Posted inଜାତୀୟ

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁଣେ ସହରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଓ୍ବାଇ-୨୦ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

ଓ୍ବାଇ-୨୦ ହେଉଛି ସମସ୍ତ ଜି-୨୦ ସଦସ୍ୟ ଦେଶର ଯୁବକମାନଙ୍କ ପାଇଁ ଏକ ପରାମର୍ଶ ପ୍ଲାଟଫର୍ମ, ଯେଉଁଠାରେ ସେମାନେ ପାରସ୍ପରିକ ସହଯୋଗ ପାଇଁ କାର୍ଯ୍ୟ କରନ୍ତି।

ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଠାକୁର କହିଛନ୍ତି ଯେ ମହାମାରୀଠାରୁ ଅଧିକ ଭୟଙ୍କର ଥିଲା ମିଥ୍ୟା ଏବଂ ଭୁଲ ତଥ୍ୟ ପ୍ରସାର। ଏହା ଦ୍ୱାରା ମଣିଷ ସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା।

ତେଣୁ ବେଳେବେଳେ ଆମକୁ ମଧ୍ୟ ଟେକ୍ନୋଲୋଜି ସାହାଯ୍ୟକାରୀ କି ନୁହେଁ ତାହା ମଧ୍ୟ ଦେଖିବାକୁ ପଡ଼ିବ।

ସେ କହିଛନ୍ତି ଯେ ବିଶ୍ୱରେ ଭାରତର ସ୍ଥିତି ସମ୍ପ୍ରତି ସକାରାତ୍ମକ ଭାବେ ବଦଳି ଯାଇଛି। ଏହା ଭାରତ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ଧନୀକଙ୍କ ଯୋଗୁ ବଢୁଛି ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନ: ଅକ୍ସଫାମ ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧୧ : ଦୁନିଆରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ବିଷୟରେ ବିଭିନ୍ନ ପ୍ରକାରର ରିପୋର୍ଟ ବାହାରକୁ ଆସୁଛି, କିନ୍ତୁ ଏଥର ପ୍ରକାଶ ପାଇଥିବା ରିପୋର୍ଟ ସମସ୍ତଙ୍କୁ...

ଶାଶୁଙ୍କ ସହ ଝଗଡା କରି ଏମିତି ପଦକ୍ଷେପ ନେଲେ ବୋହୂ

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ...

ଗଲ୍‌ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା

ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍‌...

ସୀତା ହରଣ ପୂର୍ବରୁ ମଞ୍ଚରେ ଚାଲିଗଲା ରାବଣଙ୍କ ଜୀବନ

ଅଯୋଧ୍ୟା,୪।୧୦: ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲାର ଜନପଦରେ ରାମଲୀଳା ନାଟକ ଚାଲୁଥିବା ବେଳେ ମଞ୍ଚରେ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ଘଟିଛି।...

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର...

ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ

ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍‌ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି...

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି...

Advertisement
Archives

Model This Week