ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ ୭୮ ଭୂକମ୍ପ, ସିରିଆରେ ୪୬

ଅଲେପ୍ପୋ,୭ ।୨: ସୋମବାର ସକାଳେ ଥରି ଉଠିଛି ମଧ୍ୟ-ପୂର୍ବର ୪ଟି ଦେଶ ତୁର୍କୀ, ସିରିଆ, ଲେବାନନ ଓ ଇସ୍ରାଏଲ । ସବୁଠାରୁ ଅଧିକ କ୍ଷୟକ୍ଷତି ତୁର୍କୀ ଓ ଏହାକୁ ଲାଗି ରହିଥିବା ସିରିଆରେ ହୋଇଛି । ତୁର୍କୀରେ ୧୨ ଘଣ୍ଟା ମଧ୍ୟରେ ୭ ତୀବ୍ରତାରୁ ଅଧିକ ଦୁଇଟି ଭୂକ୍ମପ ଅନୁଭୁତ ହୋଇଥିଲା । ଏଥିରେ ବଡ ବଡ କୋଠା ଧରାଶୟୀ ହୋଇଯାଇଥିଲା ।

ଆମେରିକା ଭୂଗର୍ଭ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ତୁର୍କୀରେ ସ୍ଥାନୀୟ ସମୟ ସକାଳ ୪ଟା ୧୭ରେ ପ୍ରଥମେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା । ଏହାର ଠିକ୍ ୧୧ ମିନିଟ ପରେ ୬. ତୀବ୍ରତାର ଆଉ ଏକ ଭୂକମ୍ପ ତୁର୍କୀକୁ ପୁଣିଥରେ ଦୋହଲାଇ ଦେଇଥିଲା । ଏହାପରେ ଦ୍ୱିପ୍ରହର ୧ଟା ୨୪ରେ ପୁଣିଥରେ ୭.୫ ତୀବ୍ରତାର ଭୂକମ୍ପ ତୁର୍କୀରେ ଅନୁଭୁତ ହୋଇଥିଲା ।
ଅନ୍ୟପଟେ ସିରିଆରେ ସ୍ଥାନୀୟ ସମୟ ସକାଳ ୪ରୁ ରାତି ୯ଟା ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଭୂକମ୍ପ ହୋଇଛି । ଏଥିମଧ୍ୟରୁ ୪ଟିର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ରହିଥିବା ବେଳେ ୧୦ଟିର ତୀବ୍ରତା ୬-୭ ତୀବ୍ରତା ମଧ୍ୟରେ ରହିଥିଲା ।
ସାରା ବଶ୍ୱରେ ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୭୮ ଭୂକମ୍ପ ଆସିଥିବା ରେକର୍ଡ କରାଯାଇଛି । ଏଥିରେ ସିରିଆରେ ୪୬ଟି ଭୁକମ୍ପ ଅନୁଭୁତ ହୋଇଥିବା କୁହାଯାଇଛି । ଫଳରେ ତୁର୍କୀ ଓ ସିରିଆରେ ଅନେକ ବଡ ବଡ କୋଠା ମାଟିରେ ମିଶିଯାଇଛି । ଭୂକମ୍ପ ପରେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଭଙ୍ଗା କୋଠତଳୁ ଚିତ୍କାର ଶୁଣିବାକୁ ମିଳିଛି । ଜଣେ ୟୁଟ୍ୟୁବର ଭଙ୍ଗାଘର ତଳୁ ଭିଡିଓ ପଠାଇ ବଞ୍ଚାଇବାକୁ ଗୁହାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri