ସମୟ ଗଡ଼ୁଛି, ଅନିଶ୍ଚିତତା ବଢ଼ୁଛି

ତାଳଚେର,୨୯ ।୪(ମନୋଜ ନନ୍ଦ) ପ୍ରଦୂଷଣ ଜର୍ଜରିତ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦୀର୍ଘ ୧୪ ବର୍ଷ ତଳେ ଏମ୍‌ସିଏଲ୍‌ର ଏପରି ଏକ ଯୋଜନା ପଦାକୁ ଆସିବା ପରେ ୫୦ ହଜାରରୁ ଅଧିକ ଠିକା ଶ୍ରମିକଙ୍କ ମନରେ ଉନ୍ନତ ଚିକିତ୍ସାର ନୂଆ ଆଶା ସଞ୍ଚାର ହୋଇଥିଲା। ତେବେ ବହୁ ବିଳମ୍ବ ହେଲେ ବି ୨୦୧୪ରେ ଏ ନେଇ ଏମ୍‌ଓୟୁ ଓ ୨୦୧୭ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ୫ ବର୍ଷ ହେଲା ରାଜନୈତିକ ପଶାପାଲିରେ ୧୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର)ର ଭାଗ୍ୟ ଛନ୍ଦିହୋଇ ରହିଛି। ପରିଚାଳନା ସମ୍ପର୍କିତ ନିଷ୍ପତ୍ତି ନିଆଯାଇପାରୁ ନ ଥିବାରୁ ଏକ ଶହ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ଓ ରୋଗୀସେବା ଆରମ୍ଭ ହୋଇପାରୁ ନାହିଁ। ଫଳରେ ଦିନ ଯେତିକି ଗଡ଼ୁଛି ଏହି ମେଡିକାଲ କଲେଜକୁ ନେଇ ଅନିଶ୍ଚିତତା ସେତିକି ବଢ଼ିବାରେ ଲାଗିଛି।
୨୦୦୮ରେ ତାଳଚେର ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ୨୦୧୧ରେ ନାମ ଲେଖାହେବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ପ୍ରଥମେ କୁହାଯାଇଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ପରବର୍ତ୍ତୀ ଅବସ୍ଥାରେ ୩ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଉପସ୍ଥିତିରେ ଏ ନେଇ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ୧ ଶହ ଏମ୍‌ବିବିଏସ୍‌ ସିଟ୍‌ ଓ ୫ଶହ ଶଯ୍ୟା ବିଶଷ୍ଟ ଏହି ମେଡିକାଲ କଲେଜ ନିର୍ମାଣ ବାବଦରେ ୫ଶହ କୋଟି ଟଙ୍କା ବ୍ୟୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେବେ ଓ ୨୦୧୬-୧୭ ବର୍ଷରେ ଛାତ୍ରୀଛାତ୍ରଙ୍କ ନାମଲେଖା ଯାଇ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା। ତଦନୁଯାୟୀ ବନବିଭାଗ ପକ୍ଷରୁ ଡେରା ବୈଷ୍ଣବ ରଗୁଡିଠାରେ ୮.୪୯୬୩ ହେକ୍ଟର ଜମି ଯୋଗାଇ ଦିଆଗଲା। ୩ ସେପ୍ଟେମ୍ବର ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ୨ ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ ୪୯୨ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜର ନିର୍ମାଣ ଶେଷ ହେଲା। ଚୁକ୍ତି ଅନୁଯାୟୀ ୨୦୧୮ରୁ ଏଠାରେ ନାମଲେଖା ଆରମ୍ଭ ହେବା କଥା। ୨୦୧୯ ମାର୍ଚ୍ଚ ୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଏକାଡେମିକ ବ୍ଲକକୁ ଉଦ୍‌ଘାଟନ କରିବା ପରେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବାସ୍ତବରେ କେବଳ ସମୟ ଗଡି ଚାଲିଛି। ମେଡିକାଲ ପରିଚାଳନା ଦାୟିତ୍ୱ କିଏ ବହନ କରିବେ ତାହା ସ୍ଥିର ହୋଇପାରୁ ନାହିଁ। ଏମ୍‌ସିଏଲ୍‌ ପକ୍ଷରୁ ବାରମ୍ବାର ଟେଣ୍ଡର ହୋଇଥିଲେ ମଧ୍ୟ ଏ ଦିଗରେ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଏଣେ ଅହେତୁକ ବିଳମ୍ବ ଦେଖି ତାଳଚେରର ଜନସାଧାରଣ ଓ ବିଭିନ୍ନ ସଙ୍ଗଠନ ତାତି ଉଠିଲେଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ମହେଶ ସାହୁ ଓ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପରି ତାଳଚେରରୁ ୩ ଜଣ ଟାଣୁଆ ନେତା ଥାଇ ସୁଦ୍ଧା ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇ ନ ପାରିବା କ୍ଷୋଭର ବିଷୟ ବୋଲି ଏମାନେ କହିଲେଣି। ଏ ନେଇ ୨୯ ତାରିଖ ଶୁକ୍ରବାର ତାଳଚେର ମିଳିତ ସମାବେଶ କମିଟି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri