ସରକାରୀ ଖାତାକୁ ଫେରିବ ହଜାରେ ଏକର

ଅନୁଗୋଳ ଅଫିସ,୧୨।୭ ସରକାରୀ ଜମିକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରାଯାଉଛି। କେଉଁଠି ବହୁତଳ କୋଠା ତ ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ାଯାଇ ଭଡ଼ାରେ ଦିଆଯାଉଛି। ଅନେକ ସ୍ଥାନରେ ପ୍ଲଟିଂ କରି ବିକ୍ରି ମଧ୍ୟ କରାଯାଉଛି। ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ ଏପରି ଭାବେ ଜବରଦଖଲ କରି ଲକ୍ଷ ଲକ୍ଷ ଟଙ୍କାର ଲାଭ କମାଉଛନ୍ତି ଜମି ମାଫିଆ ଓ ଜବରଦଖଲକାରୀ। ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହାଦ୍ୱାରା ସରକାରଙ୍କ ରାଜସ୍ବ କ୍ଷତି ହେଉଥିବାରୁ ଏବେ ଜିଲା ପ୍ରଶାସନ ଏ ଦିଗରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବା ଜମିରୁ ହଜାରେ ଏକର ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲା ପ୍ରଶାସନ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଅନୁଗୋଳ ପୌରାଞ୍ଚଳଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଅଞ୍ଚଳରେ ଜମି ମାପଚୁପ ଆରମ୍ଭ ହୋଇଥିବାରୁ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।
ଅନୁଗୋଳ ଜିଲାରେ ଥିବା ୮ଟି ତହସିଲ ଅଧୀନରେ ୭୬ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ସେହିପରି ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି। ଜିଲାରେ ଖଣି ଖାଦାନ ଭରି ରହିଥିବାରୁ ଏଠାରେ ଜମିର ଚାହିଦା ଓ ମୂଲ୍ୟ ଆକାଶଛୁଆଁ। ଆର୍ଥିକ ଦୃଷ୍ଟିରୁ ଅନୁଗୋଳ ଅଧିକ ସମୃଦ୍ଧ। ଜିଲା ଖଣିଜ ପାଣ୍ଠି ଓ ଶିଳ୍ପଗୁଡ଼ିକ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନ ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଏହାଛଡ଼ା ସହରଗୁଡ଼ିକର ସମ୍ପ୍ରସାରଣ ହେଉଥିବାରୁ ଏହା ବାହାର ଲୋକଙ୍କୁ ଆକର୍ଷିତ କରୁଛି। ଏଥିସହ ରାଜ୍ୟ ବାହାରର ହଜାର ହଜାର ଲୋକ ଏଠାକାର ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରୁଥିବାରୁ ସେମାନେ ଅନୁଗୋଳର ସ୍ଥାୟୀ ବାସିନ୍ଦା ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଗଁାର ଯୁବତୀ ଯୁବକମାନେ ମଧ୍ୟ ରୋଜଗାର ଆଶାରେ ସହରମୁହଁା ହେଉଛନ୍ତି। ତେଣୁ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ସରକାରୀ ଜମି ଦିନକୁ ଦିନ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଜମି ମାଫିଆ, ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ଜମିକୁ ଅକ୍ତିଆର କରି ବାହାର ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଘର ନିର୍ମାଣ କରି ଭଡ଼ା ଲଗାଉଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଖୋଲି ନିଜ ସାମ୍ରାଜ୍ୟ ବିସ୍ତାର ସହ ପ୍ରଭାବଶାଳୀ ବୋଲାଉଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ବସ୍ତିବାସିନ୍ଦାଙ୍କ ଭୋଟକୁ ନିୟନ୍ତ୍ରଣ କରୁଥିବାରୁ ରାଜନେତାମାନଙ୍କ ଛତ୍ରଛାୟା ତଳେ ରହି ଅଧିକରୁ ଅଧିକ ସରକାରୀ ଜମିକୁ କବ୍‌ଜା କରିବାରେ ଲାଗିଛନ୍ତି। ତେବେ ବିଳମ୍ବରେ ହେଲେ ବି ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନଜର ଏବେ ଜବରଦଖଲକାରୀଙ୍କ ଉପରେ ପଡ଼ିଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାକୁ ଗମ୍ଭୀରତାର ସହ ନେଇ ଆସନ୍ତା ୧୫ ତାରିଖ ମଧ୍ୟରେ ୧୦୦୦ ଏକର ଜବରଦଖଲ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କେବଳ ଅନୁଗୋଳ ସହରରେ ୧୦୦ ଏକର ଜମି ପ୍ରଥମେ ଜବରଦଖଲମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଇତିମଧ୍ୟରେ ଜମି ମାପଚୁପ ମଧ୍ୟ ଆରମ୍ଭ ହୋଇଯାଇଛି। ଅନୁଗୋଳ ସହରରେ ୫୦ ଏକର ଓ ବ୍ଲକ ଅଞ୍ଚଳଗୁଡ଼ିକରେ ୨୦ରୁ ୩୦ ଏକର ଲେଖାଏ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି। ତେବେ ହଠାତ୍‌ ଜିଲା ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ଜମି ମାଫିଆମାନଙ୍କୁ ଚିନ୍ତାରେ ପକାଇ ଦେଇଛି। କେତେଜଣ ଛାନିଅଁାରେ ଜବରଦଖଲରୁ ହଟିଯାଇଥିବା ବେଳେ ଆଉ କେତେଜଣଙ୍କୁ ହଟାଇବାକୁ ତହସିଲ ଓ ରାଜସ୍ବ ନିରୀକ୍ଷକମାନେ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ପୁଣି ଲଘୁଚାପ ସୃଷ୍ଟି: ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, ୧୨।୫ (ବନ୍ଦନା ସେଠୀ)- ଭାରତ ମହାସାଗରର ମନ୍ନାର ଉପସାଗର ଏବଂ ସଂଲଗ୍ନ ଶ୍ରୀଲଙ୍କା ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…

ପଞ୍ଚମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି: ଅଭିଯୋଗ ଉଠାଇଲେ ଶିକ୍ଷାବିତ୍‌

ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ):ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିଛି। ହେଲେ ଏଯାଏ ପାଠ୍ୟ ପୁସ୍ତକ ସବୁ ପିଲାଙ୍କ ପାଖରେ ପହଞ୍ଚତ୍ପାରି…

ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ…

ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର…

ପିସିଆର କର୍ମଚାରୀ ଶିଖିବେ ଆଚାର ସଂହିତା

ଭୁବନେଶ୍ୱର,୧୨ା୫(ତ୍ରିନାଥ ମହାନ୍ତି): ଆଇନଶୃଙ୍ଖଳା ଓ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେଇଥାନ୍ତି ଥାନା ପିସିଆର୍‌ କର୍ମଚାରୀ। ଥାନା କିମ୍ବା କଣ୍ଟ୍ରୋଲ ରୁମ୍‌କୁ ଖବର ଯିବା ମାତ୍ରେ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri