ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ହେବ ପ୍ରଭାବିତ: ଚାଇନାକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୧।୧ : ତାଇୱାନ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ତାଇୱାନକୁ ଧମକ ଦେଉଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗ ପ୍ରଶାସନକୁ ଚେତାବନୀ ଦେଇଛି। ଆମେରିକା କହିଛି ଯେ, ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ପ୍ରଭାବିତ ହେବ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଇୱାନର ସ୍ଥିତିକୁ ପରିବର୍ତ୍ତନ ନ କରିବାକୁ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ତାଇୱାନକୁ ଉତ୍ତେଜିତ କରିବାକୁ ଚେଷ୍ଟା କର ନାହିଁ, ନଚେତ ଏହାର ପ୍ରଭାବ କିଛି ଭଲ ହେବ ନାହିଁ।

ସିକାଗୋ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ପଲିଟିକ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡେଭିଡ ଆକ୍ସେଲ୍ରୋଡଙ୍କ ସହ ଏକ ବାର୍ତ୍ତାଳାପରେ ବ୍ଲିଙ୍କେନ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ତାଇୱାନ ଉପରେ ଚାଇନା ସାମରିକ ଏବଂ ଅର୍ଥନୈତିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ତାଇୱାନରେ ଗତ କିଛି ବର୍ଷ ମଧ୍ୟରେ ଆମେ ଯାହା ଦେଖିଛୁ, ମୁଁ ଭାବୁଛି ଚାଇନା ଏପରି ନିଷ୍ପତ୍ତି ନେଇଛି ଯେ ଏହି ସ୍ଥିତି ଜାରି ରଖିବାକୁ ଚାହୁଁନାହିଁ। ଏହି ସ୍ଥିତି ଯାହାକି ଦଶନ୍ଧି ଧରି ଚାଲିଆସୁଥିଲା ଏବଂ ଏହା ପ୍ରକୃତରେ ସଫଳ ହୋଇଛି କାରଣ ଏହା ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରୁଛି। ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ସ୍ଥିତି ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା

ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ...

ସାଉଦିରେ ନିର୍ମାଣ ହେବ ବିଶ୍ୱର ବୃହତ୍ତମ କୋଠା

ରିୟାଧ୍‌, ୨ା୬: ସାଉଦି ଆରବ ବିଶ୍ୱର ବୃହତ୍ତମ କୋଠା ନିର୍ମାଣ ପାଇଁ ଯୋଜନା କରିଛି। ଏହାର ନାମ ‘ନିଓମ’ ରଖାଯିବ। କମ୍‌ ଜନବହୁଳ ଅଞ୍ଚଳରେ ବିଲ୍ଡିଂ...

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି।...

କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍‌ପିଙ୍ଗ୍‌…

ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍‌ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ...

ସମୁଦ୍ର ଭିତରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ କରିବ ବାହାରିନ

ମନାମା,୧୪।୬: ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ପାଇଁ ବାହାରିନ ସରକାର ଏବେ ଏକ ନୂଆ ଉପାୟ ଆପଣେଇବାକୁ ଯାଉଛନ୍ତି। ଏଠାକାର ସରକାର ଆସନ୍ତା ଅଗଷ୍ଟରେ...

ପୋଲିସ ସହ ବୋଲ୍‌ସୋନାରୋ ସମର୍ଥକଙ୍କ ସଂଘର୍ଷ

ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି...

ବ୍ରିକ୍ସରେ ସାମିଲ ପାଇଁ ଇରାନ, ଆର୍ଜେଣ୍ଟିନାର ଆବେଦନ

ତେହରାନ, ୨୯ା୬: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ସାମିଲ ହେବା ପାଇଁ ଇରାନ୍‌ ଏବଂ ଆର୍ଜେଣ୍ଟିନା ଆବେଦନ...

ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ

ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ...

Advertisement
Archives

Model This Week