Posted inଖେଳ

ଧାରଣା ବିଶ୍ୱବ୍ୟାପୀ କରିବାକୁ ଧମକ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚତ୍ଛି। ତେବେ ସରକାର ତୁରନ୍ତ ବ୍ରିଜ୍‌ଭୂଷଣଙ୍କୁ ଗିରଫ ନ କଲେ ଏହି ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରାଯିବ ବୋଲି ରେସ୍‌ଲର ମାନେ ଧମକ ଦେଇଛନ୍ତି। ଆସନ୍ତା ମେ’ ୨୧ ଡେଡ୍‌ଲାଇନ ପ୍ରଦାନ କରାଯାଇଛି। ଏହି ଧାରଣାରେ ସମଗ୍ର ବିଶ୍ୱକୁ ସାମିଲ କରିବା ପାଇଁ ଭିନ୍ନ ଭିନ୍ନ ଦେଶର ଅଲିମ୍ପିଆନ୍‌ ଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଚିଠି ଲେଖି ଧାରଣାରେ ସାମିଲ ପାଇଁ ଆହ୍ବାନ ଦିଆଯିବ ବୋଲି ୨୦୧୮ ଜାକର୍ତ୍ତା ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣପଦକ ବିଜୟିନୀ ଭିନେଶ୍‌ ଫୋଗତ ସୂଚନା ଦେଇଛନ୍ତି। ଏହି ଧାରଣାକୁ ବିଫଳ କରିବା ପାଇଁ କିଛି ଲୋକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନିୟମିତ ଭାବେ ଆମର ପିଛା କରାଯାଉଛି। ଅଜଣା ଲୋକ ଓ ମହିଳାମାନେ ଧାରଣାସ୍ଥଳରେ ଆମର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି। ଏପରିକି ମନା କଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଭିନେଶ୍‌। ଅନେକ ମହିଳା ଯେଉଁମାନଙ୍କୁ ଆମେ ଜାଣିନାହୁଁ ସେମାନଙ୍କୁ ମଧ୍ୟରାତ୍ରିରେ ଟେଣ୍ଟ ମଧ୍ୟକୁ ପଠାଯାଉଛି। ଧାରଣାସ୍ଥଳରେ ଯାହା ହେବା କଥା ନୁହେଁ ସେମିତି କିଛି ଘଟଣା ଘଟାଇବାକୁ ପ୍ରୟାସ କରାଯାଉଛି ବୋଲି ଭିନେଶ୍‌ କହିଛନ୍ତି। ଅନ୍ୟାୟ ଓ ଅନୀତି ବିପକ୍ଷ ଏହି ଲଢ଼େଇରେ ଆମ ଛବିକୁ ବଦନାମ୍‌ କରିବାର ନିଷ୍ଫଳ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଯନ୍ତରମନ୍ତରରେ ଆମ ଆନ୍ଦୋଳନକୁ କୋଣଠେସା କରିବାକୁ ପ୍ରୟାସ କରାଯାଉଛି। ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବାକୁ ଆମେ ପ୍ରୟାସ କରିବୁ ବୋଲି ଭିନେଶ୍‌ କହିଛନ୍ତି। ସୋମବାର ରେସ୍‌ଲରମାନେ ଧାରଣାସ୍ଥଳ ଛାଡ଼ି କନ୍ନଟ ପ୍ଲେସ୍‌ ଯାଇ ସାଧାରଣ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବୁଝାଇଥିଲେ। ଏହାସହିତ ମେ’ ୨୧ର ଡେଡ୍‌ଲାଇନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri