Posted inଖେଳ

ପେନ୍‌ଙ୍କୁ ଜରିମାନା

ଦୁବାଇ,୧୧।୧(ପି.ଟି.): ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ସିଡ୍‌ନୀରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଅମ୍ପାୟରଙ୍କ ଏକ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଆଚରଣ ବିଧି ନିୟମ ୨.୮ର ଉଲ୍ଲଂଘନ କରି ପେନ୍‌ ମ୍ୟାଚ ପାଉଣାର ୧୫ ପ୍ରତିଶତ ଜରିମାନା ଆକାରରେ ପୈଠ କରିବେ ବୋଲି କୁହାଯାଇଛି। ଏଥିସହିତ ପେନ୍‌ଙ୍କ ଉପରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଜାରି କରାଯାଇଛି। ୨୪ ମାସରେ ପେନ୍‌ ପ୍ରଥମଥର ପାଇଁ ଏଭଳି ତ୍ରୁଟି କରିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି।
ଭାରତ ପ୍ରଥମ ଇନିଂସର ୫୬ତମ ଓଭରରେ ଚେତେଶ୍ୱର ପୂଜାରାଙ୍କ ବିପକ୍ଷରେ ଡିଆରଏସ୍‌ ରିଭ୍ୟୁ ନେଇଥିଲେ ଓ ଏଥିରେ ସଫଳ ହୋଇ ନ ଥିଲେ। ଫଳରେ ସେ ଅସନ୍ତୋଷ ଜାହିର କରିଥିଲେ। ପେନ୍‌ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିଛନ୍ତି। ଫଳରେ ଏ ନେଇ କୌଣସି ଶୁଣାଣିର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଡେଭିଡ୍‌ ବୁନ୍‌ ତାଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛନ୍ତି। ଅନ୍‌ଫିଲ୍ଡ ଅମ୍ପାୟର ପଲ୍‌ ରିଫିଲ ଓ ପଲ୍‌ ଓ୍ବିଲସନ, ତୃତୀୟ ଅମ୍ପାୟର ବ୍ରୁସ୍‌ ଅକ୍ସେନଫୋର୍ଡ ଓ ଚତୁର୍ଥ ଅମ୍ପାୟର କ୍ଲେୟାର ପୋଲୋସାକ ପେନ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗରେ ଅତିକମ୍‌ରେ ଜଣେ ଖେଳାଳିଙ୍କୁ ତାଗିଦ କରାଯାଇଥାଏ ଓ ଅତିବେଶିରେ ମ୍ୟାଚ ପାଉଣାର ୫୦ ପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ...

ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ମାଗିଥିଲେ ଏହି ଜିନିଷ: ସେହି ଦମ୍‌ରେ ଦଳକୁ ବିପଦରୁ କଲେ ରକ୍ଷା

ହାଇଦ୍ରାବାଦ୍‌,୧୯।୧: ହାଇଦ୍ରାବାଦରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ୩୫୦ ରନ ସ୍କୋର କରିବା ସତ୍ତ୍ୱେ ଭାରତ...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ନିକଟରେ ବର୍ମିଂହାମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥର ପ୍ରତିଯୋଗିତାରୁ ଶୁଟିଂ ଇଭେଣ୍ଟ ବାଦ୍‌ ପଡ଼ିଥିଲେ ହେଁ ଦମ୍‌ ଦେଖାଇଛି ଭାରତ। ୨୨...

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି।...

ଗୁଜରାଟକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୨୭।୪: ଆଇପିଏଲ୍‌ରେ ୨୦୨୨ରେ ୱାଙ୍ଖେଡେ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ୧୯୬ ରନ...

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌।...

କରୋନା ମୁକାବିଲା: ଓସିଏ ଦେଲା ଦେଢ଼ କୋଟି

କଟକ ଅଫିସ୍‌, ୯ା୪-କରୋନା ମୁକାବିଲା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ଓସିଏ ପକ୍ଷରୁ...

ସର୍ବଶ୍ରେଷ୍ଠ ଟି -୨୦ ତାଲିକା: ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ୨ଜଣ

ନୂଆଦିଲ୍ଲୀ,୨୩।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ସର୍ବଶ୍ରେଷ୍ଠ ଟି -୨୦ ତାଲିକା ପ୍ରକାଶ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଭାରତୀୟ ଦଳର...

Advertisement
Archives

Model This Week