Posted inଖେଳ

ଧୋନୀଙ୍କ ନାଁ ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଲେ ଏହି ମହିଳା କ୍ରିକେଟ୍‌ର: ଜାଣନ୍ତୁ କାରଣ

ମୁମ୍ବାଇ,୬।୩: ମହିଳା ପ୍ରିମିୟର ଲିଗରେ ଏକ ରୋମାଞ୍ଚକର ମ୍ୟାଚରେ ୟୁପି ୱାରିୟର୍ସ ଗୁଜରାଟ ଜିଆଣ୍ଟସକୁ ତିନି ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ୟୁପିର ଗ୍ରେସ ହାରିସ ୨୬ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଏହି ବିଜୟର ମୂଳଦୁଆ କିରଣ ନାଭାଗେୟାର ରଖିଥିଲେ। ସେ ଯତ୍ନର ସହ ବ୍ୟାଟିଂ ୪୩ ବଲରେ ୫୩ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ଦୁଇଟି ଛକା ମାରିଥିଲେ।
କିରଣଙ୍କ କେବଳ ବ୍ୟାଟିଂ ନୁହେଁ ବରଂ ତାଙ୍କ ବ୍ୟାଟ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ସେ ବ୍ୟାଟ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ଏବଂ ଜର୍ସି ନମ୍ବର ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଥିଲେ। କିରଣଙ୍କ ବ୍ୟାଟ୍‌ ପାଇଁ କୌଣସି ପ୍ରଯୋଜକ ପାଇ ନାହାଁନ୍ତି, ତେଣୁ ସେ ତାଙ୍କ ଆଦର୍ଶ ଧୋନୀଙ୍କ ନାଁ ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଥିଲେ। କିରଣ ବହୁତ ଗରିବ ପରିବାରରୁ ଆସିଛନ୍ତି। ତେବେ କ୍ରିକେଟରେ ତାଙ୍କର ଅନେକ ବଡ଼ ରେକର୍ଡ ରହିଛି। କିରଣ କେବଳ କ୍ରିକେଟ ନୁହେଁ ଆଥଲେଟିକ୍ସ ଦୁନିଆରେ ମଧ୍ୟ ନାମ ଅର୍ଜନ କରିଛନ୍ତି।
୨୭ ବର୍ଷୀୟା ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ଘରୋଇ କ୍ରିକେଟରେ ସେ ନାଗାଲାଣ୍ଡକୁ ପ୍ରତିନିଧିତ୍ୱ କରନ୍ତି। କିରଣ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। କିରଣଙ୍କ ପିତା ଜଣେ କୃଷକ ଏବଂ ମା’ ଜଣେ ଗୃହିଣୀ। ତାଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି। ରବିବାର କିରଣ ବ୍ୟାଟିଂ କରୁଥିବାବେଳେ ତାଙ୍କ ମାତାପିତା ମୋବାଇଲରେ ଗର୍ବର ମୁହୂର୍ତ୍ତ ଦେଖୁଥିଲେ। ମହିଳା ପ୍ରିମିୟର ଲିଗ ପୂର୍ବରୁ କିରଣ ଗତ ବର୍ଷ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ମହିଳା ଟି-୨୦ ଚ୍ୟାଲେଞ୍ଜରେ ମଧ୍ୟ ଖେଳିଛନ୍ତି। ସେ ଭେଲୋସିଟି ଦଳରେ ଥିଲେ। ଏହି ଲିଗରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ମଧ୍ୟ ଅଛି। ଗତ ବର୍ଷ କିରଣ ଏହି ଟୁର୍ନାମେଣ୍ଟରେ ଟ୍ରେଲବ୍ଲେଜରର୍ସ ବିପକ୍ଷରେ ୨୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଏହି ଟୁର୍ନାମେଣ୍ଟରେ ଦ୍ରୁତତମ ଅର୍ଦ୍ଧ ଶତକ ଅଟେ।
କିରଣ ସର୍ବଦା କୁହନ୍ତି, ଧୋନୀଙ୍କ କାରଣରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ସେ ତାଙ୍କର ଆଦର୍ଶ ଏବଂ ପ୍ରେରଣା ଅଟନ୍ତି। ୨୦୧୧ ଦିନିକିଆ ବିଶ୍ୱକପରେ ଭାରତର ବିଜୟ ପରେ କିରଣ ଧୋନୀଙ୍କୁ ଆଦର୍ଶ କରିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri