ସମ୍ପର୍କ ପାଇଁ ସମୟ

ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଯେତିକି ଦରକାର ସେତିକି ଜରୁରୀ ସମ୍ପର୍କ। ହେଲେ ଏବେ ଅଧିକାଂଶ ମହିଳା କର୍ମକ୍ଷେତ୍ର ଓ ଘରକାମ ଭିତରେ ଏଭଳି ବ୍ୟସ୍ତ ରହୁଛନ୍ତି ଯେ ଅନ୍ୟ କୌଣସି ସମ୍ପର୍କ ନିଭାଇବାକୁ ସୁଯୋଗ ପାଉନାହାନ୍ତି। କିନ୍ତୁ ନିଜକୁ ସୁସ୍ଥ ରଖିବାକୁ ହେଲେ ସାମାଜିକ ସମ୍ପର୍କର ବି ମହତ୍ତ୍ୱ ରହିଛି ଏକଥା ଭୁଲିବା ଠିକ୍‌ ନୁହେଁ…

କର୍ମଜୀବୀ ମହିଳା ହୁଅନ୍ତୁ କି ଗୃହିଣୀ କାମର ଚାପରେ ଏଭଳି ଛନ୍ଦି ହୋଇଯାଇଥାନ୍ତି ଯେ ସାମାଜିକ ସମ୍ପର୍କ ନିଭାଇବା କଥାକୁ ସେମାନେ ମନରୁ ଦୂରେଇ ଦେଇଥାନ୍ତି। କିନ୍ତୁ ଏହି ସମ୍ପର୍କ ଯେ ସେମାନଙ୍କ ପାଇଁ ନିହାତି ଜରୁରୀ ଏକଥା ବୁଝିବା ଦରକାର। ସାମାଜିକ ସମ୍ପର୍କ ବିନା ମଣିଷ ଜୀବନର ଅସ୍ତିତ୍ୱ ସମ୍ଭବ ନୁହେଁ। ଆଉ ସମ୍ପର୍କର ଅସ୍ତିତ୍ୱ ଯେତେବେଳେ ଦୋହଲିଯାଏ ସେତେବେଳେ ଅନେକ ସମସ୍ୟା ସୃଷ୍ଟି ହୁଏ। ଉଭୟ ଶାରୀରିକ ଓ ମାନସିକ ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇବା ପାଇଁ ହେଲେ ସାମାଜିକ ସମ୍ପର୍କକୁ ଭୁଲିଯିବା ଠିକ୍‌ ନୁହେଁ।
ଡିପ୍ରେସନ କମ୍‌ କରେ: ସାମାଜିକ ସମ୍ପର୍କ ପ୍ରତ୍ୟେକ ମଣିଷକୁ ଏକ ଭିନ୍ନ ଅନୁଭବ ଦେଇଥାଏ। ବିଭିନ୍ନ ସମ୍ପର୍କରେ ବନ୍ଧାହୋଇଥିବା ମଣିଷ ଅନେକଙ୍କ ସହ ଦେଖାସାକ୍ଷାତ କରି ପରସ୍ପର କଥାବାର୍ତ୍ତା ହେବାର ସୁଯୋଗ ପାଇଥାଏ। ତେଣୁ ମନ ଭିତରେ ଅନେକ ପ୍ରସଙ୍ଗ, ଅନେକ କଥା ଓ ଭାବନା ଆସିଥାଏ। ଏଥିପାଇଁ କେହି ବି ନିଃସଙ୍ଗତା ଅନୁଭବ କରିବେ ନାହିଁ। ଅନ୍ୟପକ୍ଷରେ କେବଳ ନିଜ କାମ ଭିତରେ ବାନ୍ଧିହୋଇ ସମୟ କଟାଉଥିବା ମଣିଷ ହିଁ ସବୁବେଳେ ନିଜକୁ ଏକା ଭାବିଥାଏ। ବେଳେବେଳେ ଏଥିପାଇଁ ସେ ଡିପ୍ରେସନର ବି ଶିକାର ହୋଇଥାଏ। ତେଣୁ ମହିଳାମାନେ କିଛି ସମୟ ନିଜ ପଡ଼ୋଶୀ କିମ୍ବା ଅନ୍ୟ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରି ସମୟ କଟାଇବା ଦରକାର। ଫଳରେ ଡିପ୍ରେସନ, ହାର୍ଟଆଟାକ୍‌, ନିଦ୍ରାହୀନତା ଆଦି ବିଭିନ୍ନ ରୋଗର ଆଶଙ୍କା ମଧ୍ୟ ରହିବ ନାହିଁ।
ଆଶାର କିରଣ: କର୍ମଜୀବୀ ମହିଳାମାନେ ସାଧାରଣତଃ କାମର ଚାପରେ ନିଜ ପାଇଁ ସମୟ ବାହାର କରିବାକୁ ସୁଯୋଗ ପାଆନ୍ତି ନାହିଁ। ଏଥିପାଇଁ ସବୁବେଳେ କାମର ବୋଝ ଥିବା ଭଳି ଅନୁଭବ କରନ୍ତି। ଏହି କାରଣରୁ ଖୁବଶୀଘ୍ର ହତାଶ ହୋଇ ପଡନ୍ତି ଓ ମନରେ ନିରାଶାର ଭାବ ସୃଷ୍ଟି ହୁଏ। କିନ୍ତୁ ଯେଉଁମାନେ ବିଭିନ୍ନ ଲୋକଙ୍କ ସହ ସାମାଜିକ ସମ୍ପର୍କରେ ବନ୍ଧା ହୋଇଥାନ୍ତି ସେମାନଙ୍କ ପାଖରେ କିଛି ନା କିଛି ସମାଧାନର ପନ୍ଥା ମିଳିଯାଏ। ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟମାନେ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି କିମ୍ବା ସମାଧାନର ବିଭିନ୍ନ ପ୍ରସ୍ତାବ ବି ଦେଇପାରନ୍ତି। ତେଣୁ ସମ୍ପର୍କରେ ବନ୍ଧା ମଣିଷ ମନରେ ନିରାଶା ବଦଳରେ ଆଶାର ସଞ୍ଚାର ହୋଇଥାଏ।
କ୍ରୋଧ ଉପରେ ନିୟନ୍ତ୍ରଣ: ସାମାଜିକ ସମ୍ପର୍କ ରଖୁ ନ ଥିବା ମଣିଷ ଅନେକ ସମୟରେ ଚିଡ଼ିଚିଡ଼ାପଣର ଶିକାର ହୋଇଥାନ୍ତି। କାରଣ କାର୍ଯ୍ୟର ଚାପ ଯୋଗୁ ସେମାନେ ବିରକ୍ତ ହୋଇ ଯାଆନ୍ତି। ଏଥିପାଇଁ ଅତିଶୀଘ୍ର ରାଗି ଯାଆନ୍ତି। କିନ୍ତୁ ସାମାଜିକ ସମ୍ପର୍କରେ ବନ୍ଧା ହୋଇଥିବା ମହିଳାମାନେ ବିଭିନ୍ନ ଲୋକ ତଥା ଅନୁଷ୍ଠାନ ସହ ଜଡ଼ିତ ଥାନ୍ତି। ସେମାନଙ୍କୁ ପ୍ରତିଦିନ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହୋଇଥାଏ। ବେଳେବେଳେ ଅନ୍ୟମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା କିମ୍ବା ଅନ୍ୟକୁ ସାହାଯ୍ୟ କରିବାବେଳେ ମନ ବେଶ୍‌ ଖୁସି ହୋଇଯାଏ। ଫଳରେ ଏତେ ଶୀଘ୍ର କ୍ରୋଧ ଆସି ନ ଥାଏ। ଯଦି ବି କ୍ରୋଧ ଆସିଥାଏ ଲୋକଙ୍କ ଗହଳରେ ରହିବା ଫଳରେ କ୍ରୋଧ ଉପରେ ଆପେ ଆପେ ନିୟନ୍ତ୍ରଣ ଆସିଯାଏ।

ଏମାନେ କ’ଣ କରନ୍ତି

ଆଦୌ ସମୟ ହୁଏନି : ସ୍କୁଲ କାମ ଓ ଘର କାମ ଭିତରେ ମତେ ଅନ୍ୟ କୁଆଡ଼େ ଯିବାପାଇଁ ଆଦୌ ସମୟ ହୁଏନି। ସେଠାରୁ ଫେରି ଘରେ ସମସ୍ତଙ୍କ ପାଇଁ ରୋଷେଇ କରିବା, ଘର ସଫା କରିବା, ଛୁଆଙ୍କ କାମ ସବୁକିଛି ଭିତରେ ସମୟ କୁଆଡ଼େ ପଳାଏ ଜଣାପଡେନି। ଏମିତିକି ସାଙ୍ଗମାନଙ୍କ ସହ ବେଶି ସମୟ କଥାବାର୍ତ୍ତା ହେବାକୁ ବି ସମୟ ମିଳେନି। କାମ ସାରି ରାତିରେ ଶୋଇବାକୁ ଗଲେ ଶୀଘ୍ର ନିଦ ହୋଇଯାଏ। ପରଦିନ ସକାଳୁ ଶୀଘ୍ର ଉଠି ପୁଣି