Posted inଜାତୀୟ

ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି

ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ ନାମ୍ନୀ ଜଣେ ୩୨ବର୍ଷୀୟା ମହିଳାଙ୍କୁ ଗତ ବୁଧବାର ଗିରଫ କରିଛି, ଯିଏ କି ଚୋରି କରିବା ନିମନ୍ତେ ବାଥ୍‌ରୁମ୍‌ରେ ବ୍ୟବହୃତ ‘ହର୍‌ପିକ୍‌’ ଏବଂ ‘ଝଣ୍ଡୁବାମ୍‌’ର ବିଷାକ୍ତ ମିଶ୍ରଣକୁ ବ୍ୟବହାର କରି ୭୩ ବର୍ଷୀୟା ମାଲିକାଣୀଙ୍କୁ ଅନ୍ଧ କରିଦେଇଛନ୍ତି। ଘରୋଇ ପରିଚାରିକା ଭାର୍ଗବୀଙ୍କ ନୃଶଂସ କାଣ୍ଡର ଶିକାର ହୋଇଥିବା ବୃଦ୍ଧା ହେମବତୀ ନାଚରମସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିବାବେଳେ ତାଙ୍କ ପୁଅ ଶଶିଧର ଲଣ୍ଡନରେ ରୁହନ୍ତି। ମା’ ହେମବତୀଙ୍କ ଯତ୍ନନେବା ପାଇଁ ଶଶିଧର ୨୦୨୧ ଅଗଷ୍ଟରେ ଭାର୍ଗବୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମାରେ ନିଯୁକ୍ତ କରିଥିଲେ। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ଭାର୍ଗବୀ ତାଙ୍କ ୭ ବର୍ଷର ଝିଅ ସହ ହେମବତୀଙ୍କ ଆପାର୍ଟମେଣ୍ଟରେ ରହୁଥିଲେ। କିନ୍ତୁ ଏକାକୀ ରହୁଥିବା ହେମବତୀଙ୍କୁ ଲୁଟିବା ଭାର୍ଗବୀଙ୍କ ଲକ୍ଷ୍ୟ ଥିଲା। ଏଥିପାଇଁ ସେ ସୁଯୋଗକୁ ଅପେକ୍ଷା କରି ରହିଥିଲେ। ଗତ ଅକ୍ଟୋବରରେ ହେମବତୀଙ୍କ ଆଖି ସମସ୍ୟା ଆସିବା ପରେ ଡାକ୍ତର ତାଙ୍କୁ ‘ଆଇ ଡ୍ରପ୍‌’ ପକାଇବାକୁ ପରାମର୍ଶ ଦେଇଥିବା ବେଳେ ଭାର୍ଗବୀଙ୍କ ସଇତାନି ବୁଦ୍ଧି ଜାଗି ଉଠିଥିଲା। ହେମବତୀଙ୍କ ଆଖିରେ ଡାକ୍ତରଙ୍କ କହିବାନୁଯାୟୀ ଆଇ ଡ୍ରପ୍‌ ନ ପକାଇ ଭାର୍ଗବୀ ପାଣି, ହର୍‌ପିକ୍‌ ଏବଂ ଝଣ୍ଡୁବାମ୍‌ର ଏକ ମିଶ୍ରଣ ପ୍ରସ୍ତୁତ କରି ତାହାକୁ ପକାଇଥିଲେ। ଫଳରେ କିଛି ଦିନ ପରେ ତାଙ୍କ ଆଖି ସଂକ୍ରମିତ ହୋଇଯାଇଥିଲା। ଏନେଇ ହେମବତୀ ପୁଅ ଶଶିଧରଙ୍କୁ ଜଣାଇବା ପରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସୁଫଳ ମିଳି ନ ଥିଲା, ବରଂ ଆଖି ଅଧିକ ଖରାପ ହୋଇଥିଲା। ଏହାପରେ ହେମବତୀଙ୍କୁ ତାଙ୍କ ଝିଅ ଉର୍ବଶୀ ଆଉଥରେ ହସ୍ପିଟାଲ ନେଇଥିଲେ ମଧ୍ୟ ରୋଗ ନିରୂପଣ ହୋଇପାରି ନ ଥିଲା। ଏହାପରେ ହେମବତୀ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତ ହରାଇ ବସିଥିଲେ। ଫଳରେ ଶଶିଧର ଲଣ୍ଡନରୁ ହାଇଦ୍ରାବାଦ ଆସି ମା’ଙ୍କୁ ଏଲ୍‌.ଭି. ପ୍ରସାଦ ଆଇ ହସ୍ପିଟାଲକୁ ନେଇଥିଲେ। ତରଳ ବିଷାକ୍ତ ପଡ଼ିଥିବାରୁ ଆଖି ସଂକ୍ରମିତ ହୋଇଥିବା ଡାକ୍ତର ଯାଞ୍ଚ କରି କହିଥିଲେ। ଏହା ଜାଣିବା ପରେ କେୟାରଟେକର ଭାର୍ଗବୀଙ୍କ ଉପରେ ଶଶିଧର ଓ ପରିବାରବର୍ଗଙ୍କ ସନ୍ଦେହ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଭାର୍ଗବୀଙ୍କୁ ଜେରା କରିବାରୁ ସେ ସବୁ ସତ କଥା ଓକାଳିଥିଲେ। ହେମବତୀଙ୍କୁ ଅନ୍ଧ କରି ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା, ଦୁଇ ସୁନା ଚୁଡ଼ି, ସୁନାଚେନ ଓ ଅନ୍ୟ ଅଳଙ୍କାର ଚୋରି କରି ନେଇଥିବା ଭାର୍ଗବୀ ମାନିଥିଲେ। ଏହାପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?