ସଙ୍ଗଦୋଷ

ଗ୍ରପୂଜିତ ଅଗ୍ନିଦେବ ଅତି ଉଚ୍ଚ ସମ୍ମାନର ଅଧିକାରୀ ହୋଇଥିଲେ ବି କମାରଶାଳରେ ତାଙ୍କର ମାନମର୍ଯ୍ୟାଦାର ହାନି ହେଉଥିବା ଅନୁଭବ କରି ବିଷଣ୍ଣ ହୃଦୟରେ ଏହାର କାରଣ ଖୋଜିବାରୁ ଜାଣିପାରିଲେ ଯେ ତାଙ୍କ ମାନହାନିର ଏକମାତ୍ର କାରଣ ହେଉଛି ତାଙ୍କର ନୀଚସଂସର୍ଗ। ଲୁହାସହ ସଂଯୁକ୍ତ ହୋଇ ରହିବା କାରଣରୁ ଅଗ୍ନିଦେବଙ୍କୁ ଭୀଷଣ ପ୍ରହାର ଭୋଗିବାକୁ ପଡ଼ିଥାଏ। ୟାର ଅର୍ଥ ମଧ୍ୟ ଏୟା ଯେ ଉଦ୍ଦେଶ୍ୟ ଯାହା ବି ହେଇଥାଉନା କାହିଁକି ଯଦି ଦୁର୍ଜନର ସାନ୍ନିଧ୍ୟ ଲାଭ କରାଯାଏ ତେବେ ପ୍ରତି ମୁହୂର୍ତ୍ତରେ ଅପମାନିତ ହେବାର ଆଶଙ୍କା ଥାଏ। ତେଣୁ ଦୁର୍ଜନ ସଙ୍ଗ ପରିହାର କରିବା ପାଇଁ ଆମକୁ ଉପଦେଶ ଦିଆଯାଇଛି।
ତା’ ସତ୍ତ୍ବେ ଏ କଥା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ସଙ୍ଗଦୋଷରୁ ମାନହାନିର ଆଶଙ୍କା ଥିଲେ ମଧ୍ୟ ଅନ୍ତଃକରଣରୁ ସାଧୁତା ଆଚରଣ କରୁଥିବା ଲୋକ ସଙ୍ଗଦୋଷ କାରଣରୁ ନିଜର ମୌଳିକ ଚରିତ୍ର ହରାଇ ନ ଥାନ୍ତି। ନିଜ ଦେହରେ ବିଷଧର ସାପ ଗୁଡେଇ ହେଇ ରହିଥିଲେ ବି ଚନ୍ଦନ ଗଛ ଯେମିତି ବିଷର ଜ୍ବଳନ ଆହରଣ ନ କରି ନିଜର ସୁବାସ ଅକ୍ଷୁଣ୍ଣ ରଖିଥାଏ ସାଧୁ ଲୋକ ଠିକ୍‌ ସେହିପରି ଦୁର୍ଜନ ସଂସର୍ଗ ସତ୍ତ୍ବେ ନିଜର ସୁଗୁଣ ନଷ୍ଟ ହେବାକୁ ଦିଏନାହିଁ। ଏଇ କଥାଟି ବୁଝାଇବାକୁ ଯାଇ କୁହାଯାଇଛି ଯେ ”ବିକୃତିଂ ନୈବ ଗଚ୍ଛନ୍ତି ସଙ୍ଗଦୋଷେଣ ସାଧବ, ଆବେଷ୍ଟିତଂ ମହାସର୍ପୈଶ୍ଚନ୍ଦନଂ ନ ବିଷାୟତେ।“ ଏବଂ ସମାନ ଅର୍ଥରେ କବି ରହିମ ଦାସ କହିଛନ୍ତି ଯେ ”ଯୋ ରହିମ ଉତ୍ତମ ପ୍ରକୃତି, କା କରୀ ସକତ କୁସଙ୍ଗ। ଚନ୍ଦନ ବିଷ ବ୍ୟାପେ ନହିଁ, ଲିପଟ ରହତ ଭୁଜଙ୍ଗ।“
ଏମିତି ଏକ ସାରଗର୍ଭକ ଭାଷଣ ଦେଇସାରି ମଞ୍ଚରୁ ଓହ୍ଲାଇ ଆସି ମିଶ୍ରବାବୁ ନିଜର ଫୋନ ଧରି ବସିପଡିଲେ ତ ମୁଁ ମୋର ସନ୍ଦେହ ଓ ପ୍ରଶ୍ନଗୁଡିକ ଧରି ତାଙ୍କ ପାଖରେ ପହଞ୍ଚିଗଲି। ପଚାରିଲି,‘ଆଜ୍ଞା, ସତରେ କ’ଣ ସଙ୍ଗଦୋଷର କୁପ୍ରଭାବରୁ ନିଜକୁ ବଞ୍ଚେଇ ରଖିପାରିବା?’ ଟିକିଏ ହସିଦେଇ ମିଶ୍ରବାବୁ କହିଲେ, ”ତମମାନଙ୍କ ଭଳିଆ ସାଧାରଣ ଲୋକଙ୍କ ସାଧ୍ୟ ବାହାର କଥା ଇଏ। ଏଥିପାଇଁ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଚରିତ୍ରରେ ସ୍ଥିର ରହିପାରିବା ଏତେ ସହଜ କଥା ନୁହେଁ। କାହାପ୍ରତି ଅନ୍ଧ ଭଲପାଇବା କି ଅନ୍ଧ ସମର୍ଥନ ରଖିବା ଉଚିତ ନୁହେଁ। ଧୃତରାଷ୍ଟ୍ର, ଭୀଷ୍ମ, କର୍ଣ୍ଣ ଇତ୍ୟାଦିଙ୍କ ଅବସ୍ଥା ଯାହା ହେଲା ତା’ କେବଳ ସେମାନଙ୍କ ସଙ୍ଗଦୋଷ ପ୍ରଭାବରୁ ହିଁ ହେଲା। ଆମ ସାଧାରଣ ଜୀବନରେ ମଧ୍ୟ ସମାନ କଥା ଘଟେ। ହେଇ ଦେଖୁନ ରାମବାବୁଙ୍କ ପୁଅ କଥା। ଏତେ ଝିଅରେ ପୁଅଟେ ହେଲା ବୋଲି ତାକୁ ତା’ ମା’ବାପା ଏମିତି ଆଦର ଯତ୍ନରେ ବଢ଼ଉଥିଲେ ସତେ ଯେମିତି ତାଙ୍କ ଚଉଦ ପୁରୁଷ ଉଦ୍ଧାର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କ କୋଳରେ ଜନ୍ମ ନେଇଛନ୍ତି। ପିଲାଟା ମଧ୍ୟ ମା’ବାପାଙ୍କର ଅତି ଆଜ୍ଞାଧୀନ ହୋଇ ସେମାନଙ୍କୁ ବହୁତ ଭଲପାଉଥିଲା। କିନ୍ତୁ ବାହାଘର ପରେ ଗୋଟେ ଦୁଷ୍ଟ ସ୍ତ୍ରୀ ହାବୁଡ଼ରେ ପଡ଼ି ଏତେ ଭଲପିଲାଟା ଏମିତି ଖରାପ ହେଇଗଲା ଯେ ଏବେ ସେ ମା’ବାପାଙ୍କୁ ପଚାରୁନି!“
”ହେଲେ ମଣିଷ ତ ଆଉ ଗଛ ନୁହେଁ ନା। ସାପ ଗୁଡେଇ ହେଇ ରହିଲେ ଚନ୍ଦନ ଗଛ କଥା ଛାଡନ୍ତୁ ଚାକୁଣ୍ଡା ଗଛ ବି ବିଷାକ୍ତ ହେବନି। ତେଣୁ ଗଛର ଉଦାହରଣ ଛାଡି ମଣିଷ କଥା କୁହନ୍ତୁ।“
”ତା ଠିକ୍‌। ଚନ୍ଦନ ଗଛ କେବଳ ଏକ ଆଖ୍ୟାନ ମାତ୍ର। କିନ୍ତୁ ମଣିଷ ନିଜର ଚରିତ୍ର ଓ ପ୍ରକୃତିଗତ ଦୁର୍ବଳତା କାରଣରୁ ଅନେକ ଦୁଷ୍ଟଙ୍କ ପ୍ରତି ଆନୁଗତ୍ୟ ଓ ବନ୍ଧୁତା ରଖିବା ଯୋଗୁ ଅପମାନିତ ହୋଇଚାଲିଥାଏ; ଏମିତି କି ବିନାଶ ଆଡ଼କୁ ମଧ୍ୟ ଟାଣିହେଇଯାଏ। ଦୁର୍ଯ୍ୟୋଧନ ସହ ମିତ୍ରତା ପାଳନ କରି ଅଧର୍ମ କରୁଛି ବୋଲି ଜାଣି ସୁଦ୍ଧା ତା’ଠାରୁ ନିଜକୁ ଦୂରେଇ ରଖି ନ ପାରିବା ହିଁ କର୍ଣ୍ଣର ଅପମାନ ଓ ପତନର କାରଣ ଥିଲା। ଠିକ୍‌ ସେମିତି କୌରବ ସିଂହାସନ ପ୍ରତି ଅନ୍ଧ ଆନୁଗତ୍ୟ ହେତୁ ଅଧର୍ମକୁ ବିରୋଧ ନ କରିବା ଯୋଗୁ ଭୀଷ୍ମ ଭର୍ତ୍ସନା ସହିବାକୁ ବାଧ୍ୟ ହୋଇଥିଲେ ଏବଂ ଗୋଟେ କଷ୍ଟଦାୟକ ମୃତ୍ୟୁଶଯ୍ୟା କରିଥିଲେ। ଏମାନେ ଅଳ୍ପ କିଛି ଉଦାହରଣ ମାତ୍ର। ଏମାନଙ୍କ ଭଳି ଅସଂଖ୍ୟ ଲୋକ ବର୍ତ୍ତମାନ ଆମ ଚାରିପାଖରେ ଅଛନ୍ତି। ସେଇ ରାମବାବୁଙ୍କ କଥା ଦେଖୁନ। ତାଙ୍କ ଅଫିସ୍‌ର ସବୁ ଷ୍ଟାଫ୍‌ଙ୍କ ଅସନ୍ତୋଷ ସତ୍ତ୍ବେ ଗୋଟେ ସଂସ୍କାରହୀନ ତଥା ଅପେକ୍ଷାକୃତ ନୂଆ କର୍ମଚାରୀ ସହ ସେ ଏମିତି ଯୋଡିହୋଇ ତା’ର ସବୁ ଉଦ୍ଧତପଣିଆକୁ ସମର୍ଥନ କରି ତାକୁ ଏମିତି ଉପରମୁହଁା କରିଛନ୍ତି ଯେ କେବଳ ଏଇ କାରଣରୁ ଅନେକ ଥର ଅପଦସ୍ଥ ହେଲେଣି ବୋଲି ମନଦୁଃଖରେ ମତେ କେତେଥର କହିଲେଣି, ତଥାପି କୋଉ ସ୍ବାର୍ଥରେ କେଜାଣି, ତା’ଠାରୁ ଡୋର ଛିଡେଇ ପାରୁନାହାନ୍ତି। ତାଙ୍କର ଅପମାନ ଭୋଗିବାଟା ଅଗ୍ନିଦେବଙ୍କ ଅବସ୍ଥା ସହ ସମାନ ନୁହଁ କି?“
”କିନ୍ତୁ ନଷ୍ଟ ହେବାର ପ୍ରବଣତା ଯଦି ଭିତରେ ନ ଥାଏ ତେବେ କାହାର ପ୍ରଭାବରେ କ’ଣ ଜଣେ ନଷ୍ଟ ହେଇଯିବ?“
”ହଁ, ସେକଥା ଠିକ୍‌। କିନ୍ତୁ କହିଲି ନା, ଚରିତ୍ରରେ ସେତିକି ଦୃଢ଼ତା ନ ଥିଲେ ଜଣେ କୁସଙ୍ଗ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିବନି।“
ଏତିକି କହିଛନ୍ତି କି ନାହିଁ ମିଶ୍ରବାବୁଙ୍କ ସ୍ତ୍ରୀଙ୍କର ଫୋନ ଆସିଲା। ଚଢ଼ା ଗଳାରେ ଜେରା କଲା ଭଳି ସେ ପଚାରିଲେ, ”ତମକୁ ମେସେଜ ଦେଇଥିଲି ଯେ ତମ ମା’ବାପାଙ୍କୁ ଦେଖିବାକୁ ଯିବାକୁ ମୋ ପାଖରେ ଆଜି ଟାଇମ ନାହିଁ। ତାଙ୍କୁ କୁହ ଯେ ତମେ ମତେ ଆଜି ହସ୍ପିଟାଲ ନେଇ ଯାଉଛ, ତେଣୁ ଆଜି ଗାଁକୁ ଯାଇହେବନି। ମୋର ପାର୍ଟିକୁ ଯିବାରେ ଡେରି ହେଲାଣି, ମୁଁ ଯାଉଛି। କ’ଣ ଶୁଭିଲା ନା ନାହିଁ?“ ମୋ ସାମ୍ନାରେ ଏସବୁ ଘଟୁଥିବାରୁ ଲଜ୍ଜାରେ ଝାଉଁଳି ପଡିଥିବା ମିଶ୍ରବାବୁ ଥରହର କଣ୍ଠରେ ଜବାବ ଦେଲେ, ” ହଁ, ତମେ ଯାଅ। ମୁଁ ଜଣେଇ ଦେଉଛି ଯେ ମୁଁ ଆଜି ଦିନତମାମ ହସ୍ପିଟାଲ କାମରେ ବ୍ୟସ୍ତ ରହିବି।“
ମିଶ୍ରବାବୁ ମୁହଁ ଟେକି ମତେ ଆଉ ଚାହିଁପାରିଲେନି। ଆଉ ମୁଁ ଭାବୁଥିଲି ତାଙ୍କ ଚନ୍ଦନ ଗଛ ଉପାଖ୍ୟାନ।

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri