ସମୟ ଗଡ଼ୁଛି, ଅନିଶ୍ଚିତତା ବଢ଼ୁଛି

ତାଳଚେର,୨୯ ।୪(ମନୋଜ ନନ୍ଦ) ପ୍ରଦୂଷଣ ଜର୍ଜରିତ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦୀର୍ଘ ୧୪ ବର୍ଷ ତଳେ ଏମ୍‌ସିଏଲ୍‌ର ଏପରି ଏକ ଯୋଜନା ପଦାକୁ ଆସିବା ପରେ ୫୦ ହଜାରରୁ ଅଧିକ ଠିକା ଶ୍ରମିକଙ୍କ ମନରେ ଉନ୍ନତ ଚିକିତ୍ସାର ନୂଆ ଆଶା ସଞ୍ଚାର ହୋଇଥିଲା। ତେବେ ବହୁ ବିଳମ୍ବ ହେଲେ ବି ୨୦୧୪ରେ ଏ ନେଇ ଏମ୍‌ଓୟୁ ଓ ୨୦୧୭ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ୫ ବର୍ଷ ହେଲା ରାଜନୈତିକ ପଶାପାଲିରେ ୧୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର)ର ଭାଗ୍ୟ ଛନ୍ଦିହୋଇ ରହିଛି। ପରିଚାଳନା ସମ୍ପର୍କିତ ନିଷ୍ପତ୍ତି ନିଆଯାଇପାରୁ ନ ଥିବାରୁ ଏକ ଶହ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ଓ ରୋଗୀସେବା ଆରମ୍ଭ ହୋଇପାରୁ ନାହିଁ। ଫଳରେ ଦିନ ଯେତିକି ଗଡ଼ୁଛି ଏହି ମେଡିକାଲ କଲେଜକୁ ନେଇ ଅନିଶ୍ଚିତତା ସେତିକି ବଢ଼ିବାରେ ଲାଗିଛି।
୨୦୦୮ରେ ତାଳଚେର ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ୨୦୧୧ରେ ନାମ ଲେଖାହେବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ପ୍ରଥମେ କୁହାଯାଇଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ପରବର୍ତ୍ତୀ ଅବସ୍ଥାରେ ୩ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଉପସ୍ଥିତିରେ ଏ ନେଇ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ୧ ଶହ ଏମ୍‌ବିବିଏସ୍‌ ସିଟ୍‌ ଓ ୫ଶହ ଶଯ୍ୟା ବିଶଷ୍ଟ ଏହି ମେଡିକାଲ କଲେଜ ନିର୍ମାଣ ବାବଦରେ ୫ଶହ କୋଟି ଟଙ୍କା ବ୍ୟୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେବେ ଓ ୨୦୧୬-୧୭ ବର୍ଷରେ ଛାତ୍ରୀଛାତ୍ରଙ୍କ ନାମଲେଖା ଯାଇ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା। ତଦନୁଯାୟୀ ବନବିଭାଗ ପକ୍ଷରୁ ଡେରା ବୈଷ୍ଣବ ରଗୁଡିଠାରେ ୮.୪୯୬୩ ହେକ୍ଟର ଜମି ଯୋଗାଇ ଦିଆଗଲା। ୩ ସେପ୍ଟେମ୍ବର ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ୨ ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ ୪୯୨ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜର ନିର୍ମାଣ ଶେଷ ହେଲା। ଚୁକ୍ତି ଅନୁଯାୟୀ ୨୦୧୮ରୁ ଏଠାରେ ନାମଲେଖା ଆରମ୍ଭ ହେବା କଥା। ୨୦୧୯ ମାର୍ଚ୍ଚ ୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଏକାଡେମିକ ବ୍ଲକକୁ ଉଦ୍‌ଘାଟନ କରିବା ପରେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବାସ୍ତବରେ କେବଳ ସମୟ ଗଡି ଚାଲିଛି। ମେଡିକାଲ ପରିଚାଳନା ଦାୟିତ୍ୱ କିଏ ବହନ କରିବେ ତାହା ସ୍ଥିର ହୋଇପାରୁ ନାହିଁ। ଏମ୍‌ସିଏଲ୍‌ ପକ୍ଷରୁ ବାରମ୍ବାର ଟେଣ୍ଡର ହୋଇଥିଲେ ମଧ୍ୟ ଏ ଦିଗରେ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଏଣେ ଅହେତୁକ ବିଳମ୍ବ ଦେଖି ତାଳଚେରର ଜନସାଧାରଣ ଓ ବିଭିନ୍ନ ସଙ୍ଗଠନ ତାତି ଉଠିଲେଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ମହେଶ ସାହୁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପରି ତାଳଚେରରୁ ୩ ଜଣ ଟାଣୁଆ ନେତା ଥାଇ ସୁଦ୍ଧା ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇ ନ ପାରିବା କ୍ଷୋଭର ବିଷୟ ବୋଲି ଏମାନେ କହିଲେଣି। ଏ ନେଇ ୨୯ ତାରିଖ ଶୁକ୍ରବାର ତାଳଚେର ମିଳିତ ସମାବେଶ କମିଟି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri