Posted inଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୈଶର ୩ ଆତଙ୍କବାଦୀ ନିହତ

ଶୋପିଆନ,୫।୧୦: ଜମ୍ମୁ-କଶ୍ମୀର ଶୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକ ଆତଙ୍କବାଦୀ ଜୈଶ-ଏ- ମହମ୍ମଦର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୋପିଆନର ଦକ୍ଷିଣ କଶ୍ମୀର ଦ୍ରାଚ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ଭୟଭୀତ ହୋଇପଡ଼ି ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ସମୟରେ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ଟଳି ପଡ଼ିଛନ୍ତି। ମଙ୍ଗଳବାରଠାରୁ ଏହି ଅପରେଶନ୍‌ ଚାଲିଥିବା ବେଳେ ବୁଧବାର ପର୍ଯ୍ୟନ୍ତ ୨ପାର୍ଶ୍ୱରୁ ଗୁଳିବିନିମୟ ଜାରି ରହିଛି। ଏନେଇ ଏଡିଜିପି କଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ନୁହେଁ ତ ଆଉ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦର ଉଦଘାଟନ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ…

ନୂଆଦିଲ୍ଲୀ,୨୫।୫ :ଦେଶର ନୂତନ ସଂସଦର ଉଦଘାଟନ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ଦେଶର ୧୯ ଟି ବିରୋଧୀ ଦଳ ଉଦଘାଟନୀ...

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା...

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…

ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ...

ରାମପୁର ଗସ୍ତରେ ପ୍ରିୟଙ୍କା: ପରସ୍ପର ସହ ମାଡ ହେଲା ଗାଡ଼ି

ନୂଆଦିଲ୍ଲୀ,୪ ।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସକାଳେ ଉତ୍ତର ପ୍ରଦେଶର ରାମପୁର ଗସ୍ତ କରିଛନ୍ତି । ତେବେ ଝାପୁଡ ରୋଡରେ ପ୍ରିୟଙ୍କାଙ୍କ...

ଏଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ...

ସୁପ୍ରିମକୋର୍ଟ ବିଚାରପତି ଶାନ୍ତାଗୌଡରଙ୍କ ପରଲୋକ

ନୂଆଦିଲ୍ଲୀ, ୨୬ା୪: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମୋହନ ଏମ୍‌ ଶାନ୍ତାଗୌଡରଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ହୋଇଥିଲା। ଫୁସ୍‌ଫୁସ୍‌ରେ ସଂକ୍ରମଣ...

ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ,୩୦ା୧୦: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯିବା ପରେ କଡ଼ା ସୁରକ୍ଷା...

ବାଟ୍‌ଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତଙ୍କୁ ଫାଶି

ନୂଆଦିଲ୍ଲୀ, ୧୫।୩ – ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଓ ୨୦୦୮ ବାଟ୍‌ଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅରିଜ...

Advertisement
Archives

Model This Week