Posted inଜାତୀୟ

ଜନସାଧାରଣଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନର ୩ ସଦସ୍ୟ ନିହତ

ଶ୍ରୀନଗର,୨୪।୧୧: ଜମ୍ମୁ-କଶ୍ମୀର ପୋଲିସ ଗୁଳିରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଏହି ଆତଙ୍କବାଦୀ ଗୋଷ୍ଠିର ସଦସ୍ୟମାନେ ସହରରେ ଚଳିତ ମାସରେ ୫ ସାଧାରଣ ନାଗରିକଙ୍କ ହତ୍ୟା କରିଥିଲେ। ପୋଲିସ ଅନୁଯାୟୀ, ହାଇଡରପୋରାଠାରୁ କିଛି କିଲୋମିଟର ଦୂରରେ ରାମବାଗଠାରେ ଆତଙ୍କବାଦୀ ନିହତ ହୋଇଛନ୍ତି।

ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ମେହରାନ ଓ ବାସିତ। ଦୁହେଁ ଲସ୍କର-ଇ-ତୋଏବାର ରିଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍‌)ର ସଦସ୍ୟ। ମେହରାନଙ୍କୁ ତାଙ୍କ ପରିବାରବର୍ଗ ଚିହ୍ନଟ କରିଥିଲେ। ୫ ସାଧାରଣ ନାଗରିକଙ୍କ ହତ୍ୟାରେ ତାଙ୍କର ସମ୍ପୃକ୍ତି ଥିଲା। ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଦେଶୀ ଥିଲେ ବୋଲି ପୋଲିସ ଅଧିକାରୀ ଦିଲବାଗ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ...

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ...

ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର...

ବିମାନବନ୍ଦରରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ବୋମା ଆତଙ୍କ। ଏହି ବୋମା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଠିକାଦାର ଆତ୍ମହତ୍ୟା ମାମଲାରେ ଇସ୍ତଫା ଦେଇପାରନ୍ତି କର୍ନାଟକ ସରକାରଙ୍କ ମନ୍ତ୍ରୀ ଇଶ୍ୱରପ୍ପା

ବେଙ୍ଗାଲୁରୁ,୧୫ ।୪: କର୍ନାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା କେଏସ ଈଶ୍ୱରପ୍ପାଙ୍କୁ ଶେଷରେ ଗାଦି ଛାଡିବାକୁ ପଡିବ । ଶୁକ୍ରବାର ସେ...

ଗୋରୁ ଚୋରା ଚାଲାଣ ମାମଲା: ଇଡି ହେପାଜତରେ ଟିଏମସି ନେତା

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଇଡି...

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଅଜିତ୍‌ଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ

ମୁମ୍ବାଇ, ୧୪।୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି...

ପ୍ରତି ନିର୍ବାଚନରେ ଅଗ୍ନି ପରୀକ୍ଷା ଦେଇଥାନ୍ତି ନିର୍ବାଚନ ଆୟୋଗ…

ବେଙ୍ଗାଲୁରୁ,୧୨।୩ : ସାଧାରଣ ଲୋକେ ନିର୍ବାଚନ ଫଳାଫଳକୁ ବିଶ୍ୱାସ କରନ୍ତି, କିନ୍ତୁ ପ୍ରତ୍ୟେକ ନିର୍ବାଚନରେ ଭାରତର ନିର୍ବାଚନ ଆୟୋଗ ଅଗ୍ନିପରୀକ୍ଷା ଦେଇଥାନ୍ତି। ମୁକ୍ତ ଏବଂ ନିରପେକ୍ଷ...

Advertisement
Archives

Model This Week