Posted inଖେଳ

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇପାରିଥିଲା। ତାଙ୍କ ସ୍ଥାନରେ ଟିମ୍‌ ସୌଦିଙ୍କୁ ଟେଷ୍ଟ ଦଳର ନୂଆ ଅଧିନାୟକ କରାଯାଇଛି। ଓ୍ବିଲିୟମସନ କିନ୍ତୁ ହ୍ବାଇଟ୍‌ବଲ ଫର୍ମାଟରେ ଅଧିନାୟକ ରହିବେ। ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ ଓ ଟି୨୦ ବିଶ୍ୱକପ୍‌ ୨୦୨୪ରେ ତାଙ୍କର ଧ୍ୟାନ ରହିବ। ଟମ୍‌ ଲଥାମଙ୍କୁ ଉପ ଅଧିନାୟକ କରାଯାଇଛି। ପରିସଂଖ୍ୟାନ ଅନୁସାରେ ନ୍ୟୁଜିଲାଣ୍ଡ ଇତିହାସରେ ଓ୍ବିଲିୟମସନ ହେଉଛନ୍ତି ଶ୍ରେଷ୍ଠ ଅଧିନାୟକ। ତାଙ୍କ ଅଧୀନରେ ଦଳ ଖେଳିଥିବା ୪୦ ଟେଷ୍ଟ ମ୍ୟାଚ ମଧ୍ୟରୁ ୨୨ଟିରେ ବିଜୟ ଲାଭ କରିଛି। ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ ଡ୍ର ରଖିଥିବା ବେଳେ ୧୦ଟିରେ ପରାଜୟ ବରଣ କରିଛି। ଗତବର୍ଷ ଜୁନ୍‌ରେ ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ପରାସ୍ତ କରି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଜିତିଥିଲା। ଏହାପୂର୍ବରୁ ଟେଷ୍ଟ ର଼୍ୟାଙ୍କିଙ୍ଗରେ ମଧ୍ୟ ଦଳ ଶୀର୍ଷ ସ୍ଥାନରେ ପହଞ୍ଚତ୍ଥିଲା। ଓ୍ବିଲିୟମସନ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି, ପଡ଼ିଆ ଓ ପଡ଼ିଆ ବାହାରେ ତାଙ୍କ କାର୍ଯ୍ୟଭାର ଯଥେଷ୍ଟ ବୃଦ୍ଧିପାଇଥିବାରୁ କ୍ୟାରିୟରର ଏହି ସମୟରେ ଏପରି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ସହିତ ଆଲୋଚନା ପରେ ଆସନ୍ତା ଦୁଇ ବର୍ଷରେ ଖେଳାଯିବାକୁ ଥିବା ଦୁଇଟି ବିଶ୍ୱକପ୍‌ ଲାଗି ହ୍ବାଇଟ ଫର୍ମାଟରେ ତାଙ୍କ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ଓ୍ବିଲିୟମସନ କହିଛନ୍ତି, ଟେଷ୍ଟ ଅଧିନାୟକ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସୌଦି ଓ ଲଥାମ ତାଙ୍କୁ ସହାୟତା କରି ଆସିଛନ୍ତି। ଟିମ୍‌ଙ୍କୁୂ ଅଧିନାୟକ ଏବଂ ଟମ୍‌ଙ୍କୁ ଉପ ଅଧିନାୟକ ଭାବେ ମୋର ଅନୁରୂପ ସମର୍ଥନ ରହିବ। ୩୪୬ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ସାଉଦି ୨୨ଥର ଟି୨୦ ଦଳର ନେତୃତ୍ୱ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ୩୧ତମ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ପାକିସ୍ତାନକୁ ଟେଷ୍ଟ ଟୁର୍‌ ବେଳେ ସେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ। ପ୍ରଥମ ଟେଷ୍ଟ ବକ୍ସିଂ ଡେ’ରେ କରାଚୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri