ଫାଣ୍ଡିରୁ ଅଭିଯୁକ୍ତ ଫେରାର ହେବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା

ସଇଁତଳା,୨୯ା୪(ଡି.ଏନ.ଏ.): ବିନ୍ଧନବାହାଲି ମଦଭାଟି ଡକାୟତି ଘଟଣାରେ ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ବଡ଼ମାଳ ଫାଣ୍ଡି ପୋଲିସ ଅଟକ ରଖିଥିବା ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ୩ ଜଣ କନଷ୍ଟେବଳଙ୍କୁ ଏସ୍‌ପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି। ସେମାନେ ହେଲେ ସଇଁତଳା ଥାନାର ସତ୍ୟବାନ ରାଉତ, ଅଶ୍ୱିନୀ ସେଠ ଓ ବଡ଼ମାଳ ଫାଣ୍ଡିର ସୁନୀଲ କୁମାର ମିଞ୍ଜ।

ଫେରାର ଥିବା ଅଭିଯୁକ୍ତ ସଇଁତଳା ଥାନା ସର୍ଗିପାଲି ଗ୍ରାମର ପଣ୍ଟୁ ଦାସ ଓ ଫୁଲବାଣୀ ତୁମୁଡ଼ିବନ୍ଧର ସନ୍ତୋଷ ବଡ଼ସେଠଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଅପରପକ୍ଷରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଏଏସ୍‌ପି ଦିଲୀପ କୁମାର ପଟେଲ ସନ୍ଧ୍ୟାରେ ସଇଁତଳା ଥାନାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ, ୧୮ ତାରିଖ ରାତିରେ ସଇଁତଳା ଥାନା ଅନ୍ତର୍ଗତ ବିନ୍ଧନବାହାଲି ମଦଭାଟିକୁ ମଦ ପିଇବା ବାହାନାରେ ୫ରୁ ୬ଜଣ ଯୁବକ ପହଞ୍ଚତ୍ ଥିଲେ। ଭାଟି ମ୍ୟାନେଜର ଅର୍ଜୁନ ସିଂ ଓ ଅନ୍ୟ କର୍ମଚାରୀଙ୍କୁ ସେମାନେ ମାଟପିଟ କରିବା ସହ ବନ୍ଧୁକ ଦେଖାଇ ୧ ଲକ୍ଷ ୮୦ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୋଲିସ ସୋମବାର ପିଣ୍ଟୁ ଓ ସନ୍ତୋଷଙ୍କୁ ଉଠାଇ ଆଣି ତଦନ୍ତ ଚଳାଇଥିଲା। ବୁଧବାର ରାତି ୧୦ଟାରେ ଦୁଇ ଅଭିଯୁକ୍ତଙ୍କୁ ଫାଣ୍ଡିରେ ରାତ୍ରି ଭୋଜନ ଦିଆଯାଇଥିଲା। ଖାଇ ସାରିବା ପରେ ହାତ ଧୋଇବା ବାହାନା ଦେଖାଇ ଅନ୍ଧାରର ସୁଯୋଗ ନେଇ ନିକଟସ୍ଥ ଜଙ୍ଗଲକୁ ସେମାନେ ଦୌଡ଼ି ପଳାଇଥିଲେ। ରାତିତମାମ ପୋଲିସ ନିକଟସ୍ଥ ଜଙ୍ଗଲ, ରେଳଷ୍ଟେଶନରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳି ନ ଥିଲା। ଗଲାବେଳେ ଅଭିଯୁକ୍ତଙ୍କ ହାତରେ ହ୍ୟାଣ୍ଡକପ ପଡିଥିବା ଚର୍ଚ୍ଚା ହେଉଛି। ଘଟଣା ଜଣାପଡିବା ପରେ ଏସପି କୁଶଲକର ଏଏସପି ପଟେଲଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?