ତିନି ସମବାୟ ସଂସ୍ଥା ଉପସଭାପତି ହେବେ ମହିଳା

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁରର ୩ ସମବାୟ ସଂସ୍ଥା ବିସିସି ବ୍ୟାଙ୍କ, ଗଞ୍ଜାମ ଜିଲା ସମବାୟ ସଂଘ ଓ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ବିଆରଏମ୍‌ସିଏସ୍‌)ସଭାପତି ନିର୍ବାଚନ ସରିଛି। ଏହି ୩ କେନ୍ଦ୍ରୀୟ ସମବାୟ ଅନୁଷ୍ଠାନ ଉପସଭାପତି ନିର୍ବାଚନପାଇଁ ପୁଣି ସମବାୟ ରାଜନୀତି ଚଳଚଞ୍ଚଳ ହୋଇଯାଇଛି। ଉପରୋକ୍ତ ସଂସ୍ଥାଗୁଡ଼ିକରେ ପୁରୁଷମାନେ ସଭାପତି ନିର୍ବାଚିତ ହୋଇଥିବାରୁ ନିୟମ ପ୍ରକାରେ ମହିଳା ହେବେ ଉପସଭାନେତ୍ରୀ। ପ୍ରଥମେ ସମବାୟ ସଂଘ ଉପସଭାପତି ନିର୍ବାଚନ ନିମନ୍ତେ ରିଟର୍ନିଂ ଅଫିସରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତା ୨୮ରେ ନାମାନଙ୍କନ ଦାଖଲ କରାଯିବ। ଆବଶ୍ୟକସ୍ଥଳେ ପରିଦିନ ଭୋଟ ଗ୍ରହଣ ହେବ।
ଅବିଭକ୍ତ ଗଞ୍ଜାମ ଜିଲା ସମବାୟ ସଂଘର ୧୫ ଜୋନ୍‌ ମଧ୍ୟରୁ ୧୨ ଜୋନ୍‌ରେ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକ ଅପ୍ରତିଦ୍ୱନ୍ଦ୍ୱିଭାବେ ନିର୍ବାଚିତ ହୋଇଛନ୍ତି। ଶେରଗଡ଼ ଓ ବୁଗୁଡ଼ାକୁ ନେଇ ଗଠିତ ୫ନଂ. ଜୋନ୍‌ ଏବଂ ହିଞ୍ଜିଳିକାଟୁ ୧୪ନଂ. ଜୋନରେ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡିକୁ ନେଇ ଗଠିତ ୯ନଂ ଜୋନ୍‌ରୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚିତ ହୋଇ ସଂଖ୍ୟା ଗରିଷ୍ଠ ଥିବାରୁ ସଭାପତି ଭାବେ ବିଜେଡି ନେତା କୈଳାସ ରଣା ନିର୍ବାଚିତ ହୋଇଛନ୍ତି।
ସମବାୟ ସଂଘକୁ ୩ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝୁନୁ ଗୌଡ଼, ରାଜଲକ୍ଷ୍ମୀ ସାହୁ ଓ ମଞ୍ଜୁଳା ବଢ଼େଇ ଅଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ଉପସଭାନେତ୍ରୀ କରାଯିବ ସେନେଇ ବିଚାର ବିମର୍ଶ ଚାଲିଛି। ବିଜେଡିର ସମବାୟ ନିର୍ବାଚନ କମିଟି ବୈଠକରେ ନିଷ୍ପତ୍ତି ନିଆଯିବାର ଜିଲା ସଭାପତି ସୂଚନା ଦେଇଛନ୍ତି। ବିସିସି ବ୍ୟାଙ୍କ ପରିଚାଳନା ବୋର୍ଡ ଉପସଭାପତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର କୁହାଯାଇଛି। ବ୍ୟାଙ୍କକୁ ୪ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିିତ ହୋଇଛନ୍ତି। ତେବେ ଶାସକ ଦଳ ମନୋନୀତ ଗୀତାଞ୍ଜଳି ପ୍ରଧାନ, ବିଷ୍ଣୁପ୍ରିୟା ନାୟକ ଏବଂ ବିଦ୍ରୋହୀ ପ୍ରାର୍ଥୀ କୁନି କୁମାରୀ ଦାସ ଓ ସୁଷମା ବେହେରାଙ୍କ ମଧ୍ୟରୁ ଜଣେ ମନୋନୀତ ହେବେ। ବିଆରଏମ୍‌ସିଏସ୍‌ରେ ମଧ୍ୟ ଜଣେ ମହିଳା ନିର୍ଦ୍ଦେଶକ ଉପସଭାନେତ୍ରୀ ହେବେ। ତେଣୁ ଶାସକ ଦଳରେ ତର୍ଜମା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri