Advertisement

ଆଖିକୁ ବାଲି ଫିଙ୍ଗିଲେ, ଖୁରରେ କାଟିଲେ

ପରଜଙ୍ଗ, ୨୩।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ଆତଙ୍କ ଥମିବାର ନଁା ଧରୁନାହିଁ। ବ୍ୟସ୍ତବହୁଳ ସଡ଼କରେ ମାରଣାସ୍ତ୍ରଧାରୀ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ। ପୋଲିସ କେବଳ ତଦନ୍ତ ଚାଲିଛି କହି ପ୍ରସଙ୍ଗକୁ ହାଲୁକା ଭାବେ ନେଉଥିବାବେଳେ ଅଞ୍ଚଳବାସୀ ଅସୁରକ୍ଷିତ ଅନୁଭବ କଲେଣି, ଯାହାକୁ ନେଇ ପୋଲିସ ବିରୋଧୀ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କଲାଣି। ମଙ୍ଗଳବାର ଅପରାହ୍ନରେ ୩ଜଣ ମୁଖାଧାରୀ ଲୁଟେରା ହାତୀଲୁଚାଣି ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଆଖିରେ ବାଲି ଫିଙ୍ଗିବା ସହ ଖୁରରେ କାଟି ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ସିଂହଡ଼ା ଗ୍ରାମର ନୀହାର ରଞ୍ଜନ ସାହୁ। ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତଙ୍କ ଏଭଳି କାଣ୍ଡ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନୀହାର ପରଜଙ୍ଗ ୟୁକୋ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିଲେ। ୫୩ନଂ. ଜାତୀୟ ରାଜପଥଠାରୁ କୁଆଳୋ ଆଡ଼କୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ହାତୀଲୁଚାଣି ଛକ ନିକଟରେ ଏକ ବାଇକ୍‌ରେ ୩ଜଣ ମୁଖାଧାରୀ ଯୁବକ ତାଙ୍କୁ ଓଭରଟେକ୍‌ କରି ଗାଡ଼ି ଅଟକାଇଥିଲେ। ଏହାପରେ ଆଖିରେ ବାଲି ଫିଙ୍ଗି ଏକ ଧାରୁଆ ଛୁରିରେ ଆକ୍ରମଣ କରି ପାଖରେ ଥିବା ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ କୁଆଳୋ ଗ୍ରାମ ଆଡ଼କୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଧାରାରେ ଯୋଡ଼ି ହୋଇଛି ସୁନ୍ଦରଗଡ଼: ମନ୍ତ୍ରୀ

ସୁନ୍ଦରଗଡ଼,୧୬।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ୭୬ତମ ଜିଲାସ୍ତରୀୟ ସ୍ବଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ...

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ନାଚିଲେ ଆଦିବାସୀ

ମହାକାଳପଡ଼ା,୨୩ା୬ (ଡି.ଏନ୍‌.ଏ.): ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନ୍‌ଡିଏ ସରକାର ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା...

ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ...

ପାନୀୟ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

ଅନୁଗୋଳ ଅଫିସ,୮ା୩ ଅନୁଗୋଳ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ...

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ...

ବାଲିଆପାଳ ଆବାସ ଯୋଜନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୧୮ା୧- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ସରକାରଙ୍କ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ଏଥିରେ ସରକାରୀ କର୍ମଚାରୀମାନଙ୍କ ଭୂମିକା ରହିଛି। ଏ...

ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ...

Advertisement
Archives

Model This Week