ନଚାଇଲା ଫ୍ୟୁଜନ ଟ୍ରାକ୍‌

ସନ୍ଧ୍ୟା ହେଉ ହେଉ ପ୍ରଦର୍ଶନୀ ପଡ଼ିଆକୁ ଛୁଟିଥିଲା ଲୋକଙ୍କ ସୁଅ। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରୁ ଆରମ୍ଭ ହୋଇଥିଲା ଡଟ୍‌ ଫେଷ୍ଟର ୯ମ ଦିନ। ହିନ୍ଦୀ ଗୀତ ‘ପରମ ସୁନ୍ଦରୀ’ ରାଜଧାନୀବାସୀଙ୍କୁ ଶେଷ ମନୋରଞ୍ଜନ ଭେଟି ଦେଇଥିଲା। ହଜାର ହଜାର ଦର୍ଶକ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା,ବଲିଉଡ୍‌ କଣ୍ଠଶିଳ୍ପୀ ସିଦ୍ଧାର୍ଥ ମହାଦେବନ, ଶିବମ ମହାଦେବନ ଓ ଶ୍ରୀନିଧି ଘଟାଟେଙ୍କ ଦ୍ୱାରା ପରିବେଷିତ ଫ୍ୟୁଜନ ଟ୍ରାକ୍‌ରେ ମନ ଖୋଲି ନାଚିଥିଲେ। ତାଳିମାଡ଼ ସହ ମୋବାଇଲ ଲାଇଟ୍‌ ଦେଖାଇ ଦର୍ଶକମାନେ କଳାକାରଙ୍କ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ। ଶେଷ ପ୍ରହରରେ କଳାକାରମାନଙ୍କୁ ପୋଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ କରିଥିଲେ। ବିଏମସି ପରିଚାଳିତ ସହରାଞ୍ଚଳ ବାସହୀନ କେନ୍ଦ୍ରରୁ ୧୦୦ଜଣ ଅନ୍ତେବାସୀ ଯୋଗଦେଇଥିଲେ। ସେହିପରି କିନ୍ନର ସମାଜ କାର୍ଯ୍ୟକ୍ରମରେ ଯୋଗଦେଇ ବେଶ୍‌ ଉପଭୋଗ କରିଥିଲେ।

ବାପାଙ୍କ ଡେବ୍ୟୁ ଗୀତରୁ ଆରମ୍ଭକଲେ ସିଦ୍ଧାର୍ଥ-ଶିବମ୍‌
ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଲୋକପ୍ରିୟ ସଙ୍ଗୀତ ‘ଦିଲ ଚାହାତା ହୈ’ରୁ ବଲିଉଡ୍‌ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଏହି ଡେବ୍ୟୁ ଗୀତକୁ ଡଷ୍ଟ ଫେଷ୍ଟ ମଞ୍ଚରେ ଗାଇ ଦୁଇ ପୁଅ ସିଦ୍ଧାର୍ଥ ମହାଦେବନ୍‌ ଏବଂ ଶଙ୍କର ମହାଦେବନ୍‌ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ପରେ ପରେ ଉଭୟଙ୍କ ସହ ଲୋକପ୍ରିୟ ଗାୟିକା ଶ୍ରୀନିଧି ଘଟାଟେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୩ କଣ୍ଠଶିଳ୍ପୀ ଫ୍ୟୁଜନ୍‌ ଟ୍ରାକରେ ୧୩ଟି ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ।
‘ସବ୍‌ସେ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’
କାର୍ଯ୍ୟକ୍ରମ ଶେଷରେ ‘ସବସେ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତ ଦେଶପ୍ରେମ ଜାଗ୍ରତ କରିଥିଲା। ଦୁଇଦିନ ପରେ ସାଧାରଣତନ୍ତ୍ର ଦିବସ ହୋଇଥିବାରୁ ଏହି ଗୀତ ମାଧ୍ୟମରେ ସିଦ୍ଧାର୍ଥ-ଶିବମ୍‌ ଓ ଶ୍ରୀନିଧି ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ।
ଏହା ପୂର୍ବରୁ ତୃତୀୟ ପର୍ଯ୍ୟାୟରେ ଶ୍ରୀନିଧିଙ୍କ ସହ ଯୋଗ ଦେଇଥିବା ଦୁଇ ଦେବନଙ୍କ କଣ୍ଠରେ ‘ମନ୍‌ ମସ୍ତ ମଗନ୍‌…ତେରା ନାମ ଦୋହରାଏ’, ‘ତେରେ ନୈନାରେ’, ‘ସାଓ୍ବନ ମେଁ ଲଗ ଗୟୀ ଆଗ୍‌’, ‘ହଓ୍ବନ୍‌ କରେଙ୍ଗେ, ‘ମେଁ ସୌଦା କରା କରା’, ‘ଇସ୍କ ତେରା ତଡପାଓ୍ବେ’, ‘ଇଟ୍‌ସ ଦ ଟାଇଢ଼୍‌ ଟୁ ଡିସ୍କୋ’, ‘ପରମ ସୁନ୍ଦରୀ’, ‘ହେଲୋ, ହେଲୋ’ ଆଦି ୧୫ରୁ ଅଧିକ ଗୀତ ଗାଇଥିଲେ।
ପଞ୍ଜାବୀ ଗୀତରେ ଭାଙ୍ଗଡ଼ା କରାଇଲେ ଶ୍ରୀନିଧି
ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀନିଧି ଏକାଧିକ ପଞ୍ଜାବୀ ଗୀତ ପରିବେଷଣ କରିଥିଲେ। ଶ୍ରୀନିଧିଙ୍କ ଗୀତର ତାଳେ ତାଳେ ଓଡ଼ିଆ ଦର୍ଶକ ଭାଙ୍ଗଡ଼ା କରିବାକୁ ଲାଗିଥିଲେ॥ ‘ଲଙ୍ଗ ଗଓ୍ବାଚା’, ‘ତେନୁ ସୁଟ୍‌ ସୁଟ୍‌ କରଦା’ ଆଦି ଗୀତ ଦର୍ଶକଙ୍କ ମଧ୍ୟରେ ଯୋଶ ଭରିଦେଇଥିଲା। ‘ଚୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ’ ଅଧିକ ଉସତ୍ାହ ଖେଳାଇଥିଲା। ତେବେ ଏଥିରେ ସରଗମ୍‌ ଯୋଡ଼ିଥିଲେ ଶ୍ରୀନିଧି, ଯାହାକି ଭିନ୍ନ ମାହୋଲ ସୃଷ୍ଟି କରିଥିଲା। ‘ନସେ ସି ଚଢ଼ ଗୟୀ ହାଏ’ ଗୀତ ଦର୍ଶକଙ୍କୁ ରୋମାଞ୍ଚତ୍ତ କରିଥିଲା।
ତମା ତମାରେ ନାଚିଲେ ବିଦେଶୀ
ସିଦ୍ଧାର୍ଥ ମହାଦେବନ, ଶିବମ ମହାଦେବନ ଓ ଶ୍ରୀନିଧି ଘଟାଟେଙ୍କ ନନଷ୍ଟପ୍‌ ଫ୍ୟୁଜନ୍‌ ଟ୍ରାକକୁ ସବୁ ବର୍ଗର ଦର୍ଶକ ଉପଭୋଗ କରୁଥିବାବେଳେ ତମା..ତମା..ଲୋଗେ ତମା ଗୀତରେ ଦୁଇଜଣ ବିଦେଶୀ ସିଟରୁ ଉଠି ନାଚିବା ଆରମ୍ଭ କରିଦେଇଥିଲେ। ଏହି ହିନ୍ଦୀ ଗୀତକୁ ସେମାନେ ଗୁଣୁଗୁଣାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଆଞ୍ଚଳିକ ଦର୍ଶକ ମଧ୍ୟ ସେମାନଙ୍କ ସହ ନାଚିବା ଆରମ୍ଭ କରିଦେଇଥିଲେ।

‘ମୁଁ ଖାଣ୍ଟି ଓଡ଼ିଆ ଝିଅ’

ଲୋକପ୍ରିୟ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡାଙ୍କ ଗୀତରୁ ଆରମ୍ଭ ହୋଇଥିଲା ୯ମ ଦିନର ପ୍ରଥମ ଗୀତ । ଜୟ ଜଗନ୍ନାଥ କହି ମଞ୍ଚକୁ ଓହ୍ଲାଇଥିଲେ ଅସୀମା । ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଦୀର୍ଘ ସମୟ ଯାଏଁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ‘ଏ ଫୁଲ କହ ଥରେ’, ‘ହାଏରେ ମୋର ରାନୀ ଗୁରୀ’, ‘ରିମ୍‌ଝିମ୍‌ ପାନୀ ବର୍ଷୁଥିଲା’, ‘ମୋତେ ଜିଏଫ୍‌ ବନେଇଦେଲା ଏ ଜିଗର ଓ୍ବାଲା’ ଆଦି ଗୀତ ଅସୀମାଙ୍କ କଣ୍ଠରେ ଶୁଣିବାକୁ ମିଳିଥିଲା। ଅସୀମାଙ୍କ ଗୀତର ତାଳେ ପାଦ ପକାଇ ଠୁମକା ଲଗାଇଥିଲେ ଯୁବପିଢ଼ି।

‘ନନ୍‌-ଷ୍ଟପ୍‌ ଭୁବନେଶ୍ୱର’, ଭୁବନେଶ୍ୱର ଲାଇଭ୍‌ କନଶର୍ଟ
୯ଦିନ ଧରି ରାଜଧାନୀବାସୀଙ୍କ ସମେତ ଅତିଥି ଓ ପର୍ଯ୍ୟଟକଙ୍କୁ ଝୁମାଇଥିବା ଡଟ୍‌ ଫେଷ୍ଟ୍‌ର ‘ଭୁବନେଶ୍ୱର ଲାଇଭ୍‌’ ମଙ୍ଗଳବାର ଶେଷ ହେଉଛି। ୧୦ମ ଦିନର ‘ନନ୍‌-ଷ୍ଟପ୍‌ ଭୁବନେଶ୍ୱର’ରେ ସୁଖବିନ୍ଦର ସିଂହ, ସଲମାନ୍‌ ୟୁସୁଫ ଖାନ୍‌, ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ଭଳି କଳାକାର ଦର୍ଶକଙ୍କୁ ମନୋରଞ୍ଜନ କରିବେ। ଏଥିସହ ଭୁବନେଶ୍ୱର ଲାଇଭ୍‌ କନ୍‌ଶର୍ଟ ଶେଷ ଦିନକୁ ଅଭୁଲା କରିଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?