ଆଖି ବୁଜିଲା ବାଘୁଣୀ ରେଣୁକା

ବାରଙ୍ଗ, ୨୨।୪ (ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରୋହିତ ଓ ଶୈଳଜା ଔରସରୁ ୨୦୦୮ ଫେବୃୟାରୀ ୨୮ରେ ରେଣୁକା ଓ ମନିଷ ନାମକ ୨ ଶାବକ ଜନ୍ମ ଗ୍ରହଣ କରିଥିଲେ। ହେଲେ ମନିଷ ୨୦୧୮ ସେପ୍ଟେମ୍ବର ୧ରେ ମୃତ୍ୟୁବରଣ କରିବା ପରେ ରେଣୁକା ଏକା ଥିଲା। ପରେ ଧୀରେ ଧୀରେ ରେଣୁକା ଅସୁସ୍ଥ ହେବାରେ ଲାଗିଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ବୁଧବାର ତା’ର ମୃତ୍ୟୁ ଘଟିଥିଲା। ରେଣୁକାକୁ ମୃତ୍ୟୁବେଳକୁ ୧୩ବର୍ଷ ହୋଇଥିଲା। ତେବେ ରେଣୁକା ନନ୍ଦନକାନନ ପାଇଁ ନୂଆ ବାଘବଂଶର ଉଦ୍‌ଭାବକ ସାଜିଥିଲା। ରେଣୁକା ଓ ସମ୍ରାଟର ମିଳନରୁ ୨୦୧୬ ମେ ୧୫ରେ ଏକ କଳାଲୋମଯୁକ୍ତ ଛୁଆକୁ ଜନ୍ମ ଦେଇଥିଲେ ମଧ୍ୟ ପରେ ସେ ମୃତ୍ୟୁବରଣ କରିଥିଲା। ଦ୍ୱିତୀୟଥର ପାଇଁ ଏହି ଯୋଡ଼ିଙ୍କ ମିଳନରୁ ପୁଣି ୨ଟି କଳାଲୋମଯୁକ୍ତ ଛୁଆ ୨୦୧୮ ଡିସେମ୍ବର ୨୨ରେ ଜନ୍ମ ହୋଇଥିଲା। ରେଣୁକାର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ହ୍ରାସ ପାଇ ୨୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବଣଭୋଜି ସହ ଏଥର ଗ୍ଲାମ୍ପିଂର ମଜା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଶୀତ ଆଗମନ ସହ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ। ଏଭଳି ସମୟରେ କୋଭିଡ୍‌ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଚହଳି ମଧ୍ୟ...

ନଦୀ ଟାପୁରେ ଫସିଛନ୍ତି ଶତାଧିକ ହରିଣ

ମାଲକାନଗିରି,୧୭ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ...

ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର...

‘ପାଟଣାଗଡ଼’ ରିଲିଜ୍‌କୁ ସବୁଜ ସଂକେତ:ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୬ା୧୧(ବ୍ୟୁରୋ):ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ରିଲିଜ୍‌ ନେଇ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମକୋର୍ଟରୁ ମଧ୍ୟ ସବୁଜ ସଂକେତ ମିଳିଛି। ଫିଲ୍ମ ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି...

ହଷ୍ଟେଲରେ ନ ରହି ପରୀକ୍ଷା ଦେଲେ ବିଦ୍ୟାଭାରତୀ

ବଲାଙ୍ଗୀର ଅଫିସ,୨୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ଦିବଂଗତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ବୁଧବାର ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଫାଇନାଲ ପରୀକ୍ଷା...

ସେଲ୍‌ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ

ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି...

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା...

ମଦଦୋକାନରେ ହେବନି ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୪।୯: ଦଶହରା ସମୟରେ ଜନଗହଳି କାରଣରୁ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ପାର୍ବଣ କିପରି ଶାନ୍ତି ଓ ଶୃଙ୍ଖଳାର...

Advertisement
Archives

Model This Week