ସମୟାନୁବର୍ତ୍ତୀ କର୍ମଜୀବୀ

 

ପରିବାର ଏବଂ ଅଫିସ୍‌ ଉଭୟ କାର୍ଯ୍ୟଭାର ସମ୍ଭାଳିବାକୁ ହୋଇଥାଏ ଜଣେ କର୍ମଜୀବୀ ମହିଳାଙ୍କୁ। ଏମିତିରେ କେବେ କେବେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କର୍ମକ୍ଷେତ୍ରରେ ପହଞ୍ଚତ୍ବାରେ ହୋଇଯାଏ ବିଳମ୍ବ; ଯାହାର ନକାରାତ୍ମକ ପ୍ରଭାବ ପଡ଼େ ବ୍ୟକ୍ତିତ୍ୱ ଉପରେ। ହେଲେ ଏହାକୁ ଯଥା ସମୟରେ ସୁଧାରି ନେଇ ନିଜକୁ ଏକ ସମୟାନୁବର୍ତ୍ତୀ କର୍ମଜୀବୀର ପରିଚୟ ଦେବାରେ ସାହାଯ୍ୟ କରିଥାଏ ଠିକ୍‌ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ…
ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘରର ସମସ୍ତ ଦାୟିତ୍ୱ ସହ ଅଫିସ୍‌ କାର୍ଯ୍ୟ ମଧ୍ୟ ତୁଲାଇବାକୁ ହୋଇଥାଏ। ଏମିତିରେ ସକାଳୁ ଘରର ସମସ୍ତ କାର୍ଯ୍ୟ ଶେଷକରି ଅଫିସ୍‌ରେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ବାରେ ବେଳେବେଳେ ବିଳମ୍ବ ହୋଇଯାଏ। ହେଲେ ବାରମ୍ବାର ଏପରି ହେଲେ ଏହା ନା କେବଳ ବ୍ୟକ୍ତିତ୍ୱରେ ଆଞ୍ଚ ଆଣିଥାଏ ବରଂ ଚାକିରି ଉପରେ ମଧ୍ୟ ବିପଦ ସୃଷ୍ଟି କରିଥାଏ। ତେଣୁ ଏମିତିରେ ନିଜକୁ ସମୟାନୁବର୍ତ୍ତୀ କରିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ…
ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଗୁରୁତ୍ୱପୂର୍ଣ୍ଣ: ଟାଇମ୍‌ ମ୍ୟାନେଜ୍‌ମେଣ୍ଟର ଅଭାବ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜାଇଥାଏ। ଆଉ ଏହା ହିଁ କାର୍ଯ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବାର ମୁଖ୍ୟ କାରଣ। ତେଣୁ ଆପଣ କେଉଁ କାର୍ଯ୍ୟ କେତେବେଳେ, କେତେ ସମୟ ଭିତରେ କଲେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚିପାରିବେ ସେଥିନେଇ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରନ୍ତୁ।
