ଜୀବନରେ ଧନୀ ହେବାକୁ ଚାହାନ୍ତି କି? କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ ଲାଗି ଧନ ବହୁତ ଜରୁରୀ।ହେଲେ ଏହାକୁ ନେଇ କରାଯାଉଥିବା ଭୁଲରୁ ନିବୃତ୍ତ ରୁହନ୍ତୁ। ଯେପରିକି:

-ଚାଣକ୍ୟ କହିଛନ୍ତି ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ।

-ଟଙ୍କା ରୋଜଗାର ଲାଗି ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଆବଶ୍ୟକ। ଲକ୍ଷ୍ୟ ବିହୀନ ବ୍ୟକ୍ତି କେବେହେଲେ ଆଗକୁ ବଢ଼ିପାରେ ନାହିଁ। ନା ସେ ଧନବାନ ହୋଇପାରେ।
-ଚାଣକ୍ୟ କୁହନ୍ତି, ଯଦି ବ୍ୟକ୍ତି ଜୀବନରେ ଟଙ୍କା ରୋଜଗାର କରୁଛି ତେବେ ତାକୁ ସଞ୍ଚୟର କଳା ଶିଖିବା ଉଚିତ। ଏହାଛଡ଼ା ସଠିକ ସ୍ଥାନରେ ଖର୍ଚ୍ଚ କରିବା ମଧ୍ୟ ଆସିବା ଉଚିତ।

-ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ଟଙ୍କା ରୋଜଗାର ଲାଗି ଭୁଲ ରାସ୍ତାରେ ଚାଲିବା ଉଚିତ ନୁହେଁ। କାରଣ ଏହା କେବେ ନା କେବେ ଅସୁବିଧାରେ ପକାଇପାରେ।

-ଜୀବନରେ ସଫଳତା ପାଇବା ପରେ ବ୍ୟକ୍ତିକୁ କେବେ ବି ଅହଙ୍କାର କରିବା ଉଚିତ ନୁହେଁ। ଏହାଦ୍ୱାରା ପତନ ସ୍ବାଭାବିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ...

ପିଲା ଓ ଇ -ଗ୍ୟାଜେଟ୍‌

ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ବର୍ତ୍ତମାନ ଅଧିକାଂଶ ପିଲାଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଦୁନିଆ ସହ ଅପ୍‌ଡେଟ୍‌ ରଖିବା ଆଳରେ...

କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ...

ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା...

ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ...

ଟିକା

”ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ୍‌ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ...

ସୌନ୍ଦର୍ଯ୍ୟ ପାଇଁ ବରଦାନ କାକୁଡ଼ି: ଏଭଳି ବ୍ୟବହାର କରି…

ଖରାଦିନେ କାକୁଡ଼ି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଏହି କାକୁଡିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ଏହା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ...

ମହାଯୋଦ୍ଧା

କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ...

Advertisement
Archives

Model This Week