ରାଇବଣିଆରେ ଗୋଠଖଣ୍ଡିଆ ୩ ହାତୀ

ଜଳେଶ୍ୱର, ୧୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ରାଇବଣିଆ ଅଞ୍ଚଳରେ ଗତ କିଛିଦିନ ହେଲା ଝାଡଖଣ୍ଡୀ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଶନିବାର ଭୋର ସମୟରେ ଗୋଟିଏ ଦନ୍ତା ହାଣ୍ଡିଆ ପିଇ ଜଣଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇଛନ୍ତି।
ଗାଁଗୁଡ଼ିକରେ ପଶି ପ୍ରାୟ ୨୦ଟି ଘର ଭାଙ୍ଗିରୁଜି ଦେଇଛନ୍ତି। ବହୁ ଲୋକଙ୍କ ଧାନ ଖାଇବା ସହିତ ପରିବା ଫସଲ ନଷ୍ଟ କରିଦେଇଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମ ମେଦିନୀପୁର ଜିଲାର ବନବିଭାଗର ସମ୍ମଳିତ ପ୍ରଚେଷ୍ଟାରେ ସେମାନଙ୍କୁ ପଶ୍ଚିମ ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ରାସଗୋବିନ୍ଦପୁର ଓ ବେତନଟୀ ଅଞ୍ଚଳରେ ଶିମିଳିପାଳର ୨୧ଟି ହାତୀ ରହୁଥିବା ବେଳେ ସେଥିରୁ ୩ଟି ଗୋଠଖଣ୍ଡିଆ ହୋଇ ରାଇବଣିଆ ଥାନା ଅଞ୍ଚଳକୁ ପଶିଆସିଥିଲା। ଶୁକ୍ରବାର ପାହାନ୍ତାରେ ୩ଟି ହାତୀ ଜଳେଶ୍ୱର ଥାନା ଅଧୀନ ଶିଖରପୁର ପଞ୍ଚାୟତ ବେଲବାରିଆ ଗାଁରେ ପ୍ରବେଶ କରି ଝାଡ଼େଶ୍ୱର ବାରିକଙ୍କ ଖଳାରେ ଜମା ହୋଇଥିବା ଧାନ ଖାଇ ନଷ୍ଟ କରିଥିଲେ ା ସେହିପରି ଦାମୋଦର ଦେଙ୍କ ଘର ଭାଙ୍ଗିବା ସହିତ ବିଲରେ ଥିବା କଦଳୀ ଓ ସୋରିଷ ଚାଷର ବ୍ୟାପକ କ୍ଷତି ଘଟାଇଥିଲେ ା ସେଠାରେ ଥିବା ଏକ ଆଦିବାସୀ ପଡ଼ାରେ ପଶି ଦନ୍ତା ହାଣ୍ଡିଆ ପିଇ ଏଣେତେଣେ ପାଗଳପ୍ରାୟ ହୋଇ ବିଚରଣ କରିଥିଲା। ବଜାରଶୋଳ ଗାଁଠାରେ ଅବସ୍ଥାନ କରୁଥିବା ଶ୍ରୀରାମପୁର ପଞ୍ଚାୟତ ଶ୍ରୀକଣ୍ଠପୁର ନିବାସୀ ଫାଗୁ ହାଁସଦା(୭୬) ଶୌଚ ହେବାକୁ ଯାଇଥିବା ବେଳେ ପ୍ରବଳ କୁହୁଡି ଯୋଗୁ ଦନ୍ତାକୁ ଦେଖି ପାରି ନ ଥିଲେ। ହାତୀ ତାଙ୍କୁ ଦଳି ଦେଇଥିବା ଲୋକେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀମାନେ ଆସି ହାତୀକୁ ଘଉଡ଼ାଇଥିଲେ। ଶ୍ରୀରାମପୁର ସରପଞ୍ଚ ପ୍ରତିନିଧି ଆଲୋକ ଗିରି ପୋଲିସକୁ ଜଣାଇବା ସହ ଶବ ବ୍ୟବଚ୍ଛେଦ ଓ ସତ୍କାର ଲାଗି ୬୨୦୦ ଟଙ୍କା ଫାଗୁଙ୍କ ପୁଅକୁ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ବନବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ରେଞ୍ଜର ସରୋଜ ମହାନ୍ତି କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?