Posted inଖେଳ

୨୩ତମ ଓଭରରେ ୨୩ ସେକେଣ୍ଡ

ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଆରମ୍ଭ ପରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲର୍ଡସରେ ଉଭୟ ଦଳର ଖେଳାଳି ଓ୍ବର୍ନଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଇଂଲଣ୍ଡ ଏବଂ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉଭୟ ଦଳର କ୍ରିକେଟରମାନେ ୨୩ ତମ ଓଭରରେ ୨୩ ସେକେଣ୍ଡ ଲାଗି ନିରବ ପ୍ରାର୍ଥନା କରିଥିଲେ। ସେହିଭଳି ଲର୍ଡସ ମଇଦାନରେ ଉପସ୍ଥିତ ହଜାର ହଜାର ଦର୍ଶକ କରତାଳି ଦେଇଥିଲେ। ସେହି ସମୟରେ ପରଦାରେ ଓ୍ବର୍ନଙ୍କ ଜୀବନର ଏକ ଝଲକ ଦେଖିବାକୁ ମିଳିଥିଲା। ବିଲବୋର୍ଡରେ ‘ଶେନ ଓ୍ବର୍ନ ୧୯୬୯-୨୦୨୨’ ବୋଲି ଲେଖାଥିଲା।

ତେବେ ଶ୍ରୀଲଙ୍କାର ମୁରଲୀଧରନଙ୍କ ପରେ ଓ୍ବର୍ନ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଛନ୍ତି। ତେବେ ସେ ଅଷ୍ଟ୍ରେଲିଆର ଫୁଟବଲର୍‌ ଡର୍ମୋଟ ବ୍ରେରେଟନ୍‌ଙ୍କ ସମ୍ମାନାର୍ଥେ ୨୩ ନମ୍ବର ଜର୍ସି ପିନ୍ଧୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟ ଖେଳାଳିଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ମିତାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ପ୍ରଦର୍ଶନକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ...

ନିଜକୁ ‘ବୁଢା’ କହିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୧୫।୯:ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି। ସେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ...

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌...

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ...

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ...

କୋପା ଆମେରିକା: କରୋନା ସତ୍ତ୍ୱେ ଆୟୋଜନକୁ ସୁପ୍ରିମକୋର୍ଟଙ୍କ ଅନୁମତି

ସାଓ ପାଉଲୋ,୧୨।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପଥ ପରିଷ୍କାର ହୋଇଛି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ଟୁର୍ନାମେଣ୍ଟ ଆୟୋଜନ...

ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ,୮।୨(ପି.ଟି.)- ଟି୨୦ ସିରିଜରେ ୫-୦ରେ କ୍ଳିନ୍‌ ସୁଇପ୍‌ କରିବା ପରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ଦିନିକିଆରେ ବୃହତ୍‌ ସ୍କୋର ହାସଲ କରିଥିଲେ ମଧ୍ୟ ପରାସ୍ତ...

ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍‌ ସିରିଜ୍‌

ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ...

Advertisement
Archives

Model This Week