିଛି।
ଏହାର ଜବାବରେ ଟିଏମ୍‌ସି ଅନ୍ୟ ଏକ ଅଡିଓ ଟେପ୍‌ ଜାରି କରି ଭାଜପା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛି। ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବା ଲାଗି ଉକ୍ତ ଟେପ୍‌ରେ ଭାଜପା ନେତା ମୁକୁଲ ରାୟ ଓ ଶିଶିର ବାଜୋରିଆ ପରସ୍ପର ମଧ୍ୟରେ କଥା ହେଉଥିବା ଟିଏମ୍‌ସି କହିଛି। ସ୍ଥାନୀୟ କର୍ମୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବୁଥ୍‌ ଏଜେଣ୍ଟ କରିବା ଲାଗି ଅନୁମତି ଦେବା ନିମନ୍ତେ ନିୟମରେ ପରିବର୍ତ୍ତନ ପାଇଁ ଇସିଙ୍କୁ ଅନୁରୋଧ କରିବେ ବୋଲି ମୁକୁଲ ଓ ଶିଶିର କଥା ହୋଇଥିବା ଉକ୍ତ ଟେପ୍‌ରେ ରହିଥିବା ଶାସକ ଦଳ ଅଭିଯୋଗ କରିଛି।

ମୋଦି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି: ମମତା
ପଡୋଶୀ ବାଂଲାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨ ଦିନିଆ ଗସ୍ତ ନିର୍ବାଚନ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଏକ ରାଲିରେ କହିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବାବେଳେ ମୋଦି ପଡୋଶୀ ଦେଶକୁ ଯାଇ ସେଠାରେ ବେଙ୍ଗଲ ଉପରେ ଭାଷଣ ଦେଇ ରାଜ୍ୟର ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଭାଜପା ଏମ୍‌ପି ଶାନ୍ତନୁ ଠାକୁରଙ୍କ ସହ ଓରାକାଣ୍ଡି ଗସ୍ତ କରିଥିବା ଖଡ଼ଗପୁରଠାରେ ଏକ ସଭାରେ ମମତା କହିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଟିଏମ୍‌ସି ରାଲିରେ ବାଂଲାଦେଶୀ ଅଭିନେତା ଯୋଗଦେବାରୁ କେନ୍ଦ୍ର ସରକାର ତାଙ୍କ ଭିଜା ରଦ୍ଦ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭିଜା କ’ଣ ପାଇଁ ରଦ୍ଦ ନ ହେବ ବୋଲି ମମତା ପ୍ରଶ୍ନ କରିବା ସହ ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଭୋଟ ବେଳେ ହିଂସା: ୨ କର୍ମଚାରୀ , ୪ ଭାଜପା କର୍ମୀ ଆହତ

ପଶ୍ଚିମବଙ୍ଗରେ ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପୂର୍ବ ମେଦିନିପୁର ଜିଲାର ସତ୍‌ସତାମଲ ନିର୍ବାଚନ ମଣ୍ଡଳୀରେ ଗୁଳିକାଣ୍ଡ ଘଟିଛି। ନିର୍ବାଚନ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷା କର୍ମୀ ଏଥିରେ ଆହତ ହୋଇଛନ୍ତି। ମେଦିନିପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀମାନେ ବୁଥ୍‌ ଜବରଦଖଲ କରିଥିବା ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟିଏମ୍‌ସିର ସହଯୋଗୀମାନେ ଲୋକଙ୍କୁ ଭୟଭୀତ କରିବା ଲାଗି ଉଦ୍ୟମ କରୁଥିବା ଭାଜପା ଜିଲା ସଭାପତି ଅନୁପ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି। ଉତ୍ତର କଣ୍ଠିର ୧୭୮ ନମ୍ବର ବୁଥ୍‌ ନିକଟରେ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ହେବାରୁ ୪ ଜଣ ଆହତ ହୋଇଛନ୍ତି। ପଶ୍ଚିମ ମେଦିନିପୁରର ୧୬୭ ନମ୍ବର ବୁଥ୍‌ରେ ଭାଜପା ସମର୍ଥକମାନେ ପଶି ଲୋକଙ୍କୁ ଭୋଟ ଦେବାକୁ ଦେଇ ନ ଥିଲେ ବୋଲି ଟିଏମ୍‌ସି କହିଛି।

ପଶ୍ଚିମବଙ୍ଗରେ ୭୯.୮, ଆସାମରେ ୭୨.୧% ମତଦାନ

ପଶ୍ଚିମବଙ୍ଗ ଓ ଆସାମରେ ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପଶ୍ଚିମବଙ୍ଗର କେତେକ ସ୍ଥାନରେ କାଁଭାଁ ହିଂସାକାଣ୍ଡ ଖବର ମିଳିଥିବାବେଳେ ମୋଟାମୋଟି ଭାବେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା। ଅପରାହ୍ନ ୫ଟା ସୁଦ୍ଧା ସେଠାରେ ୭୯.୮ ପ୍ରତିଶତ ମତଦାନ ହୋଇଛି। ପୂର୍ବ ମେଦିନିପୁର ଜିଲା କୋଣ୍ଟାଇ ସହରରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ସାନଭାଇଙ୍କ କାର ଉପରେ ଆକ୍ରମଣ ଅଭିଯୋଗ ହୋଇଛି।
ନିର୍ବାଚନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଭାଜପା ସେଠାରେ ଦ୍ୱିତୀୟ ଥର କ୍ଷମତା ହାସଲ କରିବା ଲାଗି ଆଶାବାଦୀ ରହିଛି। ଅପରାହ୍ନ ୫ଟା ସୁଦ୍ଧା ଆସାମରେ ୭୨.୧ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଶନିବାର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଏବଂ ଆସାମର ୪୭ ଆସନରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୨୩ ମହିଳାଙ୍କ ସମେତ ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?