Posted inଫୁରସତ

ଧାନ କଳାକୃତି ଦେଇଛି ରୋଜଗାର

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ଠିକ୍‌ ଯେମିତି ଧାନ ଓ ଅନ୍ୟ ଶସ୍ୟକୁ ନେଇ ହେଉଥିବା କଳା କାରିଗରୀ। ଶିଳ୍ପୀଙ୍କ ଯାଦୁକରୀ ହସ୍ତର ସ୍ପର୍ଶରେ ଛୋଟ ଛୋଟ ଶସ୍ୟ ସୁନ୍ଦର କଳାକୃତୀର ରୂପ ନେଇଥାଏ। ଆଉ ଏହି କଳା କାରିଗରିକୁ ନିଜ ରୋଜଗାରର ମାଧ୍ୟମ କରିଛନ୍ତି କେତେକ ମହିଳା କାରିଗର। କଟକ ଜିଲାର ନିଆଳି ବ୍ଲକ ଅନ୍ତର୍ଗତ ଏରଞ୍ଚ ଗାଁର ବାସିନ୍ଦା ବେଣୁଧର ମହାପାତ୍ରଙ୍କ ପତ୍ନୀ ସୌଦାମିନୀ ମହାପାତ୍ର କୁହନ୍ତି, ‘ନିଜ ବାପଘରେ ଧାନରେ ତିଆରି କେତେକ କଳାକୃତି ଶିଖିଥିଲି। ତେବେ ଶାଶୁଘର ଆସିଲା ପରେ ବଳକା ସମୟକୁ ନଷ୍ଟ ନ କରି ପ୍ରଥମେ ନିଜସ୍ବ ଉଦ୍ୟମରେ କେତେକ ମାଟିର ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁଖା ଉପରେ ସରୁସରୁ ଧାନକୁ ଫେଭିକଲ ଅଠାରେ ଛାପି ସୁନ୍ଦର ସୁନ୍ଦର କଳାକୃତି ତିଆରି କଲି। ପରେ ଏକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗଠନକରି ପ୍ରାୟ ୨୦ଜଣ ସଦସ୍ୟାଙ୍କୁ ଏହି ହସ୍ତକଳାର ତାଲିମ ଦେଲି। ଆଜକୁ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ଏହି କଳାକାରିଗରି କାମ ଚାଲିଛି। ଏଥିପାଇଁ ବିଭିନ୍ନ ସରୁସରୁ ଧାନ, ପେଡ଼ିଟିନରଙ୍ଗ, ଧାନ ବିଶୋଧନ ପାଇଁ ଏକପ୍ରକାର କେମିକାଲ, ସୋଲ, ବିଭିନ୍ନ ରଙ୍ଗର ଭେଲ୍‌ଭେଟ କନା,ରଙ୍ଗିନ ଲେସ, ସେଲୋ ଟେପ, କାଚ, ପ୍ଲାଇଉଡ, ଫେଭିକଲ ଅଠା ଆଦି କଞ୍ଚାମାଲକୁ ସଂଗ୍ରହ କରିବାକୁ ପଡ଼ିଥାଏ। ବିଶେଷକରି ମାଟିର ଲକ୍ଷ୍ମୀ, ସରସ୍ବତୀ, ଗଣେଶ, ତାରିଣୀ ଆଦି ବିଭିନ୍ନ ଦେବଦେବୀଙ୍କ ସହ ସାଇବାବାଙ୍କ ମୂର୍ତ୍ତିରେ ଧାନର ସୁସଜ୍ଜିତ କଳାକୃତି ପାଇଁ ପ୍ରଥମେ ପ୍ଲାଇଉଡ଼କୁ ମୂର୍ତ୍ତିର ସାଇଜ ଅନୁସାରେ କଟାଯାଇଥାଏ। ଫେଭିକଲ ଦେଇ ଭେଲଭେଟ କନାକୁ ଲଗାଯାଇଥାଏ। ତା’ଉପରେ ଆବଶ୍ୟକ ମନେକରୁଥିବା ମାଟିର ମୂର୍ତ୍ତି ଅଠାଦେଇ ଲଗାଯାଇଥାଏ। ତା’ପରେ ଡ୍ରଇଂ ପେପର୍‌କୁ ମୂର୍ତ୍ତିର କିରିଟ ପାଇଁ ଲଗାଯାଇଥାଏ। ଆବଶ୍ୟକସ୍ଥଳେ ରଙ୍ଗିନ ଲେସ୍‌, କାଚ, ରଙ୍ଗିନ କାଗଜକୁ ଅଠାଦ୍ୱାରା ଲଗାଯାଇଥାଏ। ଏହାପରେ ରଙ୍ଗିନ ସୂତାକୁ ସାଇଜକରି ରଖାଯାଇ ଟୁଇଜରରେ ଗୋଟିଗୋଟି କରି ସରୁସରୁ ଧାନକୁ ଅଠାଦେଇ ମୂର୍ତ୍ତି ଉପରେ ସୁସଜ୍ଜିତ କରାଯାଇଥାଏ। ଏମିତିଭାବେ କଳାକୃତି ପ୍ରସ୍ତୁତ ହୋଇଯିବା ପରେ କିଛି ସମୟ ପାଇଁ ଅଳ୍ପ ଖରାରେ ଶୁଖାଯାଇଥାଏ। ତା’ପରେ ଧାନରେ ସୁସଜ୍ଜିତ ବିଭିନ୍ନ ଦେବଦେବୀଙ୍କ କଳାକୃତି ବିଭିନ୍ନ ଉତ୍ସବରେ ବିକ୍ରି ପାଇଁ ନିଆଯାଇଥାଏ। ଗୋଟିଏ ଗୋଟିଏ କଳାକୃତିକୁ ପ୍ରାୟ ୬୦ଟଙ୍କାରୁ ଆରମ୍ଭକରି ୨ହଜାରଟଙ୍କା ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହି କଳାକୃତିରୁ ଗାଁର ମହିଳାଗୋଷ୍ଠୀ ବାର୍ଷିକ ପ୍ରାୟ୨ଲକ୍ଷ ଟଙ୍କାର ଲାଭବାନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କୁ ୬୭ ପ୍ରକାର ଖାଦ୍ୟ ପରଷିଲେ ଶାଶୁ ମା’

ହାଇଦ୍ରାବାଦ୍‌, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯...

ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ...

ପ୍ରଥମ ଦରମାରେ ମା’ଙ୍କୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟ ଦେଇଥିଲି: ଶୁଭେନ୍ଦୁ ମହାନ୍ତି

ଜଗତ୍‌ସିଂହପୁରରେ ଗାଁ ହୋଇଥିଲେ ହେଁ ବାପା ଯେହେତୁ ଢେଙ୍କାନାଳରେ ଚାକିରି କରୁଥିଲେ ତେଣୁ ମୋ ଜନ୍ମ ସେଇଠାରେ ହିଁ ହୋଇଥିଲା। ବାପା ଜଣେ ଉଚ୍ଚପଦସ୍ଥ ସରକାରୀ...

ଯୁଦ୍ଧବନ୍ଦୀଙ୍କୁ ଅମାନବୀୟ ପ୍ରୟୋଗ

ବିଂଶଶତାବ୍ଦୀରେ ଭୟଙ୍କର ପରମାଣୁ ବୋମାର ବାରୁଦଗଦାରେ ବସିଛି ସାରା ବିଶ୍ୱ। କୌଣସି କାରଣରୁ ଯୁ୍‌ଦ୍ଧ ହେଲେ ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇଯିବ। ମନୁଷ୍ୟକୃତ ଅସ୍ତ୍ରର...

ମାଙ୍କଡ଼କୁ କହୁଥିଲେ ମାର ମାର, ଆଉ ଶେଷରେ ଦୌଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ବିଦ୍ୟୁତ୍‌ତାରରେ କଳାକୌଶଳ ପ୍ରଦର୍ଶନ କରୁଛି କୁକୁର

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା କଳ୍ପନା ବାହାରେ ଥାଏ। ସେହିପରି ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।...

ଲକ୍‌ଡାଉନ୍‌ରେ ଘରେ ବସି ରାତାରାତି କୋଟିପତି ହେଲେ ଏହି ବ୍ୟକ୍ତି

କରୋନା କବଳରେ ସମଗ୍ର ବିଶ୍ୱ । ଏଥିପାଇଁ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକଙ୍କ ଜୀବିକା ମଧ୍ୟ ଚାଲିଯାଇଛି। କାମ...

Advertisement
Archives

Model This Week