ଯାତ୍ରୀଙ୍କୁ ହଇରାଣ କରୁଛନ୍ତି ଟିକେଟ୍‌ କାଉଣ୍ଟର ହକର: ଟଙ୍କା ଫେରେଇବାକୁ କହିବାରୁ… ସାମାଜିକ ଗଣମାଧ୍ୟମରେ ଦୁଃଖ ବଖାଣିଲେ ବିଧବା ମହିଳା

ଦାରିଙ୍ଗବାଡି, ୭ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲାଦାରିଙ୍ଗବାଡି ଥାନା ଗୌଡ଼ ସାହିର ଜଣେ ବିଧବା ମହିଳାଙ୍କୁ ଘରୋଇ ବସର ଟିକେଟ୍‌ କାଉଣ୍ଟରର ହକର ଟିକେଟ ପଇସା ନ ଫେରାଇ ଓଲଟା ମହିଳାଙ୍କୁ ଅଶ୍ମୀଳ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଉକ୍ତ ଟିକେଟ କାଉଣ୍ଟର ହକରର ନିର୍ଯାତନା ସହିନପାରି ଥାନାକୁ ଅଭିଯୋଗ କରିବାକୁ ପହଞ୍ଚିଥିବା ମହିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ଉକ୍ତ ହକର ଜଣଙ୍କ ତାଙ୍କ ପ୍ରତି ବାରମ୍ବାର ଏକାଧିକଥର ବାତିଲ ହୋଇଥିବା ଟିକେଟ୍‌ର ଅର୍ଥ ଫେରାଇନଥିବା ସେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଗୌଡ଼ ସାହିର ଶଶୀ ଗୌଡ଼ ଜଣେ ବିଧବା ମହିଳା ସେ ତାଙ୍କ ଝିଅ ପୁଅଙ୍କୁ ନେଇ ଗୌଡ଼ ସାହିରେ ରହୁଥିବା ବେଳେ ତାଙ୍କ ଝିଅ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ଦିବ୍ୟାଙ୍ଗ ହୋଇଛନ୍ତି । ସେ ତାଙ୍କର ଚିକିତ୍ସା ପାଇଁ ବାରମ୍ବାର ଭୁବନେଶ୍ୱର ଓ ବ୍ରହ୍ମପୁର ଯାଉଥିବାବେଳେ ଗତ ଡିସେମ୍ବରରେ ସେ ଭୁବନେଶ୍ୱର ଯିବାକୁ ଦାରିଙ୍ଗବାଡି ବସ୍‌ ଷ୍ଟାଣ୍ଡ ଚକାଡୋଳା ବସ୍‌ରେ ଅଗ୍ରିମ ଟିକେଟ୍‌ କରିଥିଲେ । ସେ ହକର ତାରାପ୍ରସାଦ ସାହୁଙ୍କୁ ଟିକେଟ୍‌ ପାଇଁ କୁଆଡେ ୟୁପିଆଇରେ ୪୦୦ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଶଶୀଙ୍କ ଭୁବନେଶ୍ୱର ଯିବା ବାତିଲ ହେବାରୁ ସେ ଟିକେଟ୍‌ କାଉଣ୍ଟରରେ ଅଗ୍ରିମ ଜଣାଇଥିଲେ ଓ ତାଙ୍କ ଅର୍ଥ ଫେରାଇବାକୁ କହିଥିଲେ ହେଲେ ତାଙ୍କ ପଇସା ସେ ଏବେ ସୁଦ୍ଧା ପାଇନଥିବା କହିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଘଟଣା ଶଶୀ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ସେ ମଙ୍ଗଳବାର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ନୂଆ ଅଫିସର ଥିବାରୁ ସେ ଆଇଆଇସିଙ୍କୁ ଚିହ୍ନି ନ ପାରି ଫେରିଆସିଥିଲେ। ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏମିତି ଅଗ୍ରିମ ଟିକେଟ୍‌ କରି ତାଙ୍କ ଗସ୍ତ ବାତିଲ ହୋଇ ୧୬ ଟଙ୍କା ସେ ଫେରିପାଇବାକୁ ରହିଥିବା ବେଳେ ମୋଟ ୨ ହଜାର ଟଙ୍କା ସେ ଫେରିପାଇବାକୁ ଥିବା କହିଛନ୍ତି। ଏ ନେଇ ହକର ତାରାପ୍ରସାଦ ସାହୁଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଖବର ଲେଖିବା ସୁଦ୍ଧା ଫୋନ ରିଡିଭ କରିନଥିଲେ । ଘଟଣାର ସତ୍ୟାସତ୍ୟ ତଦନ୍ତ ହେବା ଓ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଶଶୀଙ୍କ ଭଳି ଏହି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଘରୋଇ ବସ୍‌ଗୁଡିକରେ ଯାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି…

ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri