ସରକାରୀ ଖାତାକୁ ଫେରିବ ହଜାରେ ଏକର

ଅନୁଗୋଳ ଅଫିସ,୧୨।୭ ସରକାରୀ ଜମିକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି। କେଉଁଠି ବହୁତଳ କୋଠା ତ ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ାଯାଇ ଭଡ଼ାରେ ଦିଆଯାଉଛି। ଅନେକ ସ୍ଥାନରେ ପ୍ଲଟିଂ କରି ବିକ୍ରି ମଧ୍ୟ କରାଯାଉଛି। ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ ଏପରି ଭାବେ ଜବରଦଖଲ କରି ଲକ୍ଷ ଲକ୍ଷ ଟଙ୍କାର ଲାଭ କମାଉଛନ୍ତି ଜମି ମାଫିଆ ଓ ଜବରଦଖଲକାରୀ। ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହାଦ୍ୱାରା ସରକାରଙ୍କ ରାଜସ୍ବ କ୍ଷତି ହେଉଥିବାରୁ ଏବେ ଜିଲା ପ୍ରଶାସନ ଏ ଦିଗରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବା ଜମିରୁ ହଜାରେ ଏକର ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲା ପ୍ରଶାସନ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଅନୁଗୋଳ ପୌରାଞ୍ଚଳଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଅଞ୍ଚଳରେ ଜମି ମାପଚୁପ ଆରମ୍ଭ ହୋଇଥିବାରୁ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।
ଅନୁଗୋଳ ଜିଲାରେ ଥିବା ୮ଟି ତହସିଲ ଅଧୀନରେ ୭୬ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ସେହିପରି ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି। ଜିଲାରେ ଖଣି ଖାଦାନ ଭରି ରହିଥିବାରୁ ଏଠାରେ ଜମିର ଚାହିଦା ଓ ମୂଲ୍ୟ ଆକାଶଛୁଆଁ। ଆର୍ଥିକ ଦୃଷ୍ଟିରୁ ଅନୁଗୋଳ ଅଧିକ ସମୃଦ୍ଧ। ଜିଲା ଖଣିଜ ପାଣ୍ଠି ଓ ଶିଳ୍ପଗୁଡ଼ିକ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନ ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଏହାଛଡ଼ା ସହରଗୁଡ଼ିକର ସମ୍ପ୍ରସାରଣ ହେଉଥିବାରୁ ଏହା ବାହାର ଲୋକଙ୍କୁ ଆକର୍ଷିତ କରୁଛି। ଏଥିସହ ରାଜ୍ୟ ବାହାରର ହଜାର ହଜାର ଲୋକ ଏଠାକାର ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରୁଥିବାରୁ ସେମାନେ ଅନୁଗୋଳର ସ୍ଥାୟୀ ବାସିନ୍ଦା ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଗଁାର ଯୁବତୀ ଯୁବକମାନେ ମଧ୍ୟ ରୋଜଗାର ଆଶାରେ ସହରମୁହଁା ହେଉଛନ୍ତି। ତେଣୁ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ସରକାରୀ ଜମି ଦିନକୁ ଦିନ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଜମି ମାଫିଆ, ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ଜମିକୁ ଅକ୍ତିଆର କରି ବାହାର ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଘର ନିର୍ମାଣ କରି ଭଡ଼ା ଲଗାଉଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଖୋଲି ନିଜ ସାମ୍ରାଜ୍ୟ ବିସ୍ତାର ସହ ପ୍ରଭାବଶାଳୀ ବୋଲାଉଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ବସ୍ତିବାସିନ୍ଦାଙ୍କ ଭୋଟକୁ ନିୟନ୍ତ୍ରଣ କରୁଥିବାରୁ ରାଜନେତାମାନଙ୍କ ଛତ୍ରଛାୟା ତଳେ ରହି ଅଧିକରୁ ଅଧିକ ସରକାରୀ ଜମିକୁ କବ୍‌ଜା କରିବାରେ ଲାଗିଛନ୍ତି। ତେବେ ବିଳମ୍ବରେ ହେଲେ ବି ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନଜର ଏବେ ଜବରଦଖଲକାରୀଙ୍କ ଉପରେ ପଡ଼ିଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାକୁ ଗମ୍ଭୀରତାର ସହ ନେଇ ଆସନ୍ତା ୧୫ ତାରିଖ ମଧ୍ୟରେ ୧୦୦୦ ଏକର ଜବରଦଖଲ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କେବଳ ଅନୁଗୋଳ ସହରରେ ୧୦୦ ଏକର ଜମି ପ୍ରଥମେ ଜବରଦଖଲମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଇତିମଧ୍ୟରେ ଜମି ମାପଚୁପ ମଧ୍ୟ ଆରମ୍ଭ ହୋଇଯାଇଛି। ଅନୁଗୋଳ ସହରରେ ୫୦ ଏକର ଓ ବ୍ଲକ ଅଞ୍ଚଳଗୁଡ଼ିକରେ ୨୦ରୁ ୩୦ ଏକର ଲେଖାଏ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି। ତେବେ ହଠାତ୍‌ ଜିଲା ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ଜମି ମାଫିଆମାନଙ୍କୁ ଚିନ୍ତାରେ ପକାଇ ଦେଇଛି। କେତେଜଣ ଛାନିଅଁାରେ ଜବରଦଖଲରୁ ହଟିଯାଇଥିବା ବେଳେ ଆଉ କେତେଜଣଙ୍କୁ ହଟାଇବାକୁ ତହସିଲ ଓ ରାଜସ୍ବ ନିରୀକ୍ଷକମାନେ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri