ୟେ ସମୟ ଚାଲିଯିବ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଜଣେ ମନ୍ତ୍ରୀ ଥିଲେ। ଥିଲେ ବୋଇଲେ କେଇବର୍ଷ ପୂର୍ବରୁ ଥିଲେ, ଏବେ ଆଉ ନାହାନ୍ତି। କେଇଦିନ ତଳେ ତାଙ୍କୁ ଏକ ସାଂସ୍କୃତିକ ସଭାର ଶ୍ରୋତାମେଳରେ ଦେଖିବାକୁ ମିଳିଲା। ପଛଧାଡ଼ିରେ ଏକା ଏକା ବସିଥିଲା ବେଳେ ତାଙ୍କୁ ଦେଖି ଲାଗୁଥିଲା, ସଭା ମଧ୍ୟକୁ ଆସୁଥିବା ଚିହ୍ନାଜଣା ଲୋକଙ୍କ ସହ ସମ୍ପର୍କ ଯୋଡ଼ିବାକୁ ସେ ଅଭିଳାଷୀ। ମାତ୍ର ତାଙ୍କୁ ଦେଖି ନ ଦେଖିଲା ପରି ଚାଲି ଯାଉଥିଲେ ସଭିଏଁ ଓ ସେ ବସିଥିଲେ ଏକା ଏକା ଜଣେ ଅବାଞ୍ଛିତ ଅତିଥିଙ୍କ ପରି ।
ଅଥଚ କେଇବର୍ଷ ତଳେ ଯେତେବେଳେ ଥିଲା ତାଙ୍କ ମୁଣ୍ଡ ଉପରେ ମନ୍ତ୍ରିତ୍ୱର ମୁକୁଟ, ସେତେବେଳେ ଯେକୌଣସି ସଭାରେ ସେ ଥିଲେ ସବୁଠାରୁ ବାଞ୍ଛିତ ବ୍ୟକ୍ତିତ୍ୱ। ଅନ୍ୟମାନେ ଥିଲେ ତାଙ୍କ ପାଇଁ ଅତ୍ୟନ୍ତ ଅବାଞ୍ଛିତ, ଯେଉଁମାନଙ୍କୁ ଘଣ୍ଟା ଘଣ୍ଟା ଧରି ସେ ଅପେକ୍ଷା କରାଇ ନିଜର ମହଙ୍ଗାପଣର ପ୍ରମାଣ ଦେଇପାରୁଥିଲେ। କେବଳ ସଭାରେ ନୁହେଁ, ତାଙ୍କ ଅଫିସରେ ଓ ବାସଭବନରେ କେତେ ଲୋକ ଅପେକ୍ଷା କରୁ ନ ଥିଲେ ତାଙ୍କର ସାମାନ୍ୟ ଦର୍ଶନ ଓ ଅନୁଗ୍ରହ ପାଇବା ପାଇଁ! ସେ ଯେତେବେଳେ କେଉଁଠିକୁ ଗସ୍ତରେ ଯାଉଥିଲେ, ସେତେବେଳେ ତାଙ୍କ ଆଗରେ ପୋଲିସ ଗାଡ଼ି ଓ ପଛରେ ଅଫିସରଙ୍କ ଗାଡ଼ିର ପଟୁଆର ଦେଖି ଲାଗୁଥିଲା, ସତେ ଯେମିତି ପୁରାକାଳର କେଉଁ ମହାରାଜାଙ୍କ ପାରିଧି ଯାତ୍ରା। କାରଣ ସେ ଥିଲେ ମନ୍ତ୍ରୀ, ସାଧାରଣଙ୍କଠୁଁ ଏକ ଅପହଞ୍ଚ ଇଲାକାର ଅଧୀଶ୍ୱର।
ଲକ୍ଷ୍ୟ କରିବାର କଥା ଯେ ମନ୍ତ୍ରୀ ହୋଇ ସେ ଜନ୍ମ ନେଇ ନ ଥିଲେ। ଅନ୍ୟ ବହୁ ଲୋକଙ୍କ ପରି ଗଁାଦାଣ୍ଡର ଧୂଳିଖେଳ, ନିମ୍ନ ମଧ୍ୟବିତ୍ତ ଘରର କଞ୍ଚାଲଙ୍କା, ବଡ଼ିପୋଡ଼ା ଓ ପଖାଳ ଭିତରେ ଗଢ଼ି ଉଠିଥିଲା ତାଙ୍କ ଶୈଶବ, କୈଶୋର ଓ ତାରୁଣ୍ୟ। ଯୌବନରେ ସେମିତି ବି କିଛି ରୋମାଞ୍ଚ ନ ଥିଲା। ମାତ୍ର ଯେଉଁଦିନ ଭାଗ୍ୟ ତାଙ୍କ ଲଲାଟରେ ମନ୍ତ୍ରିତ୍ୱର ମୋହର ମାରିଦେଲା, ସେଦିନ ଅଚାନକ ସାଧାରଣରୁ ଅସାଧାରଣ ପାଲଟିଗଲେ ସେ। ଜନସାଧାରଣଙ୍କର ସେବକ ହେବାର ଶପଥ ନେଇ ଯେଉଁ ମୁକୁଟ ପିନ୍ଧିଥିଲେ, ସେଇ ଶପଥକୁ ବିସ୍ମରି ଯାଇ ସେ ପାଲଟିଗଲେ ନିଜକୁ ଉଚ୍ଚତମ ଶିଖରରେ ଅଧିଷ୍ଠିତ ମୁନିବ ବିଚାରୁଥିବା ମନ୍ତ୍ରୀ ମହୋଦୟ। ନିଜ ଅଲକ୍ଷ୍ୟରେ ବିସ୍ମୃତି ଗର୍ଭରେ ହଜିଗଲା ନିଜ ମଇଳା ଅତୀତ।
ମନ୍ତ୍ରିତ୍ୱ ଲାଭ କରିବା ପୂର୍ବରୁ, ମନ୍ତ୍ରୀ ହେବା ପରେ ଓ ମନ୍ତ୍ରିତ୍ୱ ଚାଲିଯିବା ପରେ; ଜୀବନର ଏହି ତିନୋଟି ପର୍ଯ୍ୟାୟ ଗୋଟିକ ପରେ ଗୋଟିଏ ଆସେ ଓ ପୁଣି ଚାଲିଯାଏ। ମାତ୍ର ମଞ୍ଚ ଉପରେ ଅଭିନୟ ସାରି ଗ୍ରୀନରୁମ୍‌ରେ ମୁହଁରୁ ପ୍ରଲେପ ଲିଭାଇ ଘରକୁ ବାହୁଡ଼ି ଆସିଲା ପରି ମୁକୁଟ ଚାଲିଯିବା ପରେ ମନ୍ତ୍ରୀ ବୋଲାଉଥିବା ମଣିଷଟି ବଞ୍ଚତ୍ରହେ ଜୀବନର ଅବଶିଷ୍ଟ କାଳ। ମନ୍ତ୍ରିତ୍ୱ ସିନା ଅବସର ନେଇ ଚାଲିଯାଏ, କିନ୍ତୁ ଜୀବନର ଅବସର ତଥାପି ବାକି ଥାଏ। ସେଇ ପୁରୁଣା ପରିବେଶ, ସେଇ ସାଧାରଣ ଜୀବନ; ଯେଉଁଠୁ ଶିଡ଼ି ଚଢ଼ି ସେ ଉପରକୁ ଉଠିଥିଲେ ଓ ଅଚାନକ ଅସାଧାରଣ ପାଲଟି ଯାଇଥିଲେ; ପୁଣି ତାଙ୍କୁ ଆଦରିନିଏ ପୂର୍ବ ପରି। ମାତ୍ର କ୍ଷମତା ମୋହରେ ନିଜକୁ ବାଦ୍‌ଶାହା ମନେକରୁଥିବା ଲୋକ କ୍ଷମତା ଚାଲିଗଲା ପରେ ସମାଜକୁ ଫେରିଆସନ୍ତି ସିନା, ମାତ୍ର ଅଲୋଡ଼ା, ଅସ୍ପୃଶ୍ୟ ହୋଇ ସମାଜର ପଛଧାଡ଼ିରେ ପଡ଼ିରହନ୍ତି, ସେଦିନ ସଭାରେ ପଛଧାଡ଼ିରେ ଏକା ଏକା ବସିଥିବା ଓ ବିକଳରେ ନିଜ ଅତୀତକୁ ଝୁରି ହେଉଥିବା ସେଇ ପୂର୍ବତନ ମନ୍ତ୍ରୀଙ୍କ ପରି।
ବଡ଼ ବିଚିତ୍ର ଚିଜ ୟେ ସମୟ। ଏଇ ସମୟ ଦିନେ ପୂର୍ଣ୍ଣ କରିଦେଇଥିଲା ମୋଗଲ ସମ୍ରାଟ୍‌ ଶାହାଜାହାନଙ୍କୁ। ବିଶାଳ ସାମ୍ରାଜ୍ୟ, ଅପରୂପା ସୁନ୍ଦରୀ ପନତ୍ୀ; ଏକକୁ ଆରେକ ବଳି ଏକାଧିକ ପୁତ୍ର। ଅଥଚ ସମୟର ସ୍ରୋତରେ ଦିନେ ସବୁ କିଛି ଓଲଟପାଲଟ ହୋଇଗଲା। ପ୍ରିୟତମା ପନତ୍ୀଙ୍କର ଅକାଳ ମୃତ୍ୟୁ ପରେ ବିରହ ବେଦନାରେ ଜଡ଼ସଡ଼ ତାଙ୍କ ଶରୀର ଉପରକୁ ଓହ୍ଲାଇ ଆସିଲା ଅକାଳ ବାର୍ଦ୍ଧକ୍ୟ। ନିଜ ପ୍ରିୟାଙ୍କ ମଧୁର ସ୍ମୃତିରେ ସମର୍ପିତ ସ୍ମୃତିସୌଧ ବିଶ୍ୱର ବିସ୍ମୟ ତାଜମହଲ ନିର୍ମାଣ କରି ମଧ୍ୟ ସେ ଏହାକୁ ଉପଭୋଗ କରିପାରି ନ ଥିଲେ। କାରଣ ଉଚ୍ଚାକାଂକ୍ଷୀ ପରାକ୍ରମୀ ପୁଅ ଆଉରଙ୍ଗଜେବ୍‌ଙ୍କ ଆଦେଶରେ ତାଙ୍କୁ ବନ୍ଦୀ କରି କାରାଗୃହରେ ନିକ୍ଷେପ କରାଯାଇଥିଲା। ଝଲକାଏ ବିଜୁଳି ଚହଟିଲା ପରି ଭଲ ସମୟ ଆସିଲା ଓ ତାଙ୍କ ଅଲକ୍ଷ୍ୟରେ ପୁଣି ଅପସରି ଯାଇ ତାଙ୍କୁ ହତାଶାର ଘନ ଅନ୍ଧକାର ମଧ୍ୟରେ ଡୁବାଇଦେଲା। ସମୟର ଆବର୍ତ୍ତରେ କେବଳ ସମ୍ରାଟ୍‌ ଶାହାଜାହାନ ନୁହନ୍ତି, ଏମିତି ବହୁ ଚରିତ୍ର ଆସନ୍ତି, ନିଜ ନିଜକୁ ଦୃଷ୍ଟାନ୍ତ ରୂପେ ପ୍ରତିପାଦିତ କରନ୍ତି ଓ ସମୟର ସ୍ବରୂପକୁ ସୂକ୍ଷ୍ମଭାବେ ପ୍ରତ୍ୟକ୍ଷ କରିବା ପାଇଁ ଉତ୍ତରଦାୟାଦମାନଙ୍କୁ ଚେତାବନୀ ଦେଇ ଚାଲିଯା’ନ୍ତି। ମାତ୍ର ବିଡ଼ମ୍ବନାର ବିଷୟ ଯେ, ବର୍ତ୍ତମାନକୁ ନିଜ ହାତମୁଠାରେ ବନ୍ଦୀ କରି ରଖିବାର ଦୁଃସାହସ କରୁଥିବା ଲୋକଙ୍କ ପାଇଁ ଏହି ଚେତାବନୀ ଶୁଣିବାକୁ ସମୟ ଥାଏ ନା ସ୍ପୃହା ଥାଏ! ଏ ପ୍ରସଙ୍ଗରେ ପ୍ରାଚୀନ ଲୋକକଥାର କାହାଣୀଟିଏ।
ନିଜ ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧ ପାଇଁ ଜଣେ ତ୍ରିକାଳଦର୍ଶୀ ଋଷିଙ୍କର ହୃଦୟ ଜିତିଥିବା ରାଜା ସଲୋମନଙ୍କୁ ଏକ ଦିବ୍ୟ ମୁଦ୍ରିକା ଉପହାର ଦେଇ ସେହି ସନ୍ନ୍ୟାସୀ କହିଲେ, ”ରାଜନ୍‌! ଜୀବନର ସବୁଠୁ କଠିନ ମୁହୂର୍ତ୍ତରେ ଅବା କୌଣସି ବିଷମ ସଙ୍କଟରେ ଯେବେ ଆଗକୁ ସବୁ ରାସ୍ତା ବନ୍ଦ ହୋଇ ଯାଇଥିବ, ସେତେବେଳେ ଏହି ମୁଦିଟି ତୁମକୁ ରାସ୍ତା ଦେଖାଇବ।“ ମୁଦିଟି ପାଇ ସଲୋମନ ପ୍ରୀତ ହେଲେ ସିନା, ସବୁ ଠିକ୍‌ଠାକ୍‌ ଚାଲୁଥିବାରୁ ମୁଦିଟିର ଚମତ୍କାରିତା ପରୀକ୍ଷା କରିବାକୁ କିଛି ଅବସର ପାଇଲେ ନାହିଁ। ବହୁ ବର୍ଷ ପରେ ପଡ଼ୋଶୀ ରାଜ୍ୟର ପରାକ୍ରମୀ ରାଜା ସଲୋମନଙ୍କୁ ଯୁଦ୍ଧରେ ପରାଜିତ କରି ତାଙ୍କ ରାଜ୍ୟ ଦଖଲ କରିନେବାରୁ ପ୍ରାଣ ବଞ୍ଚାଇ ସେ ରାଜ୍ୟ ଛାଡ଼ି ଜଙ୍ଗଲରେ ଆମତ୍ଗୋପନ କଲେ। ପରାଜୟର ଅପମାନ ଓ ଧରାପଡ଼ିବାର ଭୟଠୁଁ ମୁକୁଳିବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ। ଉଚ୍ଚ ପାହାଡ଼ ଶିଖରରୁ ତଳକୁ ଡେଇଁ ପ୍ରାଣ ବିସର୍ଜନ କରିବାକୁ ଗଲାବେଳେ ତାଙ୍କ ନଜର ପଡ଼ିଲା ଋଷିପ୍ରଦତ୍ତ ନିଜ ଆଙ୍ଗୁଠିର ସେହି ମୁଦିଟି ଉପରେ। ଋଷିଙ୍କ କଥା ମନେପଡ଼ିଗଲା। ସେ ମୁଦିଟିକୁ ଆଙ୍ଗୁଠିରୁ କାଢ଼ି ଏପଟସେପଟ ଦେଖୁଦେଖୁ ମୁଦି ମଧ୍ୟରୁ ଆବିଷ୍କାର କଲେ ମୁଦା କାଗଜଟିଏ। ସେ କାଗଜଟିକୁ ଖୋଲିଲେ ଓ ଦେଖିଲେ ଲେଖା ଅଛି ଛୋଟ ଏକ ଆଶ୍ୱାସନା- ଏ ସମୟ ବି ଚାଲିଯିବ। କହିବାବାହୁଲ୍ୟ, ଏକ ଭଲ ସମୟର ଭରସା ଦେଉଥିବା ଏହି ଦିବ୍ୟ ବାଣୀ ତାଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କଲା। ସେ ଜୀବନକୁ ନୂଆ ଭାବେ ଚିହ୍ନିବାକୁ ଚେଷ୍ଟା କଲେ ଓ ସେଇ ଜଙ୍ଗଲ ମଧ୍ୟରେ ବାସ କରିଥିବା ଭିଲ୍‌ମାନଙ୍କୁ ସଙ୍ଗଠିତ କରି ନିଜର ଏକ ସେନାବାହିନୀ ଗଢ଼ିଲେ ଓ ପରେ ପରେ ନିଜ ରାଜ୍ୟକୁ ଉଦ୍ଧାର କରିବାରେ ସମର୍ଥ୍ୟ ହେଲେ।
କାହାଣୀଟିର ଅନ୍ତିମ ଭାଗ କେବଳ ଭାବୋଦ୍ଦୀପକ ନୁହେଁ, ତାହା ଭିତରେ ରହିଛି ଏଇ ନିବନ୍ଧର ସିଦ୍ଧାନ୍ତ। ଆକ୍ରମଣକାରୀ ପଡ଼ୋଶୀ ରାଜାଙ୍କ ଉପରେ ବିଜୟ ଲାଭ କରି ଦ୍ୱିତୀୟବାର ରାଜ୍ୟାଭିଷେକ ପାଇଁ ପଟୁଆରରେ ବାହାରିଥାନ୍ତି ସଲୋମନ। ସାଙ୍ଗରେ ମନ୍ତ୍ରୀ, ସେନାପତି ଓ ସାମନ୍ତଙ୍କ ସହ ପ୍ରଜାବର୍ଗଙ୍କ ବିଶାଳ ପଟୁଆର। ସଭିଙ୍କୁ ହାତ ହଲାଇ ସମ୍ବର୍ଦ୍ଧନାର ଉତ୍ତର ଦେଉଦେଉ ଅଚାନକ ନିଜ ଆଙ୍ଗୁଠିର ସେଇ ମୁଦିଟି ଉପରେ ଦୃଷ୍ଟି ପଡ଼ିଗଲା ରାଜାଙ୍କର ଓ ମନେପଡ଼ିଗଲା ସନ୍ନ୍ୟାସୀଙ୍କର ସେଇ ପରମାର୍ଥକ ବାଣୀ- ”ଏ ସମୟ ବି ଚାଲିଯିବ“। ବିଜୟୋଲ୍ଲାସରେ ଉତ୍‌ଫୁଲ୍ଲିତ ରାଜା ସମ୍ବିତ୍‌ ଫେରି ପାଇଲେ ଯେମିତି। ସେ ହାତୀ ଉପରୁ ତଳକୁ ଓହ୍ଲାଇ ଆସିଲେ ଓ ପ୍ରଜାବୃନ୍ଦଙ୍କ ସହ ଚାଲିଚାଲି ଆଗକୁ ବଢ଼ିବାକୁ ଲାଗିଲେ। କାହାଣୀଟିର ଭାବାର୍ଥ ଆଉ କେହି ବୁଝନ୍ତୁ କି ନ ବୁଝନ୍ତୁ, ଏଇ ନିବନ୍ଧଟିର ଆରମ୍ଭରେ ଉଲ୍ଲେଖ ଥିବା ଆମର ସେଇ ପୂର୍ବତନ ମନ୍ତ୍ରୀ ବୁଝିଥା’ନ୍ତେ ହେଲେ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri