କୋର୍ଟ ରୁମ୍‌ରେ ପଥର ଫିଙ୍ଗିଲେ

ଛତ୍ରପୁର,୧୭ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ବଡ଼କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁ(୬୫) ସୋମବାର ପୂର୍ବାହ୍ନ ୧୦ଟା ୩୫ ମିନିଟରେ ହଠାତ୍‌ ଏସ୍‌ଡିଜେଏମ୍‌ କୋର୍ଟ ଭିତରକୁ ପ୍ରବେଶ କରିଥିଲେ। ସେ ସମୟରେ ମାଜିଷ୍ଟ୍ରେଟ ନିଜ ଚ୍ୟାମ୍ବରରେ ଥିବାବେଳେ ବେଞ୍ଚ କ୍ଳର୍କ ଓ ଷ୍ଟେନୋ କୋର୍ଟ ରୁମରେ ଉପସ୍ଥିତ ଥିଲେ। ଏହି ସମୟରେ ସମସ୍ତଙ୍କ ଅଗୋଚରରେ ସୁବାସ ନିଜ ବ୍ୟାଗରୁ ପଥର ଖଣ୍ଡ ବାହାର କରି କମ୍ପ୍ୟୁଟର ଏବଂ ଆସବାବପତ୍ର ଉପରକୁ ଫିଙ୍ଗିଥିଲେ। ବେଞ୍ଚ କ୍ଳର୍କ ପ୍ରଫୁଲ୍ଲ ନାୟକ ଏହାଦେଖି ତୁରନ୍ତ ଛତ୍ରପୁର ପୋଲିସକୁ ଖବର ଦେଇଥିଲେ। ଥାନା ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚତ୍ ସୁବାସଙ୍କୁ କାବୁ କରି ନେଇଥିଲେ। ଏନେଇ ୬୯୫/୨୩ରେ ଏକ ମାମଲା ରୁଜୁ ହୋଇଛି। ସୁବାସଙ୍କ କୋର୍ଟରେ କୌଣସି ମାମଲାର ଶୁଣାଣି ନ ଥିଲା କି କୋର୍ଟ ସମନ ବି ନ ଥିଲା। ହେଲେ ସେ କାହିଁକି ଆସି ପଥରମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଅପରପକ୍ଷରେ ସୁବାସ କାହିଁିକି ଏପରି କଲେ ସେନେଇ କିଛି ବିଶେଷ କହି ନ ଥିଲେ ସୁଦ୍ଧା ତା ଦୁଃଖ କେହି ଶୁଣିଲେ ନାହିଁ ବୋଲି ପୋଲିସ କୋର୍ଟକୁ ନେବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବେ ସୁବାସ ଜଣେ ଜିଲାପାଳଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେ ସମ୍ପର୍କରେ କିମ୍ବା ତାଙ୍କ ବିରୋଧରେ ଅନ୍ୟ କିଛି ମାମଲା ଅଛି କି ନାହିଁ ସେ ନେଇ ଛତ୍ରପୁର ପୋଲିସ ତଦନ୍ତ କରୁଛି। ଛତ୍ରପୁର ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଥିବା କୋର୍ଟରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏକ ହତ୍ୟା ମାମଲାରେ ସାକ୍ଷ୍ୟଗ୍ରହଣ ପୂର୍ବରୁ ସାକ୍ଷୀଙ୍କୁ ଅପହରଣ କରାଯାଇଥିଲା। ପରେ ଛତ୍ରପୁର ପୋଲିସ ଭୁବନେଶ୍ୱରରୁ ଉକ୍ତ ସାକ୍ଷୀଙ୍କୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?