ଥରେ ସବୁଦିନିଆ ରୁଟିନ୍‌ ଲାଇଫ୍‌ ଭିତରେ ଗୋଟିଏ ଦିନ ସରିଯାଏ। ଏମିତିକି ସାପ୍ତାହିକ ଛୁଟିଦିନରେ ବି ଏତେ କାମ ରହିଥାଏ ଯେ ଅଧିକ ହାଲିଆ ଲାଗେ। ତେଣୁ କାହା ସହ କଥାବାର୍ତ୍ତା ହେବାକୁ କିମ୍ବା ଅନ୍ୟ କୁଆଡ଼େ ବାହାରକୁ ଯିବାକୁ ମନ ହୁଏନି। କିନ୍ତୁ ଖରାଛୁଟିରେ ପିଲାମାନଙ୍କୁ ନେଇ ବୁଲାବୁଲି ନିଶ୍ଚୟ କରେ।
-ପ୍ରତିଭା ନାୟକ, କର୍ମଜୀବୀ, କୋଏଲନଗର, ରାଉରକେଲା
ସମୟ ବାହାରକରେ: ସବୁ କାମ ଭିତରେ ମୋ ଖୁସି ପାଇଁ କିଛି ସମୟ ବାହାର କରିବାକୁ ଭୁଲେନି। କାହିଁକିନା ମୋର ବହୁତ ସାଙ୍ଗ ଅଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ସହ ମୁଁ ଜଡ଼ିତ ହୋଇ ରହିଛି। ଘରେ ମତେ କାମରେ ସହଯୋଗ କରିବା ପାଇଁ ମେଡ୍‌ ରଖିଛି। ତେଣୁ ଅଫିସ୍‌ କାମ ସାରି ବେଳେବେଳେ ବିଭିନ୍ନ ସୋସିଆଲ ୱାର୍କରେ କେବେ ମିଟିଂ ପାଇଁ ଯାଏ ତ କେବେ ଅନ୍ୟ କିଛି ଅଭିଯାନରେ ବି ସାମିଲ ହୁଏ। କିନ୍ତୁ ଘର ଦାୟିତ୍ୱ ସବୁ ନିଭାଇଥାଏ। ଘରେ କେତେବେଳେ କ’ଣ ହେବ ସେନେଇ ମେଡ୍‌କୁ ଫୋନରେ କହିଥାଏ। ଛୁଟିଦିନରେ ତ ଘରେ ସମସ୍ତେ ପାଖରେ ଥିବା କୌଣସି ସ୍ଥାନକୁ ଏମିତିକି ପାର୍କ କିମ୍ବା ମନ୍ଦିର ଯେଉଁଠିକୁ ହେଲେ ବୁଲିବାକୁ ଯାଉ।
-ମୁନ୍‌ମୁନ୍‌ ମହାପାତ୍ର, କର୍ମଜୀବୀ, ବ୍ରିଟ୍‌ କଲୋନି, ନୟାପଲ୍ଲୀ, ଭୁବନେଶ୍ୱର
ଫୋନ୍‌ରେ ସମ୍ପର୍କ ରଖେ: ଯେତେ ଚେଷ୍ଟା କଲେ ବି ବାହାରକୁ ଯିବାକୁ ସମୟ ହେଉନି। ଘରେ ଥିବା ସମୟରେ ତ ଏତେ କାମ ଥାଏ ଯେ ଅନ୍ୟ କିଛି ଚିନ୍ତା ମୁଣ୍ଡକୁ ବି ଆସେନି। ଅବଶ୍ୟ ଘରକାମ ସାରି ଅଫିସ୍‌ ଯିବା ପରେ ସମସ୍ତଙ୍କୁ ଫୋନ୍‌ କରେ। କାହାକୁ କିଛି କହିବାର ଥିଲେ ସେଠି ସମୟ ବାହାର କରି ଟିକେ ଫୋନ୍‌ରେ କଥା ହୋଇଯାଏ। ଫଳରେ ରିଲାକ୍ସ ଲାଗେ ଓ ଶୀଘ୍ର ସବୁକାମ କରିଦିଏ। ଏହା ବ୍ୟତୀତ ପ୍ରତି ରବିବାର ଦିନ ଆମେ ସମସ୍ତେ ମିଶି ପାଖରେ ଥିବା ପାର୍କକୁ ଯାଇ ସାବେଳେ ବୁଲାବୁଲି କରୁ ଏବଂ ବାହାରେ ଖାଇ ଘରକୁ ଫେରୁ। ସେଦିନ ପୁଅ ଭାରି ଖୁସି ହୋଇଯାଏ ଆଉ ମତେ ବି ବହୁତ ଭଲ ଲାଗେ।
-ସୁମିତ୍ରା ପ୍ରଧାନ, କର୍ମଜୀବୀ, କୋଶଳା, ଛେଣ୍ଡିପଦା, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?