Posted inଜାତୀୟ

ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ

ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାରେ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ଭୁଲ ଯୋଗୁ ଏକ ଯାତ୍ରୀବାହି ବସ ରାସ୍ତା କଡରେ ଥିବା ଖାଲରେ ଖସି ପଡିଥିଲା । ବସରେ ଥିବା ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା କୁହାଯାଉଛି । ତେବେ ଏସପି ତିରୁପତି କହିଛନ୍ତି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହର ରେଡ୍ଡି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀଙ୍କ ଗାଡ଼ି ଉପରେ ଆକ୍ରମଣ

କୋଲକାତା, ୪ା୪: ଅଭିନେତ୍ରୀ ତଥା ପଶ୍ଚିମବଙ୍ଗର ବେହଲା ଆସନ ଭାଜପା ପ୍ରାର୍ଥୀ ପାୟଲ ସରକାରଙ୍କ ଗାଡ଼ି ଉପରେ ରବିବାର ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସମର୍ଥକମାନେ ଆକ୍ରମଣ କରିଥିବା...

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି...

ମାଇକ୍ରୋଓଭେନରୁ ମିଳିଲା ଶିଶୁକନ୍ୟାର ମୃତଦେହ

ନୂଆଦିଲ୍ଲୀ,୨୨।୩: ଦକ୍ଷିଣ ଦିଲ୍ଲୀର ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ୨ ମାସର ଶିଶୁକନ୍ୟା ମୃତଦେହ ମାଇକ୍ରୋଓଭେନ ଭିତରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା...

ବିହାର ବିଧାନସଭାରେ ମୂଷାଧରି ପହଞ୍ଚିଲେ ବିଧାୟକ

ପାଟନା,୬।୩: ବିହାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଶୁକ୍ରବାର ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଜଣେ ବିଧାୟକ ଶୁକ୍ରବାର ଏକ...

ସ୍ତ୍ରୀଙ୍କୁ ଗୁଳି ମାରିଲେ କଂଗ୍ରେସ ନେତା

ଗ୍ବାଲିୟର, ୬।୬: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୨.୩୦ ସମୟରେ ସ୍ତ୍ରୀଙ୍କୁ ହତ୍ୟାକରି ସେ...

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଲୋକଙ୍କ ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ହୀରାନଗର ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି...

ମାଆ, ସ୍ତ୍ରୀଙ୍କ ସହ ଆସି ଭୋଟ ଦେଲେ ଫଡନଭିସ

ନାଗପୁର,୨୧।୧୦:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ମତଦାନରେ ଭାଗ ନେଇଛନ୍ତି। ସେ ନାଗପୁରର ଏକ ବୁଥରେ ମା’ ସରିତା ଓ...

Advertisement
Archives

Model This Week