ଦିନ ୧୦ରୁ ଟିକେଟ ଶେଷ

ଭୁବନେଶ୍ୱର,୧୯।୨(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଅବସରରେ ରବିବାରଠୁ ଖଣ୍ଡିଗିରି ଯାତ୍ରା ମହାସମର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଭଳି ନାଟକ ଥିବାରୁ ଭିଡ଼ ଢେର ଦେଖିବାକୁ ମିଳିଛି। ଏମିତିକି ଦିନ ୧୦ଟାରୁ ସାଧାରଣ ବର୍ଗ ଟିକେଟ ସରିଯାଇଥିଲା। ହେଲେ ବି ଟିକେଟ କାଉଣ୍ଟରରେ କାହିଁରେ କେତେ ଭିଡ଼ ଲାଗି ରହିଥିଲା। ଅଗ୍ରିମ ଟିକେଟ ବୁକ୍‌ ପାଇଁ ଲାଇନ ଲାଗିଥିଲା। ରବିବାର ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହୋଇଥିବାବେଳେ ସବୁତକ ନାଟକ ଦର୍ଶକଙ୍କୁ ଏକ ଆବେଗରେ ବାନ୍ଧି ରଖିଥିଲା। ଶୀର୍ଷକରୁ ହିଁ ନାଟକଗୁଡ଼ିକ ଆଖି ଭିଜାଇବ ବୋଲି କୁହାଯାଉଥିବାବେଳେ ତାହା ହିଁ ଦେଖିବାକୁ ମିଳିଥିଲା।
ଦୈତାରିଙ୍କ ଭୁଲ୍‌କୁ ବାଃ ବାଃ
ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ‘ସେଇ ଗୋଟିଏ ଭୁଲ ପାଇଁ’ ଭଳି ନାଟକ ଦର୍ଶକଙ୍କୁ ଭେଟି ଦେଇଛି। ନାୟକ ଭୂମିକାରେ ସୁବାସ, ଜିତୁ, ମୁନା, ରତି ନାୟକ ଓ ନାୟିକା ଭାବେ ଶିବାନୀଙ୍କୁ ଦର୍ଶକମାନେ ଦେଖିବାକୁ ପାଇବେ। ଖଳନାୟକ ଭୂମିକାରେ ଦୈତାରି ପଣ୍ଡାଙ୍କ ଅଭିନୟ ଦର୍ଶକ ଦେଖିବାକୁ ପାଇଥିଲେ। ଦୈତାରିଙ୍କ ଭୁଲ୍‌ ସମଗ୍ର ନାଟକକୁ ଭିନ୍ନ ମୋଡ଼ ଦେଇଥିଲା, ଯାହାକୁ ଦେଖି ଦର୍ଶକ ବାଃ ବାଃ କରିଥିଲେ।
ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା
ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଗୌରୀ ଗଣନାଟ୍ୟ ଯାତ୍ରା ମହାସମରକୁ ଓହ୍ଲାଇଥିଲା । ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ’ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ଦର୍ଶକମାନଙ୍କୁ ଏକ ନିଆରା ଅନୁଭବ ଆଣି ଦେଇଥିଲା। ଏକ ପ୍ରକାର ଏହି ନାଟକକୁ ନେଇ ଲୋକେ ଅଧିକ ଉତ୍ସାହିତ ଥିଲେ। ଚର୍ଚ୍ଚିତ କଳାକାର ରାଣୀ ପଣ୍ଡାଙ୍କ କାହାଣୀକୁ ବେଶ୍‌ ସୁନ୍ଦର ଭାବେ ଦର୍ଶକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା। ସେ ନାଟକର ନାୟିକା ଭୂମିକାରେ ଥିବା ବେଳେ ନାୟକ ରୂପରେ ମାନସ ପଣ୍ଡା ଓ ଖଳନାୟକ ରଞ୍ଜିତ ପାତ୍ରଙ୍କୁ ଦେଖିବାକୁ ମିଳିଥିଲା ।
କାନ୍ଦେନାରେ ବାଇଆ ମନ
ଇନ୍ଦିରା ସାଂସ୍କୃତିକ ପରିଷଦ (ଖଣ୍ଡଗିରି-ଜାଗମରା)ରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ‘କାନ୍ଦେନାରେ ବାଇଆ ମନ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇଥିଲା। ଏହି ନାଟକରେ ସୁରେଶ ପଣ୍ଡା ମୁଖ୍ୟ ନାୟକ ଓ ଭାବନାଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ।
ଦେବଦାସୀ ହେବି ତୋରି ପାଇଁ
ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚରେ ଅପେରା ସାଇ ସମ୍ରାଟ ‘ଦେବଦାସୀ ହେବି ତୋରି ପାଇଁ’ ନାଟକକୁ ନେଇ ଯାତ୍ରା ମଇଦାନକୁ ଆସିଥିଲା। ଶଙ୍ଖାଳି-ସତ୍ୟ-ବୁଲ୍‌ବୁଲ୍‌ ହିରୋ ଏବଂ ଟିକିନା-ଟିକିଲି-ତମସା ହିରୋଇନ ଭୁମିକାରେ ଅବିନୟ କରିଥିବା ବେଳେ ଖଳନାୟକ ଭୂମିକାରେ ରବି ବ୍ରହ୍ମାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।
କାନ୍ଦେନାରେ ଲୁହ ସରିଯିବ
ମା ମଙ୍ଗଳା ଯୁବ ପରିଷଦ ମଞ୍ଚରେ ମା ଦୁର୍ଗା ମନ୍ଦିର ’କାନ୍ଦେନାରେ ଲୁହ ସରିଯିବ’କୁ ନେଇ ଦର୍ଶକଙ୍କ ପାଖେ ପହଞ୍ଚିଥିଲା। ନାୟକ ଓ ନାୟିକା ଭୂମିକାରେ ରୁଦ୍ର, ହୃଷି ଓ ମାମାଙ୍କ ଅଭିନୟ ଦେଖିବାକୁ ମିଳିଥିଲେ। ଖଳନାୟକ ଲକ୍ଷ୍ମୀଧରଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?