ହ୍ୟୁଷ୍ଟନ୍,୨୮ା୫: ଆମେରିକାର ନ୍ୟୁ ମେକ୍ସିକୋ ରେଡ୍ ରିଭରରେ ମୋଟରସାଇକେଲ ରାଲିରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଗୋଷ୍ଠୀବିବାଦକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ରେଡ୍ ରିଭର ମେୟର ଲିଣ୍ଡା କାଲୌନ୍ କହିଛନ୍ତି। ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୪୧ତମ ବାର୍ଷିକ ରେଡ୍ ରିଭର ସ୍ମାରକୀ ମୋଟରସାଇକେଲ ରାଲିରେ ବିଭିନ୍ନ ଅଞ୍ଚଳରୁ ୨୮ ହଜାର ବାଇକ୍ ଚାଳକ ଯୋଗଦେଇଛନ୍ତି। ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆହତମାନଙ୍କୁ ଟାଓସ୍ସ୍ଥିତ ହୋଲି କ୍ରସ୍ ହସ୍ପିଟାଲ ଏବଂ ଆଲ୍ବୁକ୍ୱେରକ୍ର ନ୍ୟୁ ମେକ୍ସକୋ ହେଲ୍ଥ ୟୁନିଭର୍ସିଟିରେ ଭର୍ତ୍ତି କରାଯାଇଥିବା ମେୟର ସୂଚନା ଦେଇଛନ୍ତି।
Posted inUncategorized View All
Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…
Archives

