ପଞ୍ଚୁଦଣ୍ଡ ମିଳନରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ ଗ୍ରାମବାସୀ ତାଙ୍କୁ ବାଟ ବରଣ କରି ଦୁର୍ଗା ମଣ୍ଡପକୁ ସ୍ବାଗତ କରି ନେଇଥିଲେ। ଦଣ୍ଡ ଦଳ ଦୁର୍ଗାମଣ୍ଡପକୁ ବିରାଟ ଶୋଭାଯାତ୍ରାରେ ଢୋଲ ମହୁରୀ ବଜାଇ ପହଞ୍ଚି ଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ବରଣ କରିଥିଲେ। ଏହି ଅବସରରେ ବୀଣାକାରଙ୍କ ଦ୍ୱାରା ବନ୍ଦନା ଗାନ କରାଯାଇଥିଲା।

ଏହି କ୍ରମରେ ୫ ଦଣ୍ଡ ତଥା ଫିରିଙ୍ଗିଆ ବ୍ଲକର କରଣ୍ଡାଗଡ ଦଣ୍ଡ ଦଳ ସମେତ କ. ନୂଆଗାଁ ବ୍ଲକ ଗୁଞ୍ଜିବାଡି, କେଲେମାହା, ଲେତିଙ୍ଗିଆ ଏବଂ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡିର ଦଣ୍ଡ ଏହି ମିଳନରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଦଳ ଗାଁରେ ଥିବା ମନ୍ଦିର ପରିକ୍ରମା କରିବା ସହ ମା’ ପାଟ୍ଟଖଣ୍ଡା ମନ୍ଦିର ପରିସରରେ ପହଞ୍ଚି ଥିଲେ। ସେଠାରୁ ମଧ୍ୟାନ୍ନରେ ମିଳନ ସ୍ଥଳରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିବା ବେଳେ ପାରମ୍ପରିକ କୁରାଡିଆ ନୃତ୍ୟ ସହ ବାଘ, ଭାଲୁ, ବଳଦ ନୃତ୍ୟ ସମେତ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ହୋଇଥିଲା।

ସେହିପରି ଅପରାହ୍ନରେ ଜଳ ଦଣ୍ଡ ଓ ସନ୍ଧ୍ୟାରେ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟା ଆଳତି ସହ ଦଣ୍ଡ ମିଳନ ହୋଇଥିଲା। ସେହିପରି ବିଳମ୍ବିତ ରାତିରେ ଦଣ୍ଡର ଉତ୍ପତି ଓ ଦଣ୍ଡ ଚରିତ୍ରକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଅଞ୍ଚଳର ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସିମନବାଡି ପଞ୍ଚୁଦଣ୍ଡ ମିଳନ ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ କମିଟିର ଏହା ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମ ବୋଲି କମିଟିର ସଭାପତି ଅରୁଣ ସାହୁ କହିଛନ୍ତି।

କାର୍ଯ୍ୟକ୍ରମକୁ କମିଟି ସଭାପତି ଅରୁଣ ସାହୁଙ୍କ ସମେତ ବିନୋଦ ସାହୁ, ସରୋଜ ସାହୁ, ଚିଣ୍ଟୁ ସାହୁ, ପିଣ୍ଟୁ ସାହୁ, ବିକି ନାୟକ, ରାଜେଶ ସାହୁ, ନିଲୁ ସୁବୁଦ୍ଧି, ସୋନୁ ସାହୁ, କୁଲୁ ଚୌଧୁରୀ, ବରୁଣ ବେହେରା, ଅଶୋକ ବେହେରା, ବଣ୍ଟି ସାହୁ, ଚିତ୍ତ ପ୍ରଧାନ, କେ. ମାନବୋଧ ନାୟକ, ଝୁଲୁ ସାହୁ, ବୁନା ଚୌଧୁରୀ, ସାଇବ ସାହୁ, ଧନଞ୍ଜୟ, ପୁର୍ଣ୍ଣଚନ୍ଦ୍ର ବିନ୍ଧାଣି, ସଞ୍ଜୁ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri