ସଙ୍ଗଦୋଷ

ଗ୍ରପୂଜିତ ଅଗ୍ନିଦେବ ଅତି ଉଚ୍ଚ ସମ୍ମାନର ଅଧିକାରୀ ହୋଇଥିଲେ ବି କମାରଶାଳରେ ତାଙ୍କର ମାନମର୍ଯ୍ୟାଦାର ହାନି ହେଉଥିବା ଅନୁଭବ କରି ବିଷଣ୍ଣ ହୃଦୟରେ ଏହାର କାରଣ ଖୋଜିବାରୁ ଜାଣିପାରିଲେ ଯେ ତାଙ୍କ ମାନହାନିର ଏକମାତ୍ର କାରଣ ହେଉଛି ତାଙ୍କର ନୀଚସଂସର୍ଗ। ଲୁହାସହ ସଂଯୁକ୍ତ ହୋଇ ରହିବା କାରଣରୁ ଅଗ୍ନିଦେବଙ୍କୁ ଭୀଷଣ ପ୍ରହାର ଭୋଗିବାକୁ ପଡ଼ିଥାଏ। ୟାର ଅର୍ଥ ମଧ୍ୟ ଏୟା ଯେ ଉଦ୍ଦେଶ୍ୟ ଯାହା ବି ହେଇଥାଉନା କାହିଁକି ଯଦି ଦୁର୍ଜନର ସାନ୍ନିଧ୍ୟ ଲାଭ କରାଯାଏ ତେବେ ପ୍ରତି ମୁହୂର୍ତ୍ତରେ ଅପମାନିତ ହେବାର ଆଶଙ୍କା ଥାଏ। ତେଣୁ ଦୁର୍ଜନ ସଙ୍ଗ ପରିହାର କରିବା ପାଇଁ ଆମକୁ ଉପଦେଶ ଦିଆଯାଇଛି।
ତା’ ସତ୍ତ୍ବେ ଏ କଥା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ସଙ୍ଗଦୋଷରୁ ମାନହାନିର ଆଶଙ୍କା ଥିଲେ ମଧ୍ୟ ଅନ୍ତଃକରଣରୁ ସାଧୁତା ଆଚରଣ କରୁଥିବା ଲୋକ ସଙ୍ଗଦୋଷ କାରଣରୁ ନିଜର ମୌଳିକ ଚରିତ୍ର ହରାଇ ନ ଥାନ୍ତି। ନିଜ ଦେହରେ ବିଷଧର ସାପ ଗୁଡେଇ ହେଇ ରହିଥିଲେ ବି ଚନ୍ଦନ ଗଛ ଯେମିତି ବିଷର ଜ୍ବଳନ ଆହରଣ ନ କରି ନିଜର ସୁବାସ ଅକ୍ଷୁଣ୍ଣ ରଖିଥାଏ ସାଧୁ ଲୋକ ଠିକ୍‌ ସେହିପରି ଦୁର୍ଜନ ସଂସର୍ଗ ସତ୍ତ୍ବେ ନିଜର ସୁଗୁଣ ନଷ୍ଟ ହେବାକୁ ଦିଏନାହିଁ। ଏଇ କଥାଟି ବୁଝାଇବାକୁ ଯାଇ କୁହାଯାଇଛି ଯେ ”ବିକୃତିଂ ନୈବ ଗଚ୍ଛନ୍ତି ସଙ୍ଗଦୋଷେଣ ସାଧବ, ଆବେଷ୍ଟିତଂ ମହାସର୍ପୈଶ୍ଚନ୍ଦନଂ ନ ବିଷାୟତେ।“ ଏବଂ ସମାନ ଅର୍ଥରେ କବି ରହିମ ଦାସ କହିଛନ୍ତି ଯେ ”ଯୋ ରହିମ ଉତ୍ତମ ପ୍ରକୃତି, କା କରୀ ସକତ କୁସଙ୍ଗ। ଚନ୍ଦନ ବିଷ ବ୍ୟାପେ ନହିଁ, ଲିପଟ ରହତ ଭୁଜଙ୍ଗ।“
ଏମିତି ଏକ ସାରଗର୍ଭକ ଭାଷଣ ଦେଇସାରି ମଞ୍ଚରୁ ଓହ୍ଲାଇ ଆସି ମିଶ୍ରବାବୁ ନିଜର ଫୋନ ଧରି ବସିପଡିଲେ ତ ମୁଁ ମୋର ସନ୍ଦେହ ଓ ପ୍ରଶ୍ନଗୁଡିକ ଧରି ତାଙ୍କ ପାଖରେ ପହଞ୍ଚିଗଲି। ପଚାରିଲି,‘ଆଜ୍ଞା, ସତରେ କ’ଣ ସଙ୍ଗଦୋଷର କୁପ୍ରଭାବରୁ ନିଜକୁ ବଞ୍ଚେଇ ରଖିପାରିବା?’ ଟିକିଏ ହସିଦେଇ ମିଶ୍ରବାବୁ କହିଲେ, ”ତମମାନଙ୍କ ଭଳିଆ ସାଧାରଣ ଲୋକଙ୍କ ସାଧ୍ୟ ବାହାର କଥା ଇଏ। ଏଥିପାଇଁ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଚରିତ୍ରରେ ସ୍ଥିର ରହିପାରିବା ଏତେ ସହଜ କଥା ନୁହେଁ। କାହାପ୍ରତି ଅନ୍ଧ ଭଲପାଇବା କି ଅନ୍ଧ ସମର୍ଥନ ରଖିବା ଉଚିତ ନୁହେଁ। ଧୃତରାଷ୍ଟ୍ର, ଭୀଷ୍ମ, କର୍ଣ୍ଣ ଇତ୍ୟାଦିଙ୍କ ଅବସ୍ଥା ଯାହା ହେଲା ତା’ କେବଳ ସେମାନଙ୍କ ସଙ୍ଗଦୋଷ ପ୍ରଭାବରୁ ହିଁ ହେଲା। ଆମ ସାଧାରଣ ଜୀବନରେ ମଧ୍ୟ ସମାନ କଥା ଘଟେ। ହେଇ ଦେଖୁନ ରାମବାବୁଙ୍କ ପୁଅ କଥା। ଏତେ ଝିଅରେ ପୁଅଟେ ହେଲା ବୋଲି ତାକୁ ତା’ ମା’ବାପା ଏମିତି ଆଦର ଯତ୍ନରେ ବଢ଼ଉଥିଲେ ସତେ ଯେମିତି ତାଙ୍କ ଚଉଦ ପୁରୁଷ ଉଦ୍ଧାର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କ କୋଳରେ ଜନ୍ମ ନେଇଛନ୍ତି। ପିଲାଟା ମଧ୍ୟ ମା’ବାପାଙ୍କର ଅତି ଆଜ୍ଞାଧୀନ ହୋଇ ସେମାନଙ୍କୁ ବହୁତ ଭଲପାଉଥିଲା। କିନ୍ତୁ ବାହାଘର ପରେ ଗୋଟେ ଦୁଷ୍ଟ ସ୍ତ୍ରୀ ହାବୁଡ଼ରେ ପଡ଼ି ଏତେ ଭଲପିଲାଟା ଏମିତି ଖରାପ ହେଇଗଲା ଯେ ଏବେ ସେ ମା’ବାପାଙ୍କୁ ପଚାରୁନି!“
”ହେଲେ ମଣିଷ ତ ଆଉ ଗଛ ନୁହେଁ ନା। ସାପ ଗୁଡେଇ ହେଇ ରହିଲେ ଚନ୍ଦନ ଗଛ କଥା ଛାଡନ୍ତୁ ଚାକୁଣ୍ଡା ଗଛ ବି ବିଷାକ୍ତ ହେବନି। ତେଣୁ ଗଛର ଉଦାହରଣ ଛାଡି ମଣିଷ କଥା କୁହନ୍ତୁ।“
”ତା ଠିକ୍‌। ଚନ୍ଦନ ଗଛ କେବଳ ଏକ ଆଖ୍ୟାନ ମାତ୍ର। କିନ୍ତୁ ମଣିଷ ନିଜର ଚରିତ୍ର ଓ ପ୍ରକୃତିଗତ ଦୁର୍ବଳତା କାରଣରୁ ଅନେକ ଦୁଷ୍ଟଙ୍କ ପ୍ରତି ଆନୁଗତ୍ୟ ଓ ବନ୍ଧୁତା ରଖିବା ଯୋଗୁ ଅପମାନିତ ହୋଇଚାଲିଥାଏ; ଏମିତି କି ବିନାଶ ଆଡ଼କୁ ମଧ୍ୟ ଟାଣିହେଇଯାଏ। ଦୁର୍ଯ୍ୟୋଧନ ସହ ମିତ୍ରତା ପାଳନ କରି ଅଧର୍ମ କରୁଛି ବୋଲି ଜାଣି ସୁଦ୍ଧା ତା’ଠାରୁ ନିଜକୁ ଦୂରେଇ ରଖି ନ ପାରିବା ହିଁ କର୍ଣ୍ଣର ଅପମାନ ଓ ପତନର କାରଣ ଥିଲା। ଠିକ୍‌ ସେମିତି କୌରବ ସିଂହାସନ ପ୍ରତି ଅନ୍ଧ ଆନୁଗତ୍ୟ ହେତୁ ଅଧର୍ମକୁ ବିରୋଧ ନ କରିବା ଯୋଗୁ ଭୀଷ୍ମ ଭର୍ତ୍ସନା ସହିବାକୁ ବାଧ୍ୟ ହୋଇଥିଲେ ଏବଂ ଗୋଟେ କଷ୍ଟଦାୟକ ମୃତ୍ୟୁଶଯ୍ୟା କରିଥିଲେ। ଏମାନେ ଅଳ୍ପ କିଛି ଉଦାହରଣ ମାତ୍ର। ଏମାନଙ୍କ ଭଳି ଅସଂଖ୍ୟ ଲୋକ ବର୍ତ୍ତମାନ ଆମ ଚାରିପାଖରେ ଅଛନ୍ତି। ସେଇ ରାମବାବୁଙ୍କ କଥା ଦେଖୁନ। ତାଙ୍କ ଅଫିସ୍‌ର ସବୁ ଷ୍ଟାଫ୍‌ଙ୍କ ଅସନ୍ତୋଷ ସତ୍ତ୍ବେ ଗୋଟେ ସଂସ୍କାରହୀନ ତଥା ଅପେକ୍ଷାକୃତ ନୂଆ କର୍ମଚାରୀ ସହ ସେ ଏମିତି ଯୋଡିହୋଇ ତା’ର ସବୁ ଉଦ୍ଧତପଣିଆକୁ ସମର୍ଥନ କରି ତାକୁ ଏମିତି ଉପରମୁହଁା କରିଛନ୍ତି ଯେ କେବଳ ଏଇ କାରଣରୁ ଅନେକ ଥର ଅପଦସ୍ଥ ହେଲେଣି ବୋଲି ମନଦୁଃଖରେ ମତେ କେତେଥର କହିଲେଣି, ତଥାପି କୋଉ ସ୍ବାର୍ଥରେ କେଜାଣି, ତା’ଠାରୁ ଡୋର ଛିଡେଇ ପାରୁନାହାନ୍ତି। ତାଙ୍କର ଅପମାନ ଭୋଗିବାଟା ଅଗ୍ନିଦେବଙ୍କ ଅବସ୍ଥା ସହ ସମାନ ନୁହଁ କି?“
”କିନ୍ତୁ ନଷ୍ଟ ହେବାର ପ୍ରବଣତା ଯଦି ଭିତରେ ନ ଥାଏ ତେବେ କାହାର ପ୍ରଭାବରେ କ’ଣ ଜଣେ ନଷ୍ଟ ହେଇଯିବ?“
”ହଁ, ସେକଥା ଠିକ୍‌। କିନ୍ତୁ କହିଲି ନା, ଚରିତ୍ରରେ ସେତିକି ଦୃଢ଼ତା ନ ଥିଲେ ଜଣେ କୁସଙ୍ଗ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିବନି।“
ଏତିକି କହିଛନ୍ତି କି ନାହିଁ ମିଶ୍ରବାବୁଙ୍କ ସ୍ତ୍ରୀଙ୍କର ଫୋନ ଆସିଲା। ଚଢ଼ା ଗଳାରେ ଜେରା କଲା ଭଳି ସେ ପଚାରିଲେ, ”ତମକୁ ମେସେଜ ଦେଇଥିଲି ଯେ ତମ ମା’ବାପାଙ୍କୁ ଦେଖିବାକୁ ଯିବାକୁ ମୋ ପାଖରେ ଆଜି ଟାଇମ ନାହିଁ। ତାଙ୍କୁ କୁହ ଯେ ତମେ ମତେ ଆଜି ହସ୍ପିଟାଲ ନେଇ ଯାଉଛ, ତେଣୁ ଆଜି ଗାଁକୁ ଯାଇହେବନି। ମୋର ପାର୍ଟିକୁ ଯିବାରେ ଡେରି ହେଲାଣି, ମୁଁ ଯାଉଛି। କ’ଣ ଶୁଭିଲା ନା ନାହିଁ?“ ମୋ ସାମ୍ନାରେ ଏସବୁ ଘଟୁଥିବାରୁ ଲଜ୍ଜାରେ ଝାଉଁଳି ପଡିଥିବା ମିଶ୍ରବାବୁ ଥରହର କଣ୍ଠରେ ଜବାବ ଦେଲେ, ” ହଁ, ତମେ ଯାଅ। ମୁଁ ଜଣେଇ ଦେଉଛି ଯେ ମୁଁ ଆଜି ଦିନତମାମ ହସ୍ପିଟାଲ କାମରେ ବ୍ୟସ୍ତ ରହିବି।“
ମିଶ୍ରବାବୁ ମୁହଁ ଟେକି ମତେ ଆଉ ଚାହିଁପାରିଲେନି। ଆଉ ମୁଁ ଭାବୁଥିଲି ତାଙ୍କ ଚନ୍ଦନ ଗଛ ଉପାଖ୍ୟାନ।

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?