ବାନ୍ତିରୁ ରକ୍ଷା ପାଇବାର ସହଜ ଉପାୟ

ଯାତ୍ରା କରିବା କାହାର ବା ପସନ୍ଦ ନୁହେଁ। ହେଲେ ଯାନବାହନରେ ଯାତାୟାତ କଲାବେଳେ ଅନେକ ବ୍ୟକ୍ତି ବାନ୍ତିଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  ଏହି କାରଣରୁ ଲୋକେ ବସ, କାର ଭଳି ଗାଡିରେ ଯାତ୍ରା କରିବାକୁ ପସନ୍ଦ କରି ନ ଥାନ୍ତି।  ତେବେ ଏଭଳି ସମସ୍ୟାର ନିରାକରଣ ପାଇଁ କିଛି ସହଜ ଉପାୟ ରହିଛି । ମାତ୍ର କେତୋଟି ଦିଗ ପ୍ରତି ଦୃଷ୍ଟି ଦେଲେ ଏଥିରୁ ରକ୍ଷା ମିଳିପାରିବ।

*ଯାତ୍ରା କରିବା ପୂର୍ବରୁ ଖାଲିପେଟରେ ବେଲପତ୍ର ରସ ଦୁଇ ଚାମଚ, ମିଶ୍ରି ପାଣି ଓ ଗୋଟିଏ କପ ଲେମ୍ବୁ ରସ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବନି।

*ଯଦି ଆପଣଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି ତେବେ ଅଳେଇଚ ମଞ୍ଜି ଚୋବାଇ ଖାଆନ୍ତୁ। ଦେଖିବେ ସଙ୍ଗେ ସଙ୍ଗେ ବାନ୍ତି ବନ୍ଦ ହୋଇଯିବ।

* ଯାତ୍ରା ସମୟରେ ଛୋଟ ଅଦା କିମ୍ବା ଅଦାର ପ୍ଲେଭର ଭଳି ଚକୋଲେଟ ପାଖରେ ରଖନ୍ତୁ । ବାନ୍ତି ଲାଗିଲେ ଏହାକୁ ଖାଇବା ଦ୍ୱାରା ଆଉ ବାନ୍ତି ହେବ ନାହିଁ।

* ଯାତ୍ରା କରୁଥିବା ବେଳେ ଖାଇବା ପ୍ରତି ବେଶି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଜଙ୍କ ଫୁଡ ଓ ତେଲ ମସଲାଜାତୀୟ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। ଏହା ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। କିନ୍ତୁ ଖାଲି ପେଟ ରଖନ୍ତୁ ନାହିଁ। ଯାତ୍ରା କରିବା ପୂର୍ବରୁ କିଛି ଖାଇ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମା’କ୍ଷୀରରେ ଶିଶୁର ମସ୍ତିଷ୍କ ହୋଇଥାଏ ତୀବ୍ର

କୁହାଯାଏ, ମା’ କ୍ଷୀର ଅମୃତ ସମାନ। ଏହା ଶିଶୁକୁ ପୋଷଣ ଦେବା ସହ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ...

ଲିଭର : କିଛି କଥା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଲିଭର (ଯକୃତ)। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଲିଭର...

ତ୍ୱଚାରେ ଆସିବ ଚମକ

ତ୍ୱଚାରେ କିପରି ଗ୍ଳୋ ଆସିବ ଏବଂ ତାହା ଆକର୍ଷଣୀୟ ଦେଖାଯିବ ସେ ସମ୍ପର୍କରେ ଟିପ୍ସ… ବୟସ ବଢ଼ିବା ସାଙ୍ଗକୁ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେବା...

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ...

ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ...

ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର...

ସାଇନସ ସମସ୍ୟାର ଘରୋଇ ଉପଚାର

ସାଇନସ୍‌ ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ ଇନଫେକଶନ, ନାକରେ ହାଡ ବଢ଼ି ତେଢ଼ା ହୋଇଯିବା, ପ୍ରଦୂଷଣ ଯୋଗୁଁ ଏହା ହୋଇଥାଏ। ବିଶେଷଭାବରେ ଥଣ୍ଡା...

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *