Posted inଫୁରସତ

ବରଫରେ ତିନି ଘଣ୍ଟା

ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ ଦେବାକୁ ବି ପଛାନ୍ତି ନାହିଁ। ଠିକ୍‌ ଏମିତି କିଛି କରି ଏବେ ଗିନିଜ୍‌ ରେକର୍ଡ କରିଛନ୍ତି ଭାଲେରଜାନ୍‌ ରୋମାନୋଭସ୍କି।
ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ବରଫ ଭର୍ତ୍ତି। ବାହାରକୁ କେବଳ ମୁହଁ ହିଁ ଦେଖାଯାଉଛି। ଏମିତି ଅବସ୍ଥାରେ କେହି ହୁଏତ କେଇ ମିନିଟ୍‌ ରହିବା କଥା ଚିନ୍ତା କରିପାରିବେ। କିନ୍ତୁ ବରଫ ଭିତରେ ଏମିତି ଅବସ୍ଥାରେ ପୂରା ୩ ଘଣ୍ଟା ରହିପାରିଛନ୍ତି ପୋଲାଣ୍ଡର ଭାଲେରଜାନ୍‌ ରୋମାନୋଭସ୍କି। ବରଫ ଖଣ୍ଡେ ହାତରେ କେଇ ମିନିଟ୍‌ ଧରି ରଖିବା ଯେଉଁଠି ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ ସେଠି ଭାଲେରଜାନ୍‌ କିଭଳି ଏପରି କାମ କରିପାରିଲେ ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ତେବେ ଏମିତି ଏକ ଦୁଃସାହସିକ ପଦକ୍ଷେପ ନେଇ ଏବେ ସେ ଗିନିଜ୍‌ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏନେଇ ଏବେ ଏକ ଭିଜୁଆଲକୁ ଗିନିଜ୍‌ ୱାର୍ଲଡ ରେକର୍ଡସର ଅଫିସିଆଲ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରାଯାଇଛି। ଭିଜୁଆଲରେ ଦେଖିବାକୁ ମିଳିଛି, ବରଫ ଭିତରେ ବେକ ପର୍ଯ୍ୟନ୍ତ ଢାଙ୍କି ହୋଇ ଏକ କାଚ ବାକ୍ସରେ ବସିଛନ୍ତି ଭାଲେରଜାନ୍‌। ତାଙ୍କ ପାଖରେ ଗିନିଜ୍‌ ରେକର୍ଡସର ଅଧିକାରୀମାନେ ଅଛନ୍ତି। ମଝିରେ ମଝିରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି କରାଯାଉଛି। ତେବେ ଏମିତି ଅବସ୍ଥାରେ ସେ ମୋଟ ୩ ଘଣ୍ଟା ୨୮ ସେକେଣ୍ଡ ରହିପାରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଭାଲେରଜାନ୍‌ଙ୍କ ପୂର୍ବରୁ ଫ୍ରାନ୍ସର ରୋମେନ୍‌ ଭାନ୍ଦେନଡ୍ରୋପ୍‌ଙ୍କ ନାଁରେ ଏହି ରେକର୍ଡ ରହିଥିଲା। ସେ ବରଫ ଭିତରେ ୨ ଘଣ୍ଟା ୩୫ ମିନିଟ୍‌ ରହି ରେକର୍ଡ କରିଥିଲେ। କିନ୍ତୁ ତାଙ୍କ ରେକର୍ଡକୁ ଭାଙ୍ଗି ଏବେ ନୂଆ ରେକର୍ଡ କରିଛନ୍ତି ଭାଲେରଜାନ୍‌। ତେବେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ କି ଏହି ରେକର୍ଡ ପାଇଁ ସେ କିଛି ମାସ ପୂର୍ବରୁ ଅଭ୍ୟାସ କରୁଥିଲେ। ଏଥିପାଇଁ ସେ ଢେର୍‌ ଦିନ ଆଗରୁ ଥଣ୍ଡା ପାଣି ପିଉଥିଲେ ଓ ଘର ତାପମାତ୍ରାକୁ ଖୁବ୍‌ ଥଣ୍ଡା କରି ସେଠାରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri