Posted inଫୁରସତ

୩ ଛୁଆଙ୍କୁ ସାଥୀରେ ଧରି ଜଙ୍ଗଲରେ ବୁଲୁଛି ବାଘୁଣୀ, ଭାଇରାଲ ହେଉଛି ଭିଡିଓ

ଜଙ୍ଗଲ ରାସ୍ତାରେ ୩ ଛୁଆଙ୍କୁ ଧରି ଏକ ବାଘୁଣୀ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁଙ୍କ ଦ୍ୱାରା ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ ଘଞ୍ଚ ବୁଦା ଭିତରେ ତିନିଟି ଛୁଆ ମା’ ବାଘୁଣୀ ପଛରେ ବୁଲୁଥିବାର ନଜର ଆସିଛନ୍ତି। ଯାହା ବହୁତ ଚମତ୍କାର ଦୃଶ୍ୟ।

ଭିଡିଓ ଶେୟାର କରି ସୁପ୍ରିୟା କ୍ୟାପଶନ ଲେଖିଛନ୍ତି, ‘ବାଘର ଦେଶ’। ଜଣେ ମା’ କିପରି ତା’ର ପିଲାମାନଙ୍କୁ ଶିକ୍ଷାଦିଏ ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ବାଘୁଣୀ ଆଗେ ଆଗେ ଚାଲୁଛି। ପଛରେ ୩ ଛୁଆ ଚାଲୁଛନ୍ତି। କିଛି ବାଟ ଯିବା ପରେ ବାଘୁଣୀଟି ତା’ ପିଲାମାନଙ୍କୁ ଫେରିଚାହୁଁଛି। ପରେ ଛୁଆମାନେ ପୁଣି ମା’କୁ ଅନୁସରଣ କରି ତା’ ପଛେ ପଛେ ଚାଲୁଛନ୍ତି। ଭିଡିଓଟି ବେଶ୍‌ କୌତୂହଳପୂର୍ଣ୍ଣ।

ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଥର ଦେଖାସରିଲାଣି। ୟୁଜରମାନେ ଏଥିରେ ବେଶ୍‌ ମଜାଳିଆ କମେଣ୍ଟ ବି ଦେଉଥିବା ଦେଖିବାକୁ ମିଳିଛି। ଏହି ବିରଳ ଦୃଶ୍ୟ ଦେଖି ଅନେକ ଚକିତ ହୋଇଯାଇଛନ୍ତି। ସୁପ୍ରିୟା ମଧ୍ୟ ଭିଡିଓଟିକୁ ବହୁମାତ୍ରାରେ ଶେୟାର କରିବାକୁ ୟୁଜରମାନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମା’ଙ୍କୁ ଚଢାଯାଏ ଚପଲ ମାଳ

ମନ୍ଦିରକୁ ଗଲେ ଚପଲ ବାହାରେ ରଖି ଭିତରକୁ ଯିବାକୁ ହୁଏ। ଆଉ ଭଗବାନଙ୍କୁ ଫୁଲମାଳ, ପ୍ରସାଦ, ଖୀର, ଦହି, ମିଷ୍ଟାନ୍ନ ଆଦି ପ୍ରସାଦ ଚଢାଯାଏ। ହେଲେ...

ଜ୍ୱାଳାମୁଖୀ ଲାଭାରେ ମାନବ ମସ୍ତିଷ୍କ ତରଳି କାଚରେ ହୋଇଥିଲା ପରିଣତ

ରୋମ୍‌: ଜ୍ୱାଳାମୁଖୀ ଲାଭାରେ ମଣିଷ ମସ୍ତିଷ୍କ ତରଳି ମାଟି ତଳେ ଚାପି ହୋଇ ହଜାର ହଜାର ବର୍ଷ ରହିବା ପରେ କାଚରେ ପରିଣତ ହୋଇଛି। ଏହା...

ବିବାହ ଦିନ ଶାଶୁ ଏମିତି କାମ କଲେ, ଭାବି ବୋହୂ ରାଗରେ ହୋଇଗଲେ ନିଆଁବାଣ

ସାଧାରଣତଃ ବିବାହ ପରେ ବୋହୂମାନେ ଶାଶୁମାନଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ବିବାହ ଦିନ ବୋହୂ ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିବା ନିହାତି ଆଶ୍ଚର୍ଯ୍ୟର ବିଷୟ।...

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି।...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

ଏସବୁ କାରଣ ପାଇଁ ଟ୍ରେନ୍‌ ବଗିରେ ଥାଏ ଲାଲ୍‌, ହଳଦିଆ ଏବଂ ନୀଳ ରଙ୍ଗର ଗାର

୧୮୫୩ ଏପ୍ରିଲ୍‌ ୧୬ ତାରିଖରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। କିନ୍ତୁ ୧୯୫୧ରେ ରେଳସେବାକୁ ଜାତୀୟକରଣ କରାଯାଇଥିଲା। ସେବେଠାରୁ ଟ୍ରେନ୍‌ରେ କିଛି କୋଡ୍‌ ରହିଛି। ଯାହାକୁ...

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌...

ସମ୍ବିଧାନ ମୌଳିକ ଅଧିକାରର ସୁରକ୍ଷା କବଚ

ଭାରତୀୟ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନ ମୌଳିକ ଅଧିକାରକୁ ସୁନିଶ୍ଚିତ କରେ। ଏହା ମୌଳିକ ଅଧିକାରର...

Advertisement
Archives

Model This Week