Posted inଫୁରସତ

ବରଫରେ ତିନି ଘଣ୍ଟା

ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ ଦେବାକୁ ବି ପଛାନ୍ତି ନାହିଁ। ଠିକ୍‌ ଏମିତି କିଛି କରି ଏବେ ଗିନିଜ୍‌ ରେକର୍ଡ କରିଛନ୍ତି ଭାଲେରଜାନ୍‌ ରୋମାନୋଭସ୍କି।
ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ବରଫ ଭର୍ତ୍ତି। ବାହାରକୁ କେବଳ ମୁହଁ ହିଁ ଦେଖାଯାଉଛି। ଏମିତି ଅବସ୍ଥାରେ କେହି ହୁଏତ କେଇ ମିନିଟ୍‌ ରହିବା କଥା ଚିନ୍ତା କରିପାରିବେ। କିନ୍ତୁ ବରଫ ଭିତରେ ଏମିତି ଅବସ୍ଥାରେ ପୂରା ୩ ଘଣ୍ଟା ରହିପାରିଛନ୍ତି ପୋଲାଣ୍ଡର ଭାଲେରଜାନ୍‌ ରୋମାନୋଭସ୍କି। ବରଫ ଖଣ୍ଡେ ହାତରେ କେଇ ମିନିଟ୍‌ ଧରି ରଖିବା ଯେଉଁଠି ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ ସେଠି ଭାଲେରଜାନ୍‌ କିଭଳି ଏପରି କାମ କରିପାରିଲେ ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ତେବେ ଏମିତି ଏକ ଦୁଃସାହସିକ ପଦକ୍ଷେପ ନେଇ ଏବେ ସେ ଗିନିଜ୍‌ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏନେଇ ଏବେ ଏକ ଭିଜୁଆଲକୁ ଗିନିଜ୍‌ ୱାର୍ଲଡ ରେକର୍ଡସର ଅଫିସିଆଲ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରାଯାଇଛି। ଭିଜୁଆଲରେ ଦେଖିବାକୁ ମିଳିଛି, ବରଫ ଭିତରେ ବେକ ପର୍ଯ୍ୟନ୍ତ ଢାଙ୍କି ହୋଇ ଏକ କାଚ ବାକ୍ସରେ ବସିଛନ୍ତି ଭାଲେରଜାନ୍‌। ତାଙ୍କ ପାଖରେ ଗିନିଜ୍‌ ରେକର୍ଡସର ଅଧିକାରୀମାନେ ଅଛନ୍ତି। ମଝିରେ ମଝିରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି କରାଯାଉଛି। ତେବେ ଏମିତି ଅବସ୍ଥାରେ ସେ ମୋଟ ୩ ଘଣ୍ଟା ୨୮ ସେକେଣ୍ଡ ରହିପାରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଭାଲେରଜାନ୍‌ଙ୍କ ପୂର୍ବରୁ ଫ୍ରାନ୍ସର ରୋମେନ୍‌ ଭାନ୍ଦେନଡ୍ରୋପ୍‌ଙ୍କ ନାଁରେ ଏହି ରେକର୍ଡ ରହିଥିଲା। ସେ ବରଫ ଭିତରେ ୨ ଘଣ୍ଟା ୩୫ ମିନିଟ୍‌ ରହି ରେକର୍ଡ କରିଥିଲେ। କିନ୍ତୁ ତାଙ୍କ ରେକର୍ଡକୁ ଭାଙ୍ଗି ଏବେ ନୂଆ ରେକର୍ଡ କରିଛନ୍ତି ଭାଲେରଜାନ୍‌। ତେବେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ କି ଏହି ରେକର୍ଡ ପାଇଁ ସେ କିଛି ମାସ ପୂର୍ବରୁ ଅଭ୍ୟାସ କରୁଥିଲେ। ଏଥିପାଇଁ ସେ ଢେର୍‌ ଦିନ ଆଗରୁ ଥଣ୍ଡା ପାଣି ପିଉଥିଲେ ଓ ଘର ତାପମାତ୍ରାକୁ ଖୁବ୍‌ ଥଣ୍ଡା କରି ସେଠାରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?