ଫାଣ୍ଡିରୁ ଅଭିଯୁକ୍ତ ଫେରାର ହେବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା

ସଇଁତଳା,୨୯ା୪(ଡି.ଏନ.ଏ.): ବିନ୍ଧନବାହାଲି ମଦଭାଟି ଡକାୟତି ଘଟଣାରେ ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ବଡ଼ମାଳ ଫାଣ୍ଡି ପୋଲିସ ଅଟକ ରଖିଥିବା ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ୩ ଜଣ କନଷ୍ଟେବଳଙ୍କୁ ଏସ୍‌ପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି। ସେମାନେ ହେଲେ ସଇଁତଳା ଥାନାର ସତ୍ୟବାନ ରାଉତ, ଅଶ୍ୱିନୀ ସେଠ ଓ ବଡ଼ମାଳ ଫାଣ୍ଡିର ସୁନୀଲ କୁମାର ମିଞ୍ଜ।

ଫେରାର ଥିବା ଅଭିଯୁକ୍ତ ସଇଁତଳା ଥାନା ସର୍ଗିପାଲି ଗ୍ରାମର ପଣ୍ଟୁ ଦାସ ଓ ଫୁଲବାଣୀ ତୁମୁଡ଼ିବନ୍ଧର ସନ୍ତୋଷ ବଡ଼ସେଠଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଅପରପକ୍ଷରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଏଏସ୍‌ପି ଦିଲୀପ କୁମାର ପଟେଲ ସନ୍ଧ୍ୟାରେ ସଇଁତଳା ଥାନାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ, ୧୮ ତାରିଖ ରାତିରେ ସଇଁତଳା ଥାନା ଅନ୍ତର୍ଗତ ବିନ୍ଧନବାହାଲି ମଦଭାଟିକୁ ମଦ ପିଇବା ବାହାନାରେ ୫ରୁ ୬ଜଣ ଯୁବକ ପହଞ୍ଚତ୍ ଥିଲେ। ଭାଟି ମ୍ୟାନେଜର ଅର୍ଜୁନ ସିଂ ଓ ଅନ୍ୟ କର୍ମଚାରୀଙ୍କୁ ସେମାନେ ମାଟପିଟ କରିବା ସହ ବନ୍ଧୁକ ଦେଖାଇ ୧ ଲକ୍ଷ ୮୦ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୋଲିସ ସୋମବାର ପିଣ୍ଟୁ ଓ ସନ୍ତୋଷଙ୍କୁ ଉଠାଇ ଆଣି ତଦନ୍ତ ଚଳାଇଥିଲା। ବୁଧବାର ରାତି ୧୦ଟାରେ ଦୁଇ ଅଭିଯୁକ୍ତଙ୍କୁ ଫାଣ୍ଡିରେ ରାତ୍ରି ଭୋଜନ ଦିଆଯାଇଥିଲା। ଖାଇ ସାରିବା ପରେ ହାତ ଧୋଇବା ବାହାନା ଦେଖାଇ ଅନ୍ଧାରର ସୁଯୋଗ ନେଇ ନିକଟସ୍ଥ ଜଙ୍ଗଲକୁ ସେମାନେ ଦୌଡ଼ି ପଳାଇଥିଲେ। ରାତିତମାମ ପୋଲିସ ନିକଟସ୍ଥ ଜଙ୍ଗଲ, ରେଳଷ୍ଟେଶନରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳି ନ ଥିଲା। ଗଲାବେଳେ ଅଭିଯୁକ୍ତଙ୍କ ହାତରେ ହ୍ୟାଣ୍ଡକପ ପଡିଥିବା ଚର୍ଚ୍ଚା ହେଉଛି। ଘଟଣା ଜଣାପଡିବା ପରେ ଏସପି କୁଶଲକର ଏଏସପି ପଟେଲଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri