‘ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବାର ସମୟ ଆସିଛି’

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବାହାରେ ତାତିକୁ ଚିନ୍ତା ଓ ଚେତନାର ଏହି ବୈଶାଖୀ ଉତ୍ସବ ସାରେ ଶାନ୍ତି ଦେଉଛି। ଆଜିକାଲି ରାସ୍ତାକଡ଼ରେ ହିଂସା ଦେଖାଯାଉଛି। ସମୟ ଆସିଛି କିଛି ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବା। ସମାଜର ବିଭିନ୍ନ ସାମାଜିକ ସ୍ଥିତି ଉପରେ ଗୁରୁତ୍ୱାରୋପ କରିବା ସହ ଯୁବପିଢ଼ି କିଭଳି ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେ ନେଇ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୫ତମ ବୈଶାଖୀ ଉତ୍ସବର ଉଦ୍‌ଯାପନୀ ସାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଥିଲେ। ବୟସରେ ଯୁବ ନ ହୋଇ ମାନସିକ ସ୍ତରରେ ଯୁବକ ହେଲେ ନୂଆ ଚିନ୍ତାଧାରାର ଆଦାନ ପ୍ରଦାନ ହୋଇପାରିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ଆମ ଭାଷା ଆମକୁ ବିଶ୍ୱ ସ୍ବୀକୃତି ଦେଇଛି। ଲୋକ ସଙ୍ଗୀତ, ଲୋକ ନୃତ୍ୟକୁ ପୁନରୁଦ୍ଧାର କରିବା ପାଇଁ ଅନୁଷ୍ଠାନର ପ୍ରୟାସ ପ୍ରଶଂସାଯୋଗ୍ୟ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଦ୍ୟୋଗୀ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ଏହି ଅବସରରେ ନୃତ୍ୟାଙ୍ଗନା ଅରୂପା ଗାୟତ୍ରୀ ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ଶଙ୍କର ବାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅରୂପା ପଣ୍ଡାଙ୍କ ମଧୁରାଷ୍ଟକମ ନୃତ୍ୟରୁ ସାର ଉତ୍ସବ ଆରମ୍ଭ ହୋଇଥିଲା। ପଣ୍ଡାଙ୍କ ଏକକ ନୃତ୍ୟ ଦର୍ଶକଙ୍କୁ ଅଧିକ ବିମୋହିତ କରିଥିଲା। ସଭାକାର୍ଯ୍ୟ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଆଳତି ପରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଉଦ୍‌ଯାପନୀ ସାରେ ନୁପୁର ଅନୁଷ୍ଠାନ ପକ୍ଷରୁ ଆମ ଓଡ଼ିଶା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଗୁରୁ ନିରଞ୍ଜନ ରାଉତ ଓ ତାଙ୍କ ଦଳ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ନୃତ୍ୟ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରତିଭା ପଣ୍ଡା ଓ ତାଙ୍କ ସାଥୀ ଜଗନ୍ନାଥଷ୍ଟକ ଓ ଶିବସ୍ତୁତି ଉପସ୍ଥାପନ କରିଥିଲେ, ଯାହାକି ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥିଲା। ତାଳଚେର ସ୍ବୟମ୍‌ଶ୍ରୀ ନୃତ୍ୟାନୁଷ୍ଠାନ ପକ୍ଷରୁ ଗୁରୁ ଶଙ୍କର ବାଈ ଓ ତାଙ୍କ ସାଥୀଙ୍କ ଦ୍ୱାରା ବିବାସିନୀ ପରିବେଷଣ କରାଯାଇଥିଲା। ସେହିପରି ସିଆର୍‌ପିଏଫ୍‌ ବ୍ୟାଣ୍ଡ ପରିବେଷଣ ଚିତ୍ତାକର୍ଷକ ଥିଲା। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri