ସୀମାନ୍ତ ବୋଡୁନୁରରେ ବାଘ ଆତଙ୍କ: ଗାଈ ମୁହଁକୁ କାମୁଡ଼ି ନାଳକୁ ଟାଣି ନେଲା ବାଘ

ମାଲକାନଗିରି,୪ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ କିଛି କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବନ ବିଭାଗ ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଛି। ଆନ୍ଧ୍ରପ୍ରଦେଶର ଇଷ୍ଟଗୋଦାବେରୀରେ ଥିବା ଚିନ୍ତୁର ଡିଭିଜନ ବୋଡୁନୁର ଗ୍ରାମକୁ ସୋମବାର ଏକ ବାଘ ପଶି ଆସିଥିଲା। ବୋଡୁନୁର ଗ୍ରାମବାସୀ କହିଛନ୍ତି, ଗ୍ରାମର ସୋଡେ ଶ୍ରୀନୁ ନିଜ ଗାଈକୁ ନେଇ ନିକଟରେ ଥିବା ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବାଘ ହଠାତ୍‌ ଆକ୍ରମଣ କରି ଗାଈ ମୁହଁକୁ କାମୁଡ଼ି ନିକଟରେ ଥିବା ଏକ ନାଳକୁ ଟାଣି ନେଇଥିଲା। ଏହା ଦେଖି ଶ୍ରୀନୁ ପାଟି କରିବାରୁ ଗାଁ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ବାଘଟି ସେଠାରୁ ପଳାଇ ଯାଇଥିଲା, କିନ୍ତୁ ଗାଈଟିର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାପ୍‌ କ୍ୟାମେରା ଲଗାଇବା ସହ ବାଘଟିକୁ ଖୋଜିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ...

ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ...

ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍‌

ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ...

ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର...

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରୁତିରାଣୀ ମନୋନୀତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ଦାସ ରାଜ୍ୟସ୍ତରୀୟ...

ବିଧାନସଭାରେ ନୂଆ ପରୀକ୍ଷା ବିଲ୍‌ ପାରିତ: କ’ଣ ରହିଛି ନିୟମ

ଭୁବନେଶ୍ୱର,୬।୧୨: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri