ହାୟରର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସେସ୍‌ ଓ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ହାୟର’ ପକ୍ଷରୁ ଏକ ଅତ୍ୟାଧୁନିକ ତଥା ନୂତନ ଉତ୍ପାଦ ‘ୱାଶିଂ ମେଶିନ’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ହାୟରର ୫୨.୫ ସେମି ସୁପର ଡ୍ରମ୍‌, ଆଡ୍‌ଭାନ୍ସଡ୍‌ ସୁପରସାଇଲେଣ୍ଟ ଡାଇରେକ୍ଟ ମୋଶନ ମୋଟର ସହ ନୂଆ ଏଆଇ-ସକ୍ଷମ ବୈପ୍ଳବିକ ୱାଶିଂମେଶିନ ସିରିଜ୍‌ ହାୟର ୯୭୯ ଫ୍ରଣ୍ଟ୍‌ ଲୋଡ୍‌ ୱାଶିଂମେଶିନର ବଜାର ପ୍ରବେଶ ସମ୍ପକରେ ଘୋଷଣା କରାଯାଇଛି। ସେହିଭଳି ଫ୍ରଣ୍ଟ୍‌ଲାଇନ୍‌ ଉଦ୍ଭାବନଗୁଡ଼ିକ ସହ ସୁସଜ୍ଜିତ ଏହି ଡାଇରେକ୍ଟ ମୋଶନ ମୋଟର ସହ ସୁପର ଡ୍ରମ୍‌ ୯୭୯ ସିରିଜ୍‌କୁ ଗ୍ରାହକଙ୍କର ସୁବିଧା ଅନୁଯାୟୀ କେବଳ ଏକ ଭଏସ୍‌ କମାଣ୍ଡ ସହ ସହଜରେ ବ୍ୟବହାର କରାଯାଇପାରିବ। ହାୟରର ନୂଆ ୱାଶିଂମେଶିନ ସିରିଜ୍‌ ଏବେ ଦେଶବ୍ୟାପୀ ଉପଲବ୍ଧ ରହିଛି। ଏହାର ୧୦ କେଜି କ୍ଷମତା ବିଶିଷ୍ଟ ଏଚ୍‌ଡବ୍ଲ୍ୟୁ୧୦୦-ବିଡିଭି୧୪୯୭୯ଏସ୍‌୮ୟୁ୧ ମଡେଲ ୯୫,୯୯୦ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ମୋଟର ଉପରେ ୨୦ ବର୍ଷର ୱାରେଣ୍ଟି ସହ ୩ ବର୍ଷର ବିସ୍ତୃତ ୱାରେଣ୍ଟି ରହିଛି।
ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସେସ୍‌ ଇଣ୍ଡିଆର ଅଧ୍ୟକ୍ଷ ସତୀଶ ଏନ୍‌ଏସ୍‌ କହିଛନ୍ତି, ଆମର ନୂଆ ଆଇଓଟି-ସକ୍ଷମ ଫ୍ରଣ୍ଟ୍‌ ଲୋଡ୍‌ ସୁପର ଡ୍ରମ୍‌ ୯୭୯ ସିରିଜ୍‌ ୱାଶିଂମେଶିନ ହେଉଛି ଏକ ଅତ୍ୟାଧୁନିକ ଉଦ୍ଭାବନ ଯାହା ଏଆଇର ସୁବିଧାଗୁଡ଼ିକୁ ବ୍ୟବହାର କରୁଛି ଏବଂ ଉପଭୋକ୍ତାଙ୍କୁ ସରଳ, ବୁଦ୍ଧିମାନ ଓ ବ୍ୟକ୍ତିଗତ ଲଣ୍ଡ୍ରି ସମାଧାନ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?