ଘର ଛାଡି ଚାଲିଯିବାକୁ ମହିଳାଙ୍କୁ ଧମକ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବ୍ରହ୍ମପୁର ଅଫିସ,୩।୬: ଜନୈକା ବିଧବା ମହିଳାଙ୍କୁ ବନ୍ଧୁକ ଲଗାଇ ଘର ଛାଡି ଚାଲିଯିବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୧୨୯/୨୨) ରୁଜୁ କରିଛି। ପୋଲିସ ଘଟଣାର ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ହନୁମାନନଗରରେ ରହୁଥିବା ମିରା ସାହୁ(୫୭)ଙ୍କ ଘରକୁ ଆସି କିଛି ଅସାମାଜିକ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ମିରାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ସେ ନିଜ ପରିବାରଙ୍କୁ ନେଇ ରହୁଥିବା ଘର ଖାଲି କରିବାକୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେଇଥିଲେ। ସେହିପରି ତାଙ୍କ ନାମରେ ଥିବା ଏକ ଜମିକୁ ମଧ୍ୟ ହସ୍ତାନ୍ତର କରିବାକୁ ଦୁର୍ବୃତ୍ତମାନେ ଚେତାବନୀ ଦେଇଥିଲେ। ଏନେଇ ମହିଳା ଜଣଙ୍କ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ମହିଳା ଜଣଙ୍କ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅସାନି’କୁ ନେଇ ଚିନ୍ତାରେ ନଦୀକୂଳିଆ

ଚାନ୍ଦବାଲି,୧୦।୫(ଡି.ଏନ୍‌.ଏ.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି...

ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ଜୀବନ୍ତଦଗ୍ଧ

ଭବାନୀପାଟଣା,୨୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ସୋମବାର ଅପରାହ୍ନରେ ନିଆଁ ଲାଗି ଜଣେ ଶ୍ରମିକ...

ଖଇରା ମାଟିରେ ବ୍ରକୋଲି ଚାଷ

ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା...

ରାଜ୍ୟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ୍‌,୯ା୮- କଟକରେ ଶୁକ୍ରବାରରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏଥିରେ ଭାଗନେବା ପାଇଁ ଗଞ୍ଜାମ...

ଚୁମ୍ବକମ୍ୟାନ ରାଜେନ୍ଦ୍ର

ସଜନାଗଡ଼, ୧୩।୬ (ଡି.ଏନ.ଏ.)-ତାଙ୍କ ଦେହରୁ ବାହାରୁଛି ଚୁମ୍ବକୀୟ ଶକ୍ତି। ଶରୀରରେ ଷ୍ଟିଲ ଚାମଚ, କଏନ ଯାହା ଲଗାଇଲେ ସେସବୁ ଲାଖି ରହୁଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ...

ପୂର୍ତ୍ତ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନ ଅଭିଯାନ

କର୍ଲାମୁଣ୍ଡା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଶନିବାର ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ...

ପାଟ୍ରୋଲିଂ ସମୟରେ ଚୋରା ଗାଡ଼ି ଧରିଲା ପୋଲିସ

ଆଠଗଡ଼,୧୩।୩(ସ୍ବ.ପ୍ର.): ଚୋରଙ୍କୁ ଅଡୁଆ ଏବେ ପୋଲିସର ଚେକିଂ। ଏହାର ପ୍ରଭାବ ଆଠଗଡ଼ରେ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଏକ ଚାରିଚକିଆ ଚୋରା ଗାଡ଼ିକୁ ଦୁର୍ବୃତ୍ତମାନେ ଆଠଗଡ଼...

ହଜି ଯାଉଛିି ଶୈଶବ : ବହିବସ୍ତାନି କାନ୍ଧରେ ପରିବାର ବୋଝ

ପୁରୀ ଅଫିସ,୨ା୯: ଶିଶୁ ଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ହେଲେ ଏବେ ଶିଶୁଙ୍କ କାନ୍ଧରେ ବହିବସ୍ତାନି ବଦଳରେ ପରିବାର ବୋଝ ଲଦି ହୋଇଯାଉଛି।...

Advertisement
Archives

Model This Week