ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଦେବଗଡ଼, ୨୨।୮(ଡି.ଏନ୍‌.ଏ.): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମରେ । ଗ୍ରାମର ରମେଶ ମହାନନ୍ଦଙ୍କ ପରିବାରର ୭ ଜଣ ମହିଳା ଓ ପୁରୁଷ ଗୁରୁତର ହୋଇପଡିଛନ୍ତି । ରମେଶଙ୍କ ସମେତ ତାଙ୍କ ସ୍ତ୍ରୀ କେରା ମହାନନ୍ଦ, ହୃଷି ମହାନନ୍ଦ, ଅଞ୍ଜନା ଭୋଜ, ପଲ୍ଲୀ ଭୋଜ, ଚଇତୁ ଭୋଜ, ବୁଲୁ ଭୋଜଙ୍କ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପରାହ୍ନରେ ବାଉଁଶ ଗଛ ମୂଳରେ ହୋଇଥିବା ଛତକୁୁ ରୋଷେଇ କରି ପରିବାର ସମସ୍ତେ ଖାଇଥିଲେ । କିଛି ସମୟ ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ପରେ ସମସ୍ତଙ୍କୁ ମେଡିକାଲକୁ ନିଆଯାଇଥିଲା।

 

 

 

 

 

 

 

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri