ବିଏମ୍‌ସି ପକ୍ଷରୁ ଥ୍ରୀ ଆର୍‌ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୬।୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଛି ଥ୍ରୀ ଆର୍‌ (R) ବା ରିଡ୍ୟୁସ୍‌, ରି-ୟୁଜ୍‌ ଓ ରିସାଇକେଲ। ଅର୍ଥାତ୍‌ କମ୍‌ ଉପଯୋଗ କରିବା, ତା’ର ପୁନଃ ବ୍ୟବହାର କରିବା ଏବଂ ପୁନଃ ଚକ୍ରଣ କରିବା। ଏହାଦ୍ୱାରା କୌଣସି ଜିନିଷ ଅଯଥାରେ ନଷ୍ଟ ହେବ ନାହିଁ କି ମହାନଗର ନିଗମ ଅପରିଷ୍କାର ହେବ ନାହିଁ। ପ୍ରତ୍ୟେକଙ୍କ ଘରେ ବ୍ୟବହାର ହେଉ ନ ଥିବା ପୁରୁଣା ଲୁଗା, ଡ୍ରେସ, ପୁରୁଣା ବହି, ରେନ୍‌କୋଟ୍‌, ଛତା, ପୁରୁଣା ଖେଳଣା, ଛୋଟ ପିଲାଙ୍କ ସାଇକେଲ, ଘର କରଣା ଜିନିଷ ଆଦିକୁ ଏଣେତେଣେ ନ ପିଙ୍ଗି ତାହାକୁ ବିଏମ୍‌ସି ଦ୍ୱାରା ନିଯୁକ୍ତ ତଥା ନିର୍ଦ୍ଧାରିତ କେନ୍ଦ୍ରରେ ପ୍ରଦାନ କଲେ ସେଗୁଡିକ ଅନ୍ୟମାନଙ୍କ କାମରେ ଆସିପାରିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ସୋମବାର କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ପରିସରରେ ଏ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ, ପ୍ରିୟବ୍ରତ ପାଢ଼ୀ, ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଯେତେ କମ୍‌ ଉପେଯାଗ କରିବା, ସେତେ ଅଳିଆ ଭାରାକ୍ରାନ୍ତରୁ ରକ୍ଷା ପାଇବା। ଏହି ଅଭିଯାନ ନିଜ ନିଜ ଘରୁ ଆରମ୍ଭ କରିବା ଦରକାର। ଆମେ ଘରେ ଯେତେ କମ୍‌ ଲୁଗାପଟା ବା ଡ୍ରେସ, ପ୍ଲାଷ୍ଟିକ, ଖେଳଣା ଇତ୍ୟାଦି କମ୍‌ ବ୍ୟବହାର କରିବା ସେତେ ଭଲ। ଯେତେବେଳେ ସେଗୁଡିକ ବ୍ୟବହାର ଅନୁପଯୋଗୀ ହେବ ସେତେବେଳେ ତାକୁ ରିସାଇକେଲ ବା ପୁନଃ ଚକ୍ରଣ କରାଯାଇ ପାରିବ। ଏହି ଅଭିଯାନ ସହରର ବିଭିନ୍ନ ୱାର୍ଡରେ କିପରି କରାଯିବ ଏବଂ ଏଥିରେ ଗୋଷ୍ଠୀ ସହଯୋଗ କିପରି ମିଳିବ ତାହାର ନକ୍‌ସା ପ୍ରସ୍ତୁତ ହୋଇଥିବା ନେଇ ମେୟର ସୂଚନା ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ପ୍ରତ୍ୟେକ ନାଗରିକ ସାମିଲ ହେବା ସହ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କମିଶନର ‘ଥିଲେ ଦିଅ, ନଥିଲେ ନିଅ’ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?