ରାତିରୁ କରନ୍ତୁ ପ୍ଲାନିଂ: ଉଭୟ ଘର ଏବଂ ଅଫିସ୍‌ରେ ପରବର୍ତ୍ତୀ ଦିନ କେଉଁକେଉଁ କାର୍ଯ୍ୟ କରିବେ ତାହାକୁ ପୂର୍ବ ରାତିରୁ ପ୍ଲାନ୍‌ କରି ରଖନ୍ତୁ। ଯେପରି କି ଅଫିସ୍‌ର କୌଣସି ଦରକାରୀ କାଗଜପତ୍ର ଆଦି ପୂର୍ବ ରାତିରୁ ହିଁ ପ୍ୟାକ୍‌ କରିଦିଅନ୍ତୁ। ଅନେକ ମହିଳା କ’ଣ ରାନ୍ଧିବି, କ’ଣ ପିନ୍ଧି ଅଫିସ୍‌ ଯିବେ ବାଛିବାରେ ଅଯଥା ସମୟ ନଷ୍ଟ କରୁଥିବାର ଦେଖିବାକୁ ମିଳେ। ତେଣୁ ଏଥିପାଇଁ ପୂର୍ବ ରାତିରୁ ହିଁ ରୋଷେଇର ମେନୁ ଏବଂ ଗେଟ୍‌ଅପ୍‌ର ସବୁ ଜିନିଷ ଠିକ୍‌ ଭାବେ ସଜାଡ଼ି ରଖି ଦିଅନ୍ତୁ, ଯେପରି ରୋଷେଇ ସହ ଘର କାମ ସରିବା ମାତ୍ରେ ସଙ୍ଗେ ସଙ୍ଗେ ଅଫିସ୍‌ ପାଇଁ ପ୍ରସ୍ତୁତ ହୋଇ ବାହାରି ପାରିବେ।
ହୁଅନ୍ତୁ ମଲ୍ଟି ଟାକ୍ସିଂ: ଯଦି ଆପଣ ଗୋଟିଏ କାମ ସରିଲେ ଅନ୍ୟ କାମ କରିବେ ଭାବିବେ ତେବେ ସମୟ ଅଣ୍ଟିବା କଷ୍ଟ ହେବ। ତେଣୁ ନିର୍ଦ୍ଧାରିତ ସମୟରେ କେଉଁ ସବୁ କାର୍ଯ୍ୟ ଏକ ସଙ୍ଗେ କରି ହେବ ଦେଖନ୍ତୁ। ଅଳ୍ପ ସମୟରେ ଏକାଧିକ କାର୍ଯ୍ୟ କରିବା ଦ୍ୱାରା ସମୟ ବଞ୍ଚାଇପାରିବେ ଏବଂ ଯଥା ସମୟରେ ଅଫିସ୍‌ରେ ମଧ୍ୟ ପହଞ୍ଚତ୍ ପାରିବେ। ବିଶେଷକରି ଘରେ ଛୋଟ ପିଲା ଥିଲେ ସେମାନଙ୍କ କାମରେ ଅଧିକ ସମୟ ଲାଗୁଥାଏ। ତେଣୁ ଏପରି ସ୍ଥିତିରେ ମଲ୍ଟି ଟାକ୍ସିଂ ହେବା ହିଁ ଏକ ମାତ୍ର ବିକଳ୍ପ।
ନିର୍ଦ୍ଦିଷ୍ଟ ଶୋଇବା ସମୟ ରଖନ୍ତୁ: ଦୈନିକ ଶୋଇବା ଏବଂ ଉଠିବାର ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ପରିବାର ସମସ୍ତ ସଦସ୍ୟଙ୍କ ସହ ଘର କାମ ସାରିବା ପରେ ଅଧିକ ରାତିଯାଏ ଟିଭି, ଲ୍ୟାପ୍‌ଟପ୍‌, ମୋବାଇଲରେ ବ୍ୟସ୍ତ ନ ରହି ଶୀଘ୍ର ଶୁଅନ୍ତୁ। ଏହାଦ୍ୱାରା ଆପଣ ଶୀଘ୍ର ଉଠି ଯଥା ସମୟରେ ସମସ୍ତ କାର୍ଯ୍ୟ ସମାପ୍ତ କରି ଅଫିସ୍‌ ଯିବାରେ କୌଣସି ଅସୁବିଧା ହେବ ନାହିଁ। ତା’ଛଡ଼ା ପର୍ଯ୍ୟାପ୍ତ ନିଦ୍ରା ଆପଣଙ୍କୁ ଦିନଯାକର କାର୍ଯ୍ୟ କରିବା ଲାଗି ଫୂର୍ତ୍ତି ଯୋଗାଇବ।
ହାତରେ ସମୟ ରଖନ୍ତୁ: ଘରୁ ବାହାରିବା ପୂର୍ବରୁ ସବୁବେଳେ ହାତରେ କିଛି ସମୟ ରଖିଥାନ୍ତୁ। ଫଳରେ ବାଟରେ ଟ୍ରାଫିକ ଜାମ୍‌ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଯେପରି ଡେରି ନ ହୁଏ। ତା’ଛଡ଼ା ବିଳମ୍ବରେ ତରତର ହୋଇ ଯିବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବି ରହିଥାଏ।
କର୍ମ ତତ୍ପର ହୁଅନ୍ତୁ: ବ୍ୟକ୍ତିଗତ ତଥା ପାରିବାରିକ ଜୀବନ ଭଳି କର୍ମମୟ ଜୀବନକୁ ବି ସମାନ ଗୁରୁତ୍ୱ ଦିଅନ୍ତୁ ଏବଂ ଉଭୟ କ୍ଷେତ୍ରରେ ତତ୍ପରତାର ସହ କାର୍ଯ୍ୟ କରନ୍ତୁ। ଘର ଭଳି କାର୍ଯ୍ୟକ୍ଷେତ୍ରରେ ଛୋଟ ହେଉ କି ବଡ଼ ସମସ୍ତ କାର୍ଯ୍ୟକୁ ଯଥା ସମୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ଏକ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀର ପରିଚୟ ଦେବ।

 

କ’ଣ କରନ୍ତି ଏମାନେ…
ଲକ୍ଷ୍ମୀପ୍ରିୟା ନାୟକ (କଷ୍ଟମର ରିଲେଶନ୍‌ଶିପ୍‌ ଅଫିସର, ବାଲିପାଟଣା, ଖୋର୍ଦ୍ଧା)- ପ୍ରତ୍ୟେକ ମହିଳା ବିଶେଷକରି କର୍ମଜୀବୀ ମହିଳାଙ୍କ ହାତରୁ କେବେ କାମ କମେନି। ଗୋଟିଏ କାମ ନ ସରୁଣୁ ଆଉ ଗୋଟିଏ ଆସି ପହଞ୍ଚତ୍ୟାଏ। ଏମିତିରେ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ନିଜସ୍ବ ଅନୁଭବରୁ କହିବି, ଘରର ବିଭିନ୍ନ କାମ ସହ ଛୋଟ ଝିଅର କାମ ନିର୍ଦ୍ଧାରିତ ସମୟରେ ସାରି ଅଫିସ୍‌ ଯିବା ଟିକେ କଷ୍ଟ ହେଉଛି। ତଥାପି ସବୁ କାର୍ଯ୍ୟ ଲାଗି ଏକ ଟାଇମ୍‌ ଟେବୁଲ୍‌ ପୂର୍ବ ରାତିରୁ ହିଁ ପ୍ରସ୍ତୁତ କରିଦିଏ ଏବଂ ଅଳ୍ପ ସମୟରେ ଏକାଧିକ କାମ କରିବାକୁ ଚେଷ୍ଟା କରେ।
ସାଗରିକା ମହାନ୍ତି (ମ୍ୟାନେଜର, କଲ୍ୟାଣ ଜୁଏଲର୍ସ, ଭୁବନେଶ୍ସର)- ସମୟାନୁବର୍ତ୍ତୀ ହେବା ଜଣେ କର୍ମଜୀବୀଙ୍କ ବ୍ୟକ୍ତିତ୍ୱର ପ୍ରଥମ ପରିଚୟ; ଯାହାକୁ ମୁଁ ସର୍ବଦା ଗୁରୁତ୍ୱ ଦେଇଥାଏ। ତେଣୁ କାର୍ଯ୍ୟକ୍ଷେତ୍ରରେ ଯଥା ସମୟରେ ପହଞ୍ଚତ୍ବାଠାରୁ ପ୍ରତିଦିନର କାମ ଯଥା ସମୟରେ ସମାପ୍ତ କରିବାକୁ ଚେଷ୍ଟା କରିଥାଏ। ବାଟରେ କୌଣସି କାମରେ ବିଳମ୍ବ ହେଲେ ଯେପରି ଯଥା ସମୟରେ ପହଞ୍ଚତ୍ବାରେ ଅସୁବିଧା ନ ହୁଏ ସେଥିପାଇଁ ହାତରେ କିଛି ସମୟ ରଖି ବାହାରିଥାଏ। ଆଳସ୍ୟ ନ ରଖି ସକାଳୁ ଉଠି ଘରର ସମସ୍ତ କାମ ସହ ଦୁଇ ପିଲାଙ୍କ କାମ ସାରିଥାଏ। ମୋ ମତରେ ଦୃଢ଼ ମନୋବଳ ରଖି ଠିକ୍‌ ପ୍ଲାନିଂ କରିବା ସହ ମଲ୍ଟି ଟାକ୍ସିଂ ହେଲେ କୌଣସି କାର୍ଯ୍ୟ କଷ୍ଟସାଧ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?