‘ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବାର ସମୟ ଆସିଛି’

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବାହାରେ ତାତିକୁ ଚିନ୍ତା ଓ ଚେତନାର ଏହି ବୈଶାଖୀ ଉତ୍ସବ ସାରେ ଶାନ୍ତି ଦେଉଛି। ଆଜିକାଲି ରାସ୍ତାକଡ଼ରେ ହିଂସା ଦେଖାଯାଉଛି। ସମୟ ଆସିଛି କିଛି ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବା। ସମାଜର ବିଭିନ୍ନ ସାମାଜିକ ସ୍ଥିତି ଉପରେ ଗୁରୁତ୍ୱାରୋପ କରିବା ସହ ଯୁବପିଢ଼ି କିଭଳି ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେ ନେଇ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୫ତମ ବୈଶାଖୀ ଉତ୍ସବର ଉଦ୍‌ଯାପନୀ ସାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଥିଲେ। ବୟସରେ ଯୁବ ନ ହୋଇ ମାନସିକ ସ୍ତରରେ ଯୁବକ ହେଲେ ନୂଆ ଚିନ୍ତାଧାରାର ଆଦାନ ପ୍ରଦାନ ହୋଇପାରିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ଆମ ଭାଷା ଆମକୁ ବିଶ୍ୱ ସ୍ବୀକୃତି ଦେଇଛି। ଲୋକ ସଙ୍ଗୀତ, ଲୋକ ନୃତ୍ୟକୁ ପୁନରୁଦ୍ଧାର କରିବା ପାଇଁ ଅନୁଷ୍ଠାନର ପ୍ରୟାସ ପ୍ରଶଂସାଯୋଗ୍ୟ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଦ୍ୟୋଗୀ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ଏହି ଅବସରରେ ନୃତ୍ୟାଙ୍ଗନା ଅରୂପା ଗାୟତ୍ରୀ ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ଶଙ୍କର ବାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅରୂପା ପଣ୍ଡାଙ୍କ ମଧୁରାଷ୍ଟକମ ନୃତ୍ୟରୁ ସାର ଉତ୍ସବ ଆରମ୍ଭ ହୋଇଥିଲା। ପଣ୍ଡାଙ୍କ ଏକକ ନୃତ୍ୟ ଦର୍ଶକଙ୍କୁ ଅଧିକ ବିମୋହିତ କରିଥିଲା। ସଭାକାର୍ଯ୍ୟ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଆଳତି ପରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଉଦ୍‌ଯାପନୀ ସାରେ ନୁପୁର ଅନୁଷ୍ଠାନ ପକ୍ଷରୁ ଆମ ଓଡ଼ିଶା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଗୁରୁ ନିରଞ୍ଜନ ରାଉତ ଓ ତାଙ୍କ ଦଳ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ନୃତ୍ୟ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରତିଭା ପଣ୍ଡା ଓ ତାଙ୍କ ସାଥୀ ଜଗନ୍ନାଥଷ୍ଟକ ଓ ଶିବସ୍ତୁତି ଉପସ୍ଥାପନ କରିଥିଲେ, ଯାହାକି ଦର୍ଶକଙ୍କୁ ବେଶ୍‌ ବିମୋହିତ କରିଥିଲା। ତାଳଚେର ସ୍ବୟମ୍‌ଶ୍ରୀ ନୃତ୍ୟାନୁଷ୍ଠାନ ପକ୍ଷରୁ ଗୁରୁ ଶଙ୍କର ବାଈ ଓ ତାଙ୍କ ସାଥୀଙ୍କ ଦ୍ୱାରା ବିବାସିନୀ ପରିବେଷଣ କରାଯାଇଥିଲା। ସେହିପରି ସିଆର୍‌ପିଏଫ୍‌ ବ୍ୟାଣ୍ଡ ପରିବେଷଣ ଚିତ୍ତାକର୍ଷକ ଥିଲା। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?