Posted inଖେଳ

ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌!

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ବାୟୋ ବବୁଲ ଭାଙ୍ଗିବାକୁ ନେଇ ବିବାଦ ସାମ୍ନାକୁ ଆସିଥିଲା ଏବଂ ସେହି ଖବର ଆସିବା ପରେ ବ୍ରିସବେନ୍‌ରେ କରୋନାକୁ ନେଇ କଡ଼ା ନିୟମ ପାଳନ କରାଯାଉଥିବାରୁ ଟିମ ଇଣ୍ଡିଆ ସେଠାରେ ଟେଷ୍ଟ ମ୍ୟାଚ ଖେଳିବାକୁ ଚାହୁଁନାହିଁ। ଏହି ଦୁଇଟି ମାମଲା ପରେ ଲାଗୁଛି ଯେ କ୍ରିକେଟ ଅଷ୍ଟ୍ରେଲିଆ ଏବଂ ବିସିସିଆଇ ମଧ୍ୟରେ କଳହ ସୃଷ୍ଟି କରିବ ଏବଂ ସିରିଜ ଉପରେ ବିପଦ ରହିଛି। ଏହି ଦୁଇଟି ବିବାଦ ମଧ୍ୟରେ ଇଂଲଣ୍ଡ କ୍ରିକେଟର୍‌ ଜୋଫ୍ରା ଆର୍ଚରଙ୍କ ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଭାରତ-ଅଷ୍ଟ୍ରେଲିଆ ସିରିଜ ସହିତ ସଂଯୁକ୍ତ ହୋଇଥିବା ଜୋଫ୍ରା ଆର୍ଚର ଏକ ଟୁଇଟ କରିଛନ୍ତି। ଜାନୁଆରୀ ୨ରେ ଜୋଫ୍ରା ଆର୍ଚର ଟୁଇଟ୍‌ କରି କହିଛନ୍ତି, ‘ବ୍ୟାଗ ପ୍ୟାକ କରିବାର ସମୟ ଆସିଛି।’ ପ୍ରଶଂସକମାନେ ଏହି ଟୁଇଟ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜ୍‌ ବିଷୟରେ ବୋଲି ଚର୍ଚ୍ଚା କରୁଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତେ ଦୂରରେ ରହିଗଲେ ଅଂଶୁ

ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ...

‘ଧନ୍ୟବାଦ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଆମେ ଏହାକୁ ମନେ ରଖିବୁ’

ମୁମ୍ବାଇ,୨୨।୫: ‘ଧନ୍ୟବାଦ୍‌ ମୁମ୍ବାଇ। ଆମେ ଏହି ସାହାଯ୍ୟକୁ ମନେ ରଖିବୁ’ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରେ ପ୍ରବେଶ କରିବା ପରେ...

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ଭେଲୋସିଟି ବିଜୟୀ

ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବୁଧବାର ବ୍ରେକ୍‌ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍‌ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ...

ସନ୍ୟାସ ଘୋଷଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଆମିର: କହିଲେ ‘ଏହି ଦୁଇଜଣଙ୍କ ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’

ଲାହୋର,୨୩।୧୨: ଗତ ସପ୍ତାହରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ହଠାତ୍‌ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପଛରେ କି କାରଣ ରହିଛି...

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ...

ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌: ଋତୁପର୍ଣ୍ଣାଙ୍କୁ ରୌପ୍ୟ, କାଂସ୍ୟ

ଭୁବନେଶ୍ୱର,୨୮ା୭(ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶାର ଷ୍ଟାର ଶଟ୍‌ଲର ରୁତୁପର୍ଣ୍ଣା ପଣ୍ଡା ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌ ଟୁର୍ନାମେଣ୍ଟରେ ଯୁଗଳ ସଫଳତା ହାସଲ କରିଛନ୍ତି।...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ଗୋଆ ମ୍ୟାଚ ଡ୍ର

ମାର୍ଗାଓ, ୨୩।୧୧- ଫତୋର୍ଦାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ବେଙ୍ଗାଲୁରୁ ଏଫସି ଓ ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଫଳରେ...

ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍‌

ଆବୁଧାବି, ୭।୧୧- ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ...

Advertisement
Archives

Model This Week