Posted inଖେଳ

ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ହରାଇଲେ ଟିଟ୍‌ମୁସ

ଟୋକିଓ, ୨୭।୭-ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଆମେରିକାର କେଟ୍‌ ଲେଡେକିଙ୍କୁ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ ପ୍ରତିଯୋଗିତା ଜିତିଛନ୍ତି ଅଷ୍ଟ୍ରେଲିଆର ଆରିଆର୍ନେ ଟିଟ୍‌ମୁସ। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆମେରିକାର ବିଶ୍ୱରେକର୍ଡଧାରୀ କେଟ୍‌ ରେସ୍‌ ଅଧା ପର୍ଯ୍ୟନ୍ତ ୦.୬୬ ସେକେଣ୍ଡ ଆଗରେ ଥିଲେ। ମାତ୍ର ପ୍ରତିଯୋଗିତା ଶେଷ ହେବାର ୫୦ ମିଟର ପୂର୍ବରୁ ଟିଟ୍‌ମୁସ ବ୍ୟବଧାନରେ ହ୍ରାସ ଆଣି ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ”ମୁଁ ଏହାକୁ ବିଶ୍ୱାସ କରି ପାରୁନାହିଁ, ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛି“ ବୋଲି ଟୋକିଓ ଆକ୍ୱାଟିକ୍‌ ସେଣ୍ଟରରେ ରେସ୍‌ ଜିତିବାପରେ ଟିଟ୍‌ମୁସ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପରି ବଡ଼ ପ୍ରତିଯୋଗିତାରେ ସୁଇମିଂର ଦୁଇ ପାଓ୍ବାର ହାଉସ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ୪୦୦ ମିଟର ଫ୍ରିଷ୍ଟାଇଲ, ୮୦୦ ମିଟର ଓ ୨୦୦ ମିଟର ଫ୍ରିଷ୍ଟାଇଲରେ ପ୍ରାୟତଃ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହୋଇଥାଏ। ଟିଟ୍‌ମୁସ ପ୍ରଥମ ପ୍ରତିଯୋଗିତାରେ ବାଜି ମାରି ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଛନ୍ତି। ଟିଟ୍‌ମୁସଙ୍କ ବିଜୟରେ ଉଲ୍ଲସିତ ହୋଇପଡ଼ିଥିଲେ ତାଙ୍କ କୋଚ୍‌ ଡିନ୍‌ ବୋକ୍ସାଲ। ତେବେ ବିଜୟ ହାସଲ ପରେ ଟିଟ୍‌ମୁସ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶ୍ରେୟ ଦେଇଛନ୍ତି। ”ତାଙ୍କ ବିନା ମୁଁ ଏଠାରେ ନ ଥାନ୍ତି। ତାଙ୍କ ସହ ରେସ୍‌ କରିବା ଯୋଗୁ ହିଁ ମୋ ପ୍ରଦର୍ଶନରେ ଉନ୍ନତି ଆସିପାରିଲା। ତେଣୁ ସମସ୍ତ ଶ୍ରେୟ ତାଙ୍କୁ ଦେବାକୁ ପଡ଼ିବ“ ବୋଲି ୨୦ ବର୍ଷୀୟ ଟିଟ୍‌ମୁସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri