ଦ୍ୱିତୀୟଥର ମା’ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ,୭।୧(ଡି.ଏନ୍‌.ଏ.): ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ନିର୍ଦ୍ଦେଶ ମୁତାବକ ବନ୍ୟ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ରହୁଥିବା ୨୧ନଂ. ଏନକ୍ଲୋଜରରେ ଅଲଗା କରି ରଖିଥିଲେ। ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ସିସି କ୍ୟାମେରା ଲଗାଯାଇ ରୂପାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନରେ ଦୁଇଟି ଓ ସାରେ ଗୋଟିଏ ଶାବକକୁ ଜନ୍ମଦେଇଥିଲା ରୂପା। ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବାବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି। ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ରେ ପହଞ୍ଚତ୍ଛି। ଗତବର୍ଷ ସେପ୍ଟେମ୍ବର ୨୨ ଓ ୨୩ ରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୂପାର ମିଳନ ହୋଇଥିଲା। ତେବେ ଧଳାବାଘୁଣୀ ରୂପା ସହ ସାଧାରଣ ବାଘ ରାଜେଶର ମିଳନ ହୋଇ ୨୦୨୨ ମାର୍ଚ୍ଚରେ ରୂପା ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ଦେଇଥିଲା। ସାଧାରଣତଃ ଏହି ପ୍ରଜାତିର ବାଘ ୯୫ରୁ ୧୦୫ଦିନ ଗର୍ଭଧାରଣ କରି ବାଘୁଣୀ ଏକକାଳୀନ ୨ରୁ ୪ଟି ଶାବକ ଜନ୍ମ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri