ଆବର୍ଜନାରେ ପୋତି ହୋଇଛି ରାୟଗୁରୁ ମଠ ବନ୍ଧ

ବ୍ରହ୍ମପୁର ଅଫିସ,୧୮।୧୧: ବ୍ରହ୍ମପୁର ସହରରେ ଅନେକ ଜଳାଶୟ ଏବେ ଆବର୍ଜନାପୂର୍ଣ୍ଣ ହୋଇ ପାଣି ଦୂଷିତ ହୋଇଛି। ସହରରେ ପ୍ରାୟ ୪୨ଜଳାଶୟ ରହିଛି। ଏହି ଜଳାଶୟର ପାଣିକୁ ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ନିତ୍ୟକର୍ମ ନିମନ୍ତେ ବ୍ୟବହାର କରିଥାନ୍ତି। ଏଥିସହ ମନ୍ଦିର ନିକଟରେ ଥିବା ଜଳାଶୟର ପାଣି ମନ୍ଦିର କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଉଛି। କିନ୍ତୁ ଏହି ଜଳାଶୟଗୁଡିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଦୂଷିତ ହେବା ସାଙ୍ଗକୁ ଆବର୍ଜନା ପୂର୍ଣ୍ଣ ହୋଇ ଅନେକ ପୋଖରୀ ପୋତି ହୋଇଯାଉଥିବା ଦେଖିବାକୁ ମିଳିଛି। ଏଭଳି ଭାବେ ବ୍ରହ୍ମପୁର ମହାନଗର ନିଗମ ୧୪ ନଂ. ୱାର୍ଡରେ ରାୟଗୁରୁ ମଠ ମନ୍ଦିରର ଏକ ପୁରାତନ ପୋଖରୀ ରହିଛି। ପୂର୍ବରୁ ଏହି ପୋଖରୀ ପାଣିକୁ ମନ୍ଦିର କାର୍ଯ୍ୟ ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ବ୍ୟବହାର କରୁଥିଲେ। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା ବହୁ ପରିମାଣରେ ଉପକୃତ ହୋଇପାରୁଥିଲେ। କିନ୍ତୁ ସମୟକ୍ରମେ ପୋଖରୀ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ଆବର୍ଜନାରେ ଭର୍ତ୍ତି ହୋଇ ଅଧାରୁ ଅଧିକାଂଶ ପୋତି ହେବାକୁ ବସିଛି।
ସ୍ଥାନୀୟ କେତେକ ହୋଟେଲ ବ୍ୟବସାୟୀ ସମସ୍ତ ଆବର୍ଜନା ପୋଖରୀ ମଧ୍ୟରେ ପକାଉଥିବା ଅଭିଯୋଗ ହୋଇଛି। ଏଥିସହ ପୋଖରୀ ଚତୁଃପାର୍ଶ୍ୱରେ ଅନେକ ଘର ରହିଥିବା ବେଳେ ବହୁ ବାସିନ୍ଦା ମଇଳା ପାଣି ନିଷ୍କାସନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ ଏହାର ପାଣି ମନ୍ଦିର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ବେଳେ ଏଭଳି ସ୍ଥିତି ଯୋଗୁ ବର୍ତ୍ତମାନ ଏହା ବ୍ୟବହୃତ ହୋଇପାରୁ ନାହିଁ। ତତ୍‌ସହିତ ମନ୍ଦିର କମିଟି ପକ୍ଷରୁ ବାରମ୍ବାର ସ୍ଥାନୀୟ କର୍ପୋରେଟର, ପ୍ରଶାସନ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ କୌଣସି ସହଯୋଗ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଆବର୍ଜନାପୂର୍ଣ୍ଣ ହୋଇ ବର୍ତ୍ତମାନ ସେଠାକାର ପରିବେଶ ଦୂଷିତ ଓ ମଶା ମାଛିଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ସଞ୍ଜ ନଇଁଲେ ପୋଖରୀ ପାର୍ଶ୍ୱରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଣୁ ସ୍ଥାନୀୟ ଲୋକ ପ୍ରତିନିଧି, ବିଏମ୍‌ସି କର୍ତ୍ତୃପକ୍ଷ ପୋଖରୀ ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri