ରାସ୍ତା ବଦଳାଇବାର ବେଳ

୨୦୧୪ରେ ମନମୋହନ ସିଂ କହିଥିଲେ- ଏହା ମୋର ଦୃଢ଼ ବିଶ୍ୱାସ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାହା ଦେଶ ପାଇଁ ବିପର୍ଯ୍ୟୟ ଆଣିବ। ଏହାର ୪ ବର୍ଷ ପରେ ସେ ପୁଣି କହିଥିଲେ, ଅତ୍ୟଧିକ ଲୋକ ମୋଦିଙ୍କ ଦକ୍ଷତା କିମ୍ବା ସେ ଲାଗୁ କରୁଥିବା ସାର୍ବଜନୀନ ନୀତି ସମ୍ପର୍କରେ ଜାଣିବାକୁ ଆଉ ବେଶି ସମୟ ଲାଗିବ ନାହିଁ। ତେବେ ଆଉ କେଇଟା ଦିନ ପରେ ସରକାର ୧୦ ବର୍ଷରେ ପଦାର୍ପଣ କରିବ। ଏଣୁ ସିଂଙ୍କ କଥା ସମ୍ପୂର୍ଣ୍ଣ ସତ କି ଅର୍ଦ୍ଧସତ କିମ୍ବା ପୂରା ଭୁଲ୍‌, ତାହା ଜାଣିବା ଲାଗି ଏହା ଏକ ଲମ୍ବା ସମୟ। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନ ଉପରେ ମତାମତ ଦେବାର ବହୁ ପ୍ରମାଣ ଥିବା ଯେତେବେଳେ ମୋତେ ଜଣାପଡ଼ିଥିଲା, ସେତେବେଳେ ମୁଁ ‘ଦି ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ବହି ଲେଖା ଆରମ୍ଭ କରିଥିଲି। ଦୁଇଟି ପ୍ରକାଶନ ପରେ ଏବେ ପୁନର୍ବାର ତାହା ପ୍ରକାଶ ପାଉଛି। ମୋ ପକ୍ଷେ ନୂଆ ପ୍ରକାଶନରେ ବିଶେଷକରି ସଂଗ୍ରହ କରିଥିବା କେତେକ ବୈଶ୍ୱିକ ସୂଚକାଙ୍କର ନବୀକରଣ ଦରକାର। ତେବେ ୨୦୧୪ ପୂର୍ବରୁ ଓ ତା’ ପରେ ବିଭିନ୍ନ ବିଷୟରେ ଭାରତର ସ୍ଥିତି କ’ଣ ରହିଛି ତାହା ଏହି ସୂଚକାଙ୍କଗୁଡ଼ିକ ମୂଲ୍ୟାଙ୍କନ କରିଛି। ଏହିସବୁ ସୂଚକାଙ୍କ ମଧ୍ୟରୁ ଅଧିକାଂଶରେ (୫୩ରୁ ୪୯ଟିରେ) ଭାରତ ତଳକୁ ଖସିବା ଘଟଣାରେ ମୋଦିଙ୍କ ସମାଲୋଚକମାନେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ସେମାନେ ପୂର୍ବରୁ ଏହା ଆକଳନ କରିଛନ୍ତି। ସେହିଭଳି ମୋଦିଙ୍କ ସମର୍ଥକମାନେ ବି ଆଶ୍ଚର୍ଯ୍ୟ ହେବେ ନାହିଁ, କାରଣ ସେମାନେ ବିଶ୍ୱାସ କରନ୍ତି ଯେ, ବିଶ୍ୱ ପକ୍ଷପାତୀ ହୋଇ ଭାରତ ବିରୋଧୀ ଅଭିଯାନ ଚଳାଇ ଏଭଳି ସୂଚକାଙ୍କ ପ୍ରସ୍ତୁତ କରୁଛି। ତେବେ ଏହି ବହି ଲେଖି ବିଗତ ବର୍ଷଗୁଡ଼ିକରେ ଲଗାତର ତାକୁ ନବୀକରଣ କରିବାକୁ ପଡ଼ୁଛି। ଏଥିରୁ ବୁଝାପଡ଼ୁଛି, ମୁଁ ସବୁ ବିଷୟରେ ତଥ୍ୟ ଓ ସୂଚନା ରଖିଆସିଛି। ଜଣେ ଏହି ତଥ୍ୟକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, କିନ୍ତୁ ତାଙ୍କୁ ଏହା ଜାଣିବାକୁ ପଡ଼ିବ। ପକ୍ଷପାତୀ କହିବା ଅର୍ଥ ଏଥିରୁ ଦୂରେଇଯିବା, ଯାହା ସରକାର କରିଛନ୍ତି। ତେବେ ଚଳିତ ସପ୍ତାହ ଘଟଣାଗୁଡ଼ିକୁ ଦେଖି ସେଗୁଡ଼ିକୁ ବହିର ଗୋଟିଏ ସ୍ଥାନରେ ରଖିବାକୁ ଚାହିଁଲି। ଏହିସବୁ ବିଷୟ ଭାରତରେ ଘଟୁଥିବା ଗଣତାନ୍ତ୍ରିକ ସ୍ବାଧୀନତା ଏବଂ ଅଧିକାର ସମ୍ପର୍କିତ, ଯାହାକୁ ବିଶ୍ୱର ଅନ୍ୟସବୁ ଦେଶ ସ୍ବୀକାର କରିଛନ୍ତି। ଥିଙ୍କ୍‌ ଟ୍ୟାଙ୍କ ବା ପରାମର୍ଶ ଦେଉଥିବା ବିଶେଷଜ୍ଞ ସମୂହ ଦ୍ୱାରା ଏହି ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଥିଙ୍କ୍‌ ଟ୍ୟାଙ୍କ ମଧ୍ୟରୁ କେତେକ ରୂଢ଼ିବାଦୀ (ବାମପନ୍ଥୀ) ହୋଇଥିବାବେଳେ ଆଉ କେତେକ ଉଦାରବାଦୀ। ସେମାନେ ଅନୁଧ୍ୟାନ କରି କେବଳ ଭାରତ ନୁହେଁ, ବରଂ ସବୁ ଦେଶର ର଼୍ୟାଙ୍କ ସ୍ଥିର କରିଛନ୍ତି। ଏଣୁ ସେମାନଙ୍କର ଏହା ଏକ ଭାରତକୈନ୍ଦ୍ରିକ କାର୍ଯ୍ୟସୂଚୀ ବୋଲି ଭାବିବା ଠିକ୍‌ ନୁହେଁ।
ଲଣ୍ଡନସ୍ଥିତ ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ୨୦୨୦ରେ ତା’ଗଣତନ୍ତ୍ର ସୂଚକାଙ୍କରେ ଭାରତକୁ ନିମ୍ନ ର଼୍ୟାଙ୍କରେ ସ୍ଥାନୀତ କରି ଏହାକୁ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ବର୍ଗୀଭୁକ୍ତ କରିଥିଲା। ୨୦୨୨ ସୂଚକାଙ୍କରେ ବି ସମାନ ପ୍ରକାର ଘଟିଛି। ନାଗରିକ ସ୍ବାଧୀନତା ଓ ରାଜନୈତିକ ସଂସ୍କୃତିରେ ଏହା ତଳେ ରହିଛି ଓ ୨୦୧୭ ପରେ ଭାରତର ର଼୍ୟାଙ୍କ ନିମ୍ନଗାମୀ ହେବା ଆରମ୍ଭ ହୋଇଛି। ଓ୍ବାଶିଂଟନରେ ଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ ତରଫରୁ ମାନବୀୟ ସ୍ବାଧୀନତା ସୂଚକାଙ୍କ ପ୍ରକାଶ ପାଏ। ଏହା ଅନ୍ତର୍ଜାତୀୟ ସ୍ତରରେ ଆଇନର ଶାସନ, ଧର୍ମୀୟ ସ୍ବାଧୀନତା, ନାଗରିକ ସ୍ବାଧୀନତା ଓ ବାଣିଜି୍ୟକ ସ୍ବାଧୀନତା ଉପରେ ଆକଳନ କରିଥାଏ। ୨୦୨୨ ସୂଚକାଙ୍କରେ ଭାରତ ୧୧୨ ର଼୍ୟାଙ୍କରେ ଅଛି। ଏହାବାଦ୍‌ ଆମେରିକା ସରକାରଙ୍କ ଥିଙ୍କ୍‌ଟ୍ୟାଙ୍କ ଫ୍ରିଡମ ହାଉସ ଦ୍ୱାରା ପ୍ରକାଶିତ ୨୦୧୪ ‘ବିଶ୍ୱରେ ସ୍ବାଧୀନତା’ ରିପୋର୍ଟରେ ଭାରତର ର଼୍ୟାଙ୍କ ଥିଲା ୭୭। ୨୦୨୦ରେ ଭାରତକୁ ‘ଆଂଶିକ ସ୍ବାଧୀନ’ ବର୍ଗରେ ରଖାଯାଇଥିଲା ଏବଂ କଶ୍ମୀରକୁ ସ୍ବାଧୀନ ନୁହେଁ ବୋଲି ସୂଚିତ କରାଯାଇଥିଲା। ୨୦୨୨ରେ ଏହି ଦୁଇଟି ଅପରିବର୍ତ୍ତିତ ରହିଛି ଏବଂ ଭାରତର ର଼୍ୟାଙ୍କ ଆହୁରି ତଳକୁ ଖସିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗସ୍ଥିତ ସିଭିଲ୍‌ ସୋସାଇଟିର ବୈଶ୍ୱିକ ମେଣ୍ଟ ସିଭିକସ୍‌ ଦ୍ୱାରା ଜାତୀୟ ସ୍ତରରେ ନାଗରିକ କ୍ଷେତ୍ରରେ ପ୍ରସ୍ତୁତ ୨୦୧୭ ବାର୍ଷିକ ନୀରିକ୍ଷଣ ରିପୋର୍ଟରେ ଭାରତକୁ ତଳ ର଼୍ୟାଙ୍କରେ ରଖାଯାଇଥିଲା। ୨୦୨୨ରେ ମଧ୍ୟ ଏହି କ୍ଷେତ୍ରରେ ଭାରତ ୧୦୦ ଦେଶ ମଧ୍ୟରେ ୩୨ତମ ସ୍ଥାନରେ ଅଛି। ବର୍ଟେଲସମ୍ୟାନ ଷ୍ଟିଫଟୁଙ୍ଗ ପଲିଟିକାଲ ଟ୍ରାନ୍ସଫରମେଶନ ଇଣ୍ଡେକ୍ସବା ସୂଚକାଙ୍କ ଜର୍ମାନୀର ଗୁଟେର୍ସଲୋହରେ ପ୍ରସ୍ତୁତ କରାଯାଇଛି। ମୁକ୍ତ ନିର୍ବାଚନ ଓ ରାଜନୈତିକ ଭାଗୀଦାରି ବିଚାରଧାରା ସହ ଆଇନ ଶାସନର କାର୍ଯ୍ୟକାରିତା ଓ ଗତାନ୍ତ୍ରିିକ ବ୍ୟବସ୍ଥାର ଗ୍ରହଣୀୟତା, ପ୍ରତିନିଧିତ୍ୱ ଓ ରାଜନୈତିକ ସଂସ୍କୃତିକୁ ଏଥିରେ ସାମିଲ କରିଛି। ୨୦୧୫ରେ ଏଥିରେ ଭାରତ ଥିଲା ୨୬ତମ ସ୍ଥାନରେ। ୨୦୨୨ରେ ତଳକୁ ଖସି ୫୦ ର଼୍ୟାଙ୍କରେ ରହିଛିି ଓ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ସୂଚୀଭୁକ୍ତ କରିଛି।
ସୁଇଡେନର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟ ମଧ୍ୟ ୧୯୭୨ରୁ ବିଭିନ୍ନ ପ୍ରକାର ଗଣତାନ୍ତ୍ରିକ ସୂଚକାଙ୍କ ପ୍ରସ୍ତୁତ କରିଆସୁଛି। ୧୯୭୫ ଓ ୧୯୭୬ରେ ଏହା ଭାରତକୁ ‘ନିର୍ବାଚନ ଏକଚ୍ଛତ୍ରବାଦୀ’ ରୂପେ ବର୍ଗୀକୃତ କରିଥିଲା। ୧୯୭୭ରୁ ୨୦୧୬ ଯାଏ ଏହା ଭାରତକୁ ଏକ ‘ନିର୍ବାଚନଭିତ୍ତିକ ଗଣତନ୍ତ୍ର’ ଭାବେ ସ୍ଥାନୀତ କରିଥିଲା। ତେବେ ଗତ ୬ ବର୍ଷ ହେଲା ଏହା ପୁନର୍ବାର ଭାରତକୁ ‘ନିର୍ବାଚନ ଏକଚ୍ଛତ୍ରବାଦୀ’ ଭାବେ ଦର୍ଶାଇଛି। ଏହା ବିଶ୍ୱର ମୋଟ ଦେଶଗୁଡ଼ିକର ୪୦-୫୦% ଦେଶ ତଳେ ରହି ନାଇଜେରିଆ, ସର୍ବିଆ, ପାକିସ୍ତାନ ଓ ସିଙ୍ଗାପୁର ଗୋଷ୍ଠୀରେ ଅଛି। ସେ ରୂଢ଼ିବାଦୀ ହୁଅନ୍ତୁ କିମ୍ବା ଉଦାରବାଦୀ ଥିଙ୍କ ଟ୍ୟାଙ୍କ, କୌଣସି ଗୋଟିଏ ସୂଚକାଙ୍କରେ ୨୦୧୪ ତୁଳନାରେ ଏବେ ଭାରତକୁ ଗଣତାନ୍ତ୍ରିକ ଓ ଅଧିକ ସ୍ବାଧୀନ କହିବା ମୁଁ ଦେଖିବାକୁ ପାଇନାହିଁ। କଥା ହେଉଛି, ଏବେ ଆମ ଚାରିପାଖରେ ଯାହା ଘଟୁଛି ତାହା ବହୁଦିନରୁ ଘଟିଆସୁଛି। ସାରା ବିଶ୍ୱ ତାହା ଜାଣିପାରୁଛି ଓ ଅନୁଭବ କରିଛି। ଏବେ ରାସ୍ତା ବଦଳାଇ ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିଶ୍ୱାସକୁ ଫେରିବା ଲାଗି କିଛି ବର୍ଷ ହେଲା ବିଶ୍ୱ ଆମକୁ ସତର୍କ